ଖୋର୍ଦ୍ଧା: କୋଭିଡ-19 ମହାମାରୀ ପାଇଁ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଉଛନ୍ତି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର । ସାମାଜିକ ସଂକ୍ରମଣ ରୋକିବା ପାଇଁ ପୁରା ଦେଶରେ ଲକଡାଉନକୁ କଡାକଡି କରିଛନ୍ତି ସରକାର । ସେହିପରି ଅତି ଆବଶ୍ୟକ ନଥିଲେ ସରକାରୀ ହସ୍ପିଟାଲକୁ ଆସିବା ପାଇଁ ବାରଣ କରାଯାଇଛି ।
ସେପଟେ କିପରି ସାଧାରଣ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ସେଥିପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ଆରମ୍ଭ ହୋଇଛି ଟେଲି ମେଡ଼ିସିନ ସେବା । ଏହି ସେବାରେ ପ୍ରତିଦିନ ସକାଳ 8ଟା ରୁ ଦିନ 12ଟା ପର୍ଯ୍ୟନ୍ତ 28 ଜଣ ଡାକ୍ତର ନିୟୋଜିତ ହୋଇଛନ୍ତି । ରୋଗୀମାନେ ହସ୍ପିଟାଲ ନ ଆସି ଟେଲିଫୋନ ମାଧ୍ୟମରେ ଡାକ୍ତରଙ୍କ ସହ ପରାମର୍ଶ କରି ଆରୋଗ୍ୟ ଲାଭ କରିପାରିବେ ବୋଲି ଖୋର୍ଦ୍ଧା ସହକାରୀ ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ