ETV Bharat / state

ଆଗକୁ ବଢିବ ୩ ରୁ ୪ ଡିଗ୍ରୀ ତାପମାତ୍ରା

author img

By

Published : Feb 28, 2023, 8:30 PM IST

ଗୁରୁଚାପ ବଳୟ ପାଇଁ ରାଜ୍ୟରେ ସାମୁଦ୍ରିକ ବାୟୁ ପ୍ରବାହ ଜାରି । ପାଣିପାଗ ନିୟାମକକୁ ନେଇ ୫ ଦିନ ଭିତରେ ଦିନ ବେଳା ୩-୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

temperature likely to rise
temperature likely to rise
temperature likely to rise

ଭୁବନେଶ୍ବର: ବଙ୍ଗୋପସାଗରରେ ଗୁରୁଚାପ ବଳୟ ପାଇଁ ରାଜ୍ୟରେ ସାମୁଦ୍ରିକ ବାୟୁ ପ୍ରବାହ ଜାରି ରହିଛି। ଏହି ଵାୟୁ ପ୍ରବାହକୁ ନେଇ ତାପମାତ୍ରାର ବୃଦ୍ଧି ଯଦିଓ ବି ଉପକୂଳରେ କମିଛି। ହେଲେ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶାରେ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ବଢୁଛି ତାତି। ଏହାକୁ ନେଇ ଅଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶାରେ ତାପମାତ୍ରା ବୃଦ୍ଧି ପାଉଛି। ସେହିପରି ଉପକୂଳ ଓଡିଶାର ବିଭିନ୍ନ ଜିଲ୍ଲାରେ କୁହୁଡି ଅନୁଭୁତ ହେଉଥିବା ବେଳେ ଏଭଳି ପାଗ ମାର୍ଚ୍ଚ ୪ ପର୍ଯ୍ୟନ୍ତ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ହେଲେ ବତ୍ତର୍ମାନ ର ପାଣିପାଗ ନିୟାମକକୁ ନେଇ ୫ ଦିନ ଭିତରେ ଦିନ ବେଳା ୩-୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ରାତି ର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି କହିଛି ପାଣିପାଗ ବିଭାଗ । ଗତକାଲି ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଫୁଲବାଣୀ ରେ ସର୍ବନିମ୍ନ ୧୯.୯ ଡିଗ୍ରୀ ରେକର୍ଡ କରାଯାଇଛି । କୌଣସି ସତର୍କ ସୂଚନା ଦିଆଯାଇନାହିଁ। ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଦିନର ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବ। ସେହିପରି ଗତ 24 ଘଣ୍ଟା ଭିତରେ ଭୁବନେଶ୍ବର ର ତାପମାତ୍ରା 35.8 ଡିଗ୍ରୀ ରହିଥିଲା । ଆଉ ଆଜି 37 ଡିଗ୍ରୀ ତାପମାତ୍ରା ଛୁଇଁବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ ।

ଚଳିତ ବର୍ଷ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ହେଉ ନ ଥିଲେ ବି ଫେବୃଆରୀରେ ହିଁ ଯେଭଳି ସ୍ବାଭାବିକ ଠାରୁ 2 ରୁ 3 ଡିଗ୍ରୀ ତାପମାତ୍ରା ବିଭିନ୍ନ ଜିଲ୍ଲାରେ ବୃଦ୍ଧି ହେଉଛି। ଆଗକୁ ଅସହ୍ୟ ଗରମ ସହ ଝାଞ୍ଜି ପବନର ଅନୁଭୁତି ହେବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ। କାରଣ ଏଥର ବର୍ଷା ବିଶେଷ ହୋଇ ନ ଥିବା ବେଳେ ମାଟି ଶୁଷ୍କ ରହିବା ସହ ଶୁଷ୍କ ବାୟୁ ପ୍ରବାହ ମଧ୍ୟ ରହିଛି। ଏହା ତାପମାତ୍ରା ବୃଦ୍ଧି କରାଇବାରେ ସହାୟକ ହେଉଛି।

ସେହିପରି ମେଘମୁକ୍ତ ଆକାଶ ଓ ଟାଣ ଖରା ଯୋଗୁଁ ମଧ୍ୟ ତାପମାତ୍ରା ବୃଦ୍ଧି ପାଉଛି। ଏହାସହ କାଳ ବୈଶାଖୀ ସମ୍ଭାବନା ମଧ୍ୟ ବତ୍ତର୍ମାନ ନ ଥିବାରୁ ଦିନର ତାପମାତ୍ରା ଯେତିକି ରହୁଛି ତାହାକୁ ନେଇ ଦିନ ବେଳା ଗରମ ଅନୁଭୁତ ହେଉଛି। କିଛି କିଛି ସ୍ଥାନରେ ଅପରାହ୍ନରେ ଝାଞ୍ଜି ପବନର ଅନୁଭୂତି ବି ହେଉଛି। ଅନ୍ୟପଟେ ସକାଳେ କୁହୁଡ଼ି ଓ ଖରାବେଳେ ତାତିକୁ ନେଇ ସତର୍କ ରହିବାକୁ କହିଛି ପାଣିପାଗ ବିଭାଗ। ବିଶେଷକରି ଉପକୂଳ ଓଡିଶାରେ ସତର୍କ ଜାରି କରିଛି ପାଣିପାଗ ବିଭାଗ। ତେବେ ଏଭଳି ପାଗ ଆସନ୍ତା 4 ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ର ନିଦେର୍ଶକ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.