ETV Bharat / state

ଜାତୀୟ ପାଠ୍ୟକ୍ରମ ରୂପରେଖ ଉନ୍ମୋଚିତ: 2024ରୁ ନୂଆ ପାଠ୍ୟପୁସ୍ତକ

author img

By ETV Bharat Odisha Team

Published : Aug 24, 2023, 7:42 AM IST

ଜାତୀୟ ଶିକ୍ଷାନୀତିରେ ଏକ ମୌଳିକ ପରିବର୍ତ୍ତନ ଆରମ୍ଭ ହୋଇଛି । ଏହି କ୍ରମରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଦେବା ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ଆଗାମୀ ଶିକ୍ଷା ବର୍ଷରୁ ନୂତନ ପାଠ୍ୟ ପୁସ୍ତକ ପ୍ରସ୍ତୁତ

ଭୁବନେଶ୍ବର: ସ୍କୁଲ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ରୂପରେଖ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଆଗାମୀ ଶିକ୍ଷା ବର୍ଷରୁ ନୂତନ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଉଥିବା ଶିକ୍ଷାମନ୍ତ୍ରୀ କହିଛନ୍ତି । ତୃତୀୟ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଏକବିଂଶ ଶତାବ୍ଦୀ ଆବଶ୍ୟକତା ଆଧାରିତ ହେବ ।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ଧର୍ମେନ୍ଦ୍ର ପ୍ରଧାନ ସ୍କୁଲ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ରୂପରେଖ(ଏନସିଏଫ)ର ଉନ୍ମୋଚନ କରିଛନ୍ତି । ଏହି ଏନସିଏଫ୍ ଜାତୀୟ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରିବା ଦିଗରେ ସାହାୟକ ହେବ ବୋଲି କହିଛନ୍ତ ଧର୍ମେନ୍ଦ୍ର ପ୍ରଧାନ । ଗତକାଲି(ବୁଧବାର) ‘ନ୍ୟାସନାଲ କରିକୁଲମ ଫ୍ରେମଓ୍ୱାର୍କ ଓଭରସାଇଟ କମିଟି’ ଏବଂ ‘ଦ ନ୍ୟାସନାଲ ସିଲାବସ ଆଣ୍ଡ୍ ଟିଚିଂ-ଲର୍ଣ୍ଣିଂ ମ୍ୟାଟେରିଆଲ’ କମିଟିର ପ୍ରଥମ ଯୁଗ୍ମ କର୍ମଶାଳାରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ ।

କର୍ମଶାଳାରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘‘ ସ୍କୁଲ ଶିକ୍ଷା ପାଇଁ ଏନସିଏଫ ଏକବିଂଶ ଶତାବ୍ଦୀର ଆବଶ୍ୟକତା ପାଇଁ ଥିବା କଳ୍ପନା ଓ ଭାରତୀୟ ଜ୍ଞାନ ପ୍ରଣାଳୀର ବିଚାରକୁ ଏକୀକରଣ କରିବା ଦିଗରେ ଏକ ଅନ୍ୟତମ ପଦକ୍ଷେପ । ଜାତୀୟ ଶିକ୍ଷାନୀତି-୨୦୨୦ ପାଇଁ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ପ୍ରଫେସର କେ କସ୍ତୁରୀରଙ୍ଗନଙ୍କ ନେତୃତ୍ୱରେ ଷ୍ଟିୟରିଂ କମିଟି ଗଠନ କରାଯାଇଥିଲା । ଯେଉଁଥିରେ ୫+୩+୩+୪ ଢାଞ୍ଚାରେ ସ୍କୁଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ଏହି ଫ୍ରେମଓ୍ୱାର୍କ ପ୍ରାଥମିକରୁ ମାଧ୍ୟମିକ ଶିକ୍ଷାସ୍ତର ପର୍ଯ୍ୟନ୍ତ ଶିକ୍ଷା ଆହରଣ ଯାତ୍ରାକୁ ପ୍ରାଥମିକତା ଦେଉଛି । ଆଗାମୀ ଶିକ୍ଷା ବର୍ଷରୁ ନୂତନ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରିବା ପାଇଁ ସବୁ ପ୍ରକାର ପ୍ରଚେଷ୍ଟା କରିବା ପାଇଁ ପରାମର୍ଶ ଦିଆଯାଇଛି । ତୃତୀୟ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଆଧାରିତ ହେବ। ପିଲାମାନେ ମୂଳପାଠ ସହ ଯୋଡିହେବା ସହ ଭବିଷ୍ୟତଗାମୀ କରାଯିବ ।’’

ଅଧିକ ପଢନ୍ତୁ: ଶିକ୍ଷା ଉଭୟ ସରକାରଙ୍କ ଦାୟିତ୍ବ, ଜାତୀୟ ଶିକ୍ଷାନୀତିରେ ଏକ ମୌଳିକ ପରିବର୍ତ୍ତନର ଆରମ୍ଭ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ସେ ଅହୁରୀ କହିଛନ୍ତି, ‘‘ ଆଜିର ଯୁବବର୍ଗଙ୍କ ଆବଶ୍ୟକତା, ଆକାଂକ୍ଷା, ଆଶା ପ୍ରତିଟି ମୁହୂର୍ତ୍ତରେ ପରିବର୍ତ୍ତନ ହେଉଛି । ସେମାନଙ୍କ ପାଇଁ ନୀତି ଓ ପ୍ରୋଗ୍ରାମ ବନାଇବା ସହଜ ନୁହେଁ । ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ କାପାସିଟି ବିଲଡିଂ ମୋଷ୍ଟ ଚ୍ୟାଲେଞ୍ଜିଂ କାମ । ଆତ୍ମଚିନ୍ତନକୁ ମ୍ୟାପିଂ କରିବା ସହ ତାଙ୍କର କ୍ୟାପାସିଟିକୁ ଜାଣିବା ଆମ ପାଇଁ ଚ୍ୟାଲେଞ୍ଜ । ଏହି ପଦକ୍ଷେପ ପ୍ରଶଂସନୀୟ । ଦେଶର ଶିକ୍ଷା ବ୍ୟବସ୍ଥା ବିଶ୍ବ ପାଇଁ ଏକ ମାର୍ଗଦର୍ଶିକା ହେବ । ପିଲାଙ୍କୁ ସ୍ବାବଲମ୍ବୀ କରିବା ଏହି ଶିକ୍ଷାନୀତିର ମୂଳ ଲକ୍ଷ୍ୟ ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.