ETV Bharat / state

ପୂରଣ ହେବ ଖାଲି ପଡ଼ିଥିବା ପଦବୀ, ରାଜ୍ୟରେ ଦୂର ହେବ ଶିକ୍ଷକ ସମସ୍ୟା- ଗଣଶିକ୍ଷା ମନ୍ତ୍ରୀ

author img

By

Published : Mar 21, 2023, 7:26 AM IST

ରାଜ୍ୟରେ ଦୂର ହେବ ଶିକ୍ଷକ ସମସ୍ୟା । ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ । ଖୁବ୍‌ଶୀଘ୍ର ବିଜ୍ଞାପନ ପ୍ରକାଶ ପାଇବ ବୋଲି ଶିକ୍ଷା ବଭାଗ ପକ୍ଷରୁ ସୂଚନା । ଅଧିକ ପଢ଼ନ୍ତୁ

ରାଜ୍ୟରେ ଦୂର ହେବ ଶିକ୍ଷକ ସମସ୍ୟା
ରାଜ୍ୟରେ ଦୂର ହେବ ଶିକ୍ଷକ ସମସ୍ୟା

ଭୁବନେଶ୍ବର: ରାଜ୍ୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀକୁ ନେଇ ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ରାଜ୍ୟରେ ଖାଲି ପଡିଥିବା ଶିକ୍ଷକ ପଦବୀ ଖୁବଶୀଘ୍ର ହେବ ପୂରଣ । ପିଜିଟି ଶିକ୍ଷକ ଓ ଅନୁଦାନପ୍ରାପ୍ତ ଶିକ୍ଷକ ନିଯୁକ୍ତି ପାଇଁ ସରାକରଙ୍କ ଉଚ୍ଚସ୍ତରୀୟ ବୈଠକ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଅଶ୍ୱଥି ଏସ୍‌.ଙ୍କ ଅଧ୍ୟକ୍ଷତା ବସିଥିଲା ବୈଠକ । ତେବେ ରାଜ୍ୟରେ ବେସରକାରୀ ଅନୁଦାନପ୍ରାପ୍ତ ୨୨୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖାଲିଥିବା ୫୫୫ ଜଣ ପିଜିଟି ଶିକ୍ଷକ ନିଯୁକ୍ତି ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।

ଏହି ବୈଠକରେ ରାଜ୍ୟର ଓଏସଏସସି ଆୟୋଗର ଅଧ୍ୟକ୍ଷ ପ୍ରଫେସର ଦକ୍ଷପ୍ରସାଦ ନନ୍ଦ, ସମ୍ପାଦକ ଡକ୍ଟର ମଧୁସୂଦନ ମିଶ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରଘୁରାମ ଆର୍‌. ଆୟାର, ସ୍ୱତନ୍ତ୍ର ଶାସନ ସଚିବ ଶୁଭଶ୍ରୀ ନନ୍ଦ, ଉପନିର୍ଦ୍ଦେଶକ ଡ. ଭାଗୀରଥି କାଣ୍ଡିଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ପଦାଧିକାରୀ ବୃନ୍ଦ ଉପସ୍ଥିତ ରହିଥିଲେ। ଏହି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ପ୍ରବରଣ ଆୟୋଗ ତରଫରୁ ଖୁବ୍‌ଶୀଘ୍ର ବିଜ୍ଞାପନ ପ୍ରକାଶ ପାଇବ ବୋଲି ସୂଚନା ରହିଛି ।

ଅନ୍ୟପଟେ ୨୦୬୪ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଶିକ୍ଷକ ନିଯୁକ୍ତିକୁ ନେଇ ମଧ୍ୟ ଏକ ଉଚ୍ଚସ୍ତରୀୟ ଆଲୋଚନା କରାଯାଇଥିଲା । ପୂର୍ଣ୍ଣ ଅନୁଦାନପ୍ରାପ୍ତ ୬୯୧ଟି ଉଚ୍ଚ ବିଦ୍ୟାଳୟମାନଙ୍କରେ ମୋଟ ୨୦୬୪ଟି ଶିକ୍ଷକ ପଦବୀ ଖାଲି ପଡିଛି । ତୁରନ୍ତ ନିଯୁକ୍ତି ନିମନ୍ତେ ଏକ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ପ୍ରବରଣ ଆୟୋଗ ତରଫରୁ ଖୁବ୍‌ଶୀଘ୍ର ବିଜ୍ଞାପନ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ରାଜ୍ୟର ହାଇ ସ୍କୁଲ ପାଇଁ ମଧ୍ୟ ୨୦ ହଜାର ଶିକ୍ଷକ ନିଯୁକ୍ତି ହେବେ। ଏନେଇ ବିଜ୍ଞାପନ ବାହାରି ସାରିଛି । ରାଜ୍ୟରେ ମୋଟ ୪୦ ହଜାର ଶିକ୍ଷକ ନିଯୁକ୍ତି ନିମନ୍ତେ ସରକାର ପଦକ୍ଷେପ ନେଇଛନ୍ତି । ଏହି ସମସ୍ତ ପରୀକ୍ଷା ଗୁଡ଼ିକ କମ୍ପ୍ୟୁଟର ବେସ୍ ଟେଷ୍ଟ ମାଧ୍ୟମରେ ପରୀକ୍ଷା କରାଯିବ। ରାଜ୍ୟରେ ଶିକ୍ଷକ ଅଭାବକୁ ଦୃଷ୍ଟିରେ ରଖି ୨୦୨୧-୨୨ରେ ୭୧୧୩ ଓ ୬୮୯୧ ଏପରି ମୋଟ ୧୪ ହଜାର ଶିକ୍ଷକ ପଦବୀ ପୂରଣ କରାଯାଇଛି । ଏଥିସହ ୭୫୪୦ ଗୋଟି ଖାଲିଥିବା ଶିକ୍ଷକ ପଦବୀ ପୂରଣ ପାଇଁ OSSCକୁ ଦାୟିତ୍ୱ ଦିଆଯାଇଛି । ପୁନଃ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଖାଲି ଥିବା ବିଭିନ୍ନ ବର୍ଗର ୨୦୬୪ ଗୋଟି ପଦବୀ ପୂରଣ ପାଇଁ ସରକାର ଆଦେଶ ଦେଇଛନ୍ତି । ଯାହାକି ଖୁବ ଶୀଘ୍ର ପୂରଣ କରାଯିବ ବୋଲି ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.