ETV Bharat / state

ମଣ୍ଡିରେ ସରିଛି ଧାନ ବିକ୍ରି, ପ୍ରାପ୍ୟ ନପାଇ ହୀନସ୍ତାରେ ଚାଷୀ - khurdha

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପଙ୍ଗାରସିଂହ ସେବା ସମବାୟ ସମିତିରେ 60ରୁ ଊର୍ଦ୍ଧ୍ବ ଚାଷୀ ଗତ ତିନିମାସ ତଳେ 1652 କ୍ବିଣ୍ଟାଲ ଧାନ ମଣ୍ଡି ମାଧ୍ୟମରେ ସରକାରଙ୍କୁ ବିକ୍ରି କରିଥିଲେ ମଧ୍ୟ ଏଯାଁଏ ସେମାନଙ୍କ ପ୍ରାପ୍ୟ ପାଇ ନଥିବା ଅଭିଯୋଗ କରିଛନ୍ତି ।

ଫଟୋ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jul 23, 2019, 9:05 AM IST

Updated : Jul 23, 2019, 1:58 PM IST

ଖୋର୍ଦ୍ଧା : ଚାଷୀଟିଏ ନିଜ ଉତ୍ପାଦିତ ଧାନ କିଭଳି ସହଜରେ ବିକ୍ରି କରିପାରିବ, ସେଥିପାଇଁ ପ୍ରତି ସେବା ସମବାୟ ସମିତିରେ ମଣ୍ଡି ବ୍ୟବସ୍ଥା କରିଛନ୍ତି ସରକାର । ଧାନ ବିକ୍ରି ହେବାର 24ଘଣ୍ଟା ମଧ୍ୟରେ ସେମାନଙ୍କ ଜମା ଖାତାକୁ ଟଙ୍କା ପ୍ରେରଣ କରାଯିବ ବୋଲି କହିଥିଲେ ମଧ୍ୟ ସେଭଳି କିଛି ହୋଇନାହିଁ । ଦୀର୍ଘ ତିନିମାସ ତଳେ ମଣ୍ଡିରେ ଧାନ ବିକ୍ରି କରି ଏପର୍ଯ୍ୟନ୍ତ ଟଙ୍କା ପାଇ ନଥିବା ଚାଷୀମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପଙ୍ଗାରସିଂହ ସେବା ସମବାୟ ସମିତିରେ 60ରୁ ଊର୍ଦ୍ଧ୍ବ ଚାଷୀ ଗତ ତିନିମାସ ତଳେ 1652 କ୍ବିଣ୍ଟାଲ ଧାନ ମଣ୍ଡି ମାଧ୍ୟମରେ ସରକାରଙ୍କୁ ବିକ୍ରି କରିଥିଲେ । କିନ୍ତୁ ଧାନ ବିକ୍ରିକୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନେ ବିକ୍ରି କରିଥିବା ଧାନର ପ୍ରାପ୍ୟ ପାଇ ନଥିବା ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା

ଏ ସମ୍ପର୍କରେ ବାରମ୍ବାର ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ଯାହାଫଳରେ ସୋମବାର ବେଗୁନିଆ ବ୍ଲକ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଟଙ୍କା ପାଇବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି । ଯଥାଶୀଘ୍ର ବିକ୍ରି କରିଥିବା ଧାନ ଟଙ୍କା ନମିଳିଲେ ବାଧ୍ୟ ହୋଇ ରାଜରାସ୍ତାକୁ ଅବରୋଧ କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା ,ଇଟିଭି ଭାରତ

Intro:Body:

BLANK

Conclusion:
Last Updated : Jul 23, 2019, 1:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.