ETV Bharat / state

ମାଙ୍କଡା ପଥର ଗାଡି ଧକ୍କାରେ ଗାଈ ମୃତ: ସ୍ଥାନୀୟଲୋକ ଏବଂ ତହସିଲଦାରଙ୍କ ମଧ୍ୟରେ କଥା କଟାକଟି

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ମାଙ୍କଡା ପଥର ଗାଡି ଧକ୍କାରେ ଗାଈ ମୃତ। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ ଏବଂ ତହସିଲଦାରଙ୍କ ମଧ୍ୟରେ କଥା କଟାକଟି ହୋଇଛି । ଅଧିକ ପଢନ୍ତୁ...

ମାଙ୍କଡା ପଥର ଗାଡି ଧକ୍କାରେ ଗାଈ ମୃତ: ସ୍ଥାନୀୟ ଲୋକ ଏବଂ ତହସିଲଦାରଙ୍କ ମଧ୍ୟରେ କଥା କଟାକଟି

author img

By

Published : Sep 2, 2020, 9:50 PM IST

ଖୋର୍ଦ୍ଧା : ଅନବରତ କଟାଚାଲିଛି ବେଆଇନ ମାଙ୍କଡା ପଥର ଖଣି । ପ୍ରଶାସନ ରୋକକୁ ଭୃକ୍ଷେପ କରୁନାହାନ୍ତି ବେଗୁନିଆ ଅଞ୍ଚଳର ମାଙ୍କଡା ପଥର ମାଫିଆ । ଦୈନିକ ହଜାର ହଜାର ଟ୍ରକରେ ମାଙ୍କଡ଼ା ପଥର କାଟି ରାଜସ୍ବ ଲୁଟ କରିବା ସହିତ ଅନେକ ଜୀବନ ନେଉଛନ୍ତି ଏହି ପଥର ମାଫିଆ ମାନେ ।

ମାଙ୍କଡା ପଥର ଗାଡି ଧକ୍କାରେ ଗାଈ ମୃତ: ସ୍ଥାନୀୟ ଲୋକ ଏବଂ ତହସିଲଦାରଙ୍କ ମଧ୍ୟରେ କଥା କଟାକଟି

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ରାଉତପଡା ଗ୍ରାମରେ ପଥର ଚୋରାଚାଲାଣ ଖବର ପାଇ ବେଗୁନିଆ ତହସିଲଦାର ପଥର ଗାଡିକୁ ପିଛା କରୁଥିଲେ । ଏହି ସମୟରେ ପଥର ଗାଡିଟି ଦ୍ରୁତ ଗତିରେ ଚଳାଇ ସ୍ଥାନୀୟ ରାଉତପଡା ଠାରେ ଏକ ଗାଈକୁ ଧକ୍କା ଦେଇଥିଲା ଘଟଣା ସ୍ଥଳରେ ଗାଈଟି ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯିବା ସହିତ କ୍ଷତିପୂରଣ ଦାବିରେ ପଥର ଗାଡି ସହ ତହସିଲଦାରଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ ।

ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ ଏବଂ ତହସିଲଦାରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଘଟଣାସ୍ଥଳରେ ବେଗୁନିଆ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଚାଳକ ସହ ପଥର ଟ୍ରକକୁ ଥାନାକୁ ଆଣି ତଦନ୍ତ କରୁଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.