ETV Bharat / state

ଏକାମ୍ର ହାଟରେ ମେଲିଛି ମାଟିଦୀପର ପସରା, ମନମୋହୁଛି ରଙ୍ଗବେରଙ୍ଗର ଦୀପ

author img

By

Published : Oct 23, 2022, 1:31 PM IST

ଆଉ ଦିନକ ପରେ ଆଲୋକର ପର୍ବ ଦିପାବଳୀ । ଦୀପ ଆମ ପରମ୍ପରାର ପ୍ରତୀକ ଆଉ ପରିବେଶ ସୁରକ୍ଷାର କବଚ । ଆଉ ଏହି ପର୍ବରେ ବିଶେଷ ଭାବେ ଦୀପର ବ୍ୟବହାର ହେଉଥିବା ବେଳେ ରାଜଧାନୀରେ ମେଳିଛି ଦୀପର ପସରା । ଅଧିକ ପଢନ୍ତୁ

ଏକାମ୍ର ହାଟରେ ଚାଲିଛି ମାଟିଦୀପର ସମ୍ଭାର ମେଳା

ଭୁବନେଶ୍ବର: ଦିନକ ପରେ ଆଲୋକର ପର୍ବ ଦିପାବଳୀ । ହିନ୍ଦୁମାନେ ଏହାକୁ ଏକ ମୁଖ୍ୟ ପର୍ବ ଭାବେ ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରନ୍ତି । ରଙ୍ଗୀନ୍ ସାଜସଜ୍ଜା ସହ ଦୀପାବଳିରେ ଜଳୁଥିବା ମାଟି ନିର୍ମିତ ଦୀପ ଦାନ କରି ଏହି ପର୍ବକୁ ଜାକଜମକରେ ପାଳନ କରାଯାଏ । ଆଉ ଏହି ଦିନକୁ ମନାଇବା ପାଇଁ ଗାଁ ଠାରୁ ସହର ସବୁ ଆଲୋକରେ ଝଲସିବ। ଦୀପ ଜାଳି ରାତିର ଘନ ଅନ୍ଧକାର ନୁହେଁ ବରଂ ଜୀବନର ପ୍ରତିଟି ଅନ୍ଧକାରକୁ ଦୂରେଇ ଦେବା ପାଇଁ ପ୍ରତିଟି ମଣିଷ ଦୀପାବଳୀ ମନାଇଥାଏ । ଆଉ ଏହି ପର୍ବରେ ବିଶେଷ ଭାବେ ଦୀପର ବ୍ୟବହାର ହେଉଥିବା ବେଳେ ରାଜଧାନୀରେ ମେଳିଛି ଦୀପର ପସରା । କାରଣ ଦୀପ ଆମ ପରମ୍ପରା ଏକ ବଡ ପ୍ରତୀକ । ଏହାକୁ ଜଳାଇବା ଦ୍ବାରା ଆମେ ଏକ ପ୍ରାକୃତିକ ଓ ପ୍ରଦୂଷଣ ମୁକ୍ତ ଆଲୋକ ପାଇଥାଉ ।

ତେବେ ଖାଲି ସେତିକି ନୁହେଁ ଏହା ମାଟିଯୁକ୍ତ ବା bio degradable ସାମଗ୍ରୀ ହୋଇଥିବାରୁ ଚାଇନା ବା ଅତ୍ୟାଧୁନିକ ଆଲୋକର ବ୍ୟବହାର ନ କରି ଆମ ପରମ୍ପରା ରକ୍ଷା ସହ ପରିବେଶ ସୁରକ୍ଷାକୁ ନେଇ ମାଟିଦୀପ ଜଳାଇଥାନ୍ତି । ଏନେଇ ଲୋକଙ୍କ ପସନ୍ଦକୁ ନଜରରେ ରଖି ଏକାମ୍ର ହାଟରେ ଲାଗିଛି ମାଟିଦୀପର ସମ୍ଭାର ମେଳା ବା ମୂର୍ତ୍ତିକା ହସ୍ତଶିଳ୍ପ ପ୍ରଦର୍ଶନୀ କରାଯାଇଛି । ଯେଉଁଠି ଟେରାକୋଟା ରଙ୍ଗ ବେରଙ୍ଗର ଭଳିକି ଭଳି ମାଟି ଦୀପ ବିକ୍ରି କରୁଛନ୍ତି ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କାରିଗର । ସେ ହାତୀର ଦୀପ ହେଉ ଅବା ମୟୂର ଦୀପ । ଦୁଇ ବର୍ଷ ପରେ ଧୁମଧାମରେ ଦୀପାବଳି ପାଳନ କରାଯାଉଥିବା ବେଳେ କାରୀଗରଙ୍କ ଜମୁଛି ଦୀପ ବେପାର । ଆଉ ରାଜଧାନୀବାସୀ ମଧ୍ୟ ଏହି ଭଳିକି ଭଳି ରଙ୍ଗବେରଙ୍ଗ ଦୀପ କିଣି ବେଶ ଖୁସି ଅଛନ୍ତି ।

ଆଜିକାଲି ଆଧୁନିକ ଯୁଗରେ ସମସ୍ତେ ପ୍ରଦୂଷଣ ଯୁକ୍ତ ଆଲୋକ ସହ ବାଣ ଫୁଟାଇ ପରିବେଶ ପ୍ରଦୂଷଣ କରିଥାନ୍ତି । ତେଣୁ ମାଟିର ଦୀପ ଜାଳି ଆଲୋକର ପର୍ବ ମନାଇବାକୁ ଜଣେ ରାଜଧାନୀ ବାସିନ୍ଦା ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏଭଳି କରିଲେ ପରିବେଶ ସୁରକ୍ଷା ସହ ଆମେ ଆମ ପରମ୍ପରାକୁ ବି ବଞ୍ଚାଇ ରଖିପାରିବା ବୋଲି ସେ କହିଛନ୍ତି । ଅନ୍ୟପଟେ ମାଟିର ଦୀପ ଶୁଭ ଓ ଆଲୋକ ପରମ୍ପରାର ପ୍ରଥମ ବର୍ତ୍ତିକା ହୋଇଥିବା ବେଳେ ଭୁବନେଶ୍ବର ମେୟର ମଧ୍ୟ ଏହି ଟେରାକୋଟା ମେଳା ବୁଲି ଦୀପ ନେଇଛନ୍ତି । ଆଉ ସୁରକ୍ଷିତ ଓ ସତର୍କ ରହି ଦୀପାବଳି ମନେଇବା ପାଇଁ ଅନୁରୋଧ କରିଛନ୍ତି । ଏଥିସହ ଗ୍ରୀନ ବାଣ ସହ ଦୀପ ଜାଳି ଦୀପାବଳି ମନେଇବାକୁ ଶୁଭେଚ୍ଛା ସହ ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.