ETV Bharat / state

ଗୁରୁ ଦିବସରେ କଳାପଟି ବାନ୍ଧି ରାଜରାସ୍ତାକୁ ଓହ୍ଲାଇଲେ ଗୁରୁ

author img

By ETV Bharat Odisha Team

Published : Sep 5, 2023, 7:24 PM IST

ଆଜି ସାରା ଦେଶ ପାଳୁଛି ଗୁର ଦିବସ । ଆଜି ଭଳି ପବିତ୍ର ଦିନରେ ରାଜରାସ୍ତାକୁ ଓହ୍ଲାଇ ମୁହଁରେ ପଟି ବାନ୍ଧି ପ୍ରତିବାଦ କରୁଛନ୍ତି ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ । ଅଧିକ ପଢ଼ନ୍ତୁ

teacher association protest
କଳା ବ୍ୟାଚ ପିନ୍ଧି ରାଜରାସ୍ତାରେ ଗୁରୁ
କଳା ବ୍ୟାଚ ପିନ୍ଧି ରାଜରାସ୍ତାରେ ଗୁରୁ

ଭୁବନେଶ୍ବର: ଗୁରୁ ଦିବସରେ କଳା ବ୍ୟାଚ ପିନ୍ଧି ରାଜରାସ୍ତାରେ ଗୁରୁ । ହଜାର ହଜାର ସଂଖ୍ଯାରେ ନିଜର ଦାବିକୁ ନେଇ ଭୁବନେଶ୍ବରର ଲୋୟର ପିଏମଜି ଠାରେ ଗୁରୁମୟ ପରିବେଶ ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ପାଖାପାଖି 30 ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟ ଛାଡି ମୁହଁରେ କଳାପଟି ବାନ୍ଧି ଏକ ନୀରବ ଶୋଭାଯାତ୍ରା କରିଛନ୍ତି । କେବଳ ଓଷ୍ଟା ସଂଘ ନୁହେଁ ଏପରିକି 622 ଶିକ୍ଷକ ସଂଘ ଏବଂ କଲେଜ ଅଧ୍ୟାପକ ମାନେ ଦାବି ପୂରଣ ନେଇ ଆନ୍ଦୋଳନ କରିଛନ୍ତି ।

ଗତ ଅଗଷ୍ଟ ୧୬, ୧୭, ୧୮ ତିନି ଦିନ ଧରି ଅହୋରାତ୍ର ଧାରଣାରେ ରହିଥିଲେ ଶିକ୍ଷାକ ସଂଘ । ଧାରଣାର ଶେଷ ଦିନରେ ସରକାରଙ୍କ ଠାରୁ ପାଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ନହେବାରୁ ଗୁରୁ ଦିବସରେ ବିଦ୍ୟାଳୟ ଛାଡି ରାସ୍ତାରେ ଆନ୍ଦୋଳନ କରୁଛନ୍ତି । ଏନେଇ ଆନ୍ଦୋଳନକାରୀ ଶିକ୍ଷକ କହିଛନ୍ତି, "ଶିକ୍ଷକ ଶିକ୍ଷୟତ୍ରୀଙ୍କ ଏତାଦୃଶ୍ୟ ନିରବତାକୁ ଏକ ଝଡ଼ର ସୂଚନା । କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବା ପୂର୍ବରୁ ସରକାର ଦାବି ପୂରଣ କରିନେବା ଆବଶ୍ୟକ । ରାଜ୍ୟରେ ୨୬୦୮ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ୩୦ ହଜାରରୁ ଅଧିକ ଶିକ୍ଷୟିତ୍ରୀ, ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ସରକାର ବାରମ୍ବାର ପ୍ରତାରିତ କରି ଚାଲିଛନ୍ତି । ଏହା ଭିତରେ ପାଞ୍ଚ ହଜାରରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ଅବସର ନେଇ ସାରିଲେଣି । ଏପରିକି ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ମଧ୍ୟ ସେମାନେ ଯୋଗ୍ୟ ନୁହଁନ୍ତି । ଏମାନଙ୍କ ପାଇଁ ପେନସନ ବ୍ୟବସ୍ଥା କରାନ ଗଲେ ସମାଜରେ ବଞ୍ଚି ରହିବା ମଧ୍ୟ କଷ୍ଟକର ହୋଇ ପଡ଼ିବ । ତେଣୁ ସରକାର ତୁରନ୍ତ ଶିକ୍ଷକଙ୍କ ଦାବିକୁ ପୂରଣ କରନ୍ତୁ ।"

ଏହା ମଧ୍ୟ ପଢ଼ନ୍ତୁ: ପ୍ରତିଶ୍ରୁତିରେ ଅଟକିଛି ଦାବି, ଗୁରୁଦିବସରେ ଗୁରୁ କରିବେ ଆନ୍ଦୋଳନ!

ତେବେ ଦାବି ମୁତାବକ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ସରକାରୀକରଣ ଓ ଏଥିରେ କାର୍ଯ୍ୟରତ ୫୨ ଜଣ ସେକ୍ସନ ଶିକ୍ଷକଙ୍କୁ ଦରମା ପ୍ରଦାନ, ୨୦୦୪ ରୁ ୨୦୧୩ ବର୍ଷ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ଯଥାଯଥ ବାର୍ଷିକ ଦରମା ବୃଦ୍ଧି ସହ ବରିଷ୍ଠତା ପ୍ରଦାନ, ଆର.ଏ.ସି.ପି. ପ୍ରଦାନ କ୍ଷେତ୍ରରେ ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଦେଶକୁ ପାଳନ କରିବା, ହିନ୍ଦୀ ସଂସ୍କୃତ ଶିକ୍ଷକ ମାନଙ୍କର ଯୋଗ୍ୟତା ଥିଲେ ମଧ୍ୟ ଉପଯୁକ୍ତ ହାରରେ ଦରମା ନପାଇବା, ଅବସର ବୟସ ସୀମା 60 ରୁ 62 ବର୍ଷକୁ ବୃଦ୍ଧି ନକରିବା ଇତ୍ୟାଦି ଦାବି ଗୁଡ଼ିକ ପୂରଣ କରିବା ଦିଗରେ ସରକାର ବାରମ୍ବାର ପ୍ରତିଶୃତି ଦେଇ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ସଂଘ ବାଧ୍ୟ ହୋଇ ଗୁରୁ ଦିବସରେ କଳାପଟି ପିନ୍ଧି ନୀରବ ଆନ୍ଦୋଳନ କରିଛି । ସମଗ୍ର ରାଜ୍ୟରୁ ୩୦ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ଏକାଠି ହୋଇ ଦିନଟିକୁ ମର୍ଯ୍ୟାଦା ଦିବସ ରୂପେ ପାଳନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.