ETV Bharat / state

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଉଦୟନିଧି ଷ୍ଟାଲିନ୍‌, ମୁଖ୍ୟମନ୍ତ୍ରୀଙ୍କୁ କଲେ ଭୂରି ଭୂରି ପ୍ରଶଂସା - ମଞ୍ଚେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ

ତାମିଲନାଡ଼ୁ ସରକାରଙ୍କ ଯୁବକଲ୍ୟାଣ ଓ କ୍ରୀଡ଼ା ଉନ୍ନୟନ ମନ୍ତ୍ରୀ ଥିରୁ ଉଦୟନିଧି ଷ୍ଟାଲିନ୍‌ ମଞ୍ଚେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

world skill centre
world skill centre
author img

By

Published : Jan 20, 2023, 9:22 AM IST

ଭୁବନେଶ୍ବର: ମଞ୍ଚେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି ତାମିଲନାଡ଼ୁ ସରକାରଙ୍କ ଯୁବକଲ୍ୟାଣ ଓ କ୍ରୀଡ଼ା ଉନ୍ନୟନ ମନ୍ତ୍ରୀ ଥିରୁ ଉଦୟନିଧି ଷ୍ଟାଲିନ୍‌ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷତା ତାଲିମ ପ୍ରତି ଥିବା ଦୂର ଦୃଷ୍ଟିକୁ ତାମିଲନାଡ଼ୁର ମନ୍ତ୍ରୀ ଷ୍ଟାଲିନ୍‌ ଉଚ୍ଚ ପ୍ରଶଂସା କରିଛନ୍ତି ।

ଗତକାଲି ଅପରାହ୍ନରେ ତାମିଲନାଡ଼ୁ ସରକାରଙ୍କ ଯୁବକଲ୍ୟାଣ ଓ କ୍ରୀଡ଼ା ଉନ୍ନୟନ ମନ୍ତ୍ରୀ ଥିରୁ ଉଦୟନିଧି ଷ୍ଟାଲିନ୍‌ଙ୍କ ସମେତ ତାମିଲନାଡ଼ୁ ସରକାରଙ୍କ ବରିଷ୍ଠ ପଦାଧିକାରୀ ମାନେ ମଞ୍ଚେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷତା ତାଲିମ ପ୍ରତି ଥିବା ଦୂରଦୃଷ୍ଟିକୁ ତାମିଲନାଡ଼ୁର ମନ୍ତ୍ରୀ ଷ୍ଟାଲିନ୍‌ ଉଚ୍ଚ ପ୍ରଶଂସା କରିଛନ୍ତି ।

ପ୍ରାରମ୍ଭରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ବିଶ୍ୱ ଦକ୍ଷତା କେନ୍ଦ୍ରରେ ତାଲିମ ପ୍ରଦାନ ଏବଂ ଓଡ଼ିଶା ସରକାରଙ୍କ ଦ୍ୱାରା ଦିଆଯାଉଥିବା ବିଭିନ୍ନ ବୈଷୟିକ ତାଲିମ ପଦକ୍ଷେପ ସଂପର୍କରେ ମନ୍ତ୍ରୀ ଷ୍ଟାଲିନ୍‌ଙ୍କୁ ଅବଗତ କରାଇଛନ୍ତି । ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ଦକ୍ଷତା ବିକାଶ କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଳକା ମିଶ୍ର, କେନ୍ଦ୍ରର ଅଧ୍ୟକ୍ଷ ସଂଗ୍ରରଣ ଗୋପାଳଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ରହିଥିଲେ ।

ତେବେ ମନ୍ତ୍ରୀ ଷ୍ଟାଲିନ୍‌ଙ୍କ ସହିତ ତାମିଲନାଡ଼ୁର ବରିଷ୍ଠ ପଦାଧିକାରୀବୃନ୍ଦ ଏୟାର କଣ୍ଡିସନିଙ୍ଗ୍‌ ଏବଂ ରେଫ୍ରିଜେରେସନ୍‌ ଲାବ୍‌ ଏବଂ ରୋବୋଟିକ୍‌ ଲାବ୍‌ର ବିଭିନ୍ନ ମେସିନ୍‌ ବୁଲି ଦେଖିଥିଲେ । ଏଥି ସହ ତାଲିମ ନେଉଥିବା ଛାତ୍ର ଛାତ୍ରୀଙ୍କ ସହ ସ୍ୱଳ୍ପ ସମୟ ପାଇଁ ଆଲୋଚନା ମଧ୍ୟ କରିଥିଲେ । ନିକଟରେ ବିଶ୍ଵ ଦକ୍ଷତା କେନ୍ଦ୍ର ପକ୍ଷରୁ ୨୪ ଜଣ ଓଡିଆ ବିଦ୍ୟାର୍ଥୀ ତାଲିମ ପାଇଁ ଯାଇଛନ୍ତି ସିଙ୍ଗାପୁର । ଏହି ବିଦ୍ୟାର୍ଥୀ ମାନେ ସିଙ୍ଗାପୁରର ବିଭିନ୍ନ ଖ୍ୟାତିସମ୍ପନ୍ନ କମ୍ପାନୀ ଗୁଡିକରେ ତାଲିମ ନେଉଛନ୍ତି । ଓଡିଶା ବିଶ୍ଵ ଦକ୍ଷତା କେନ୍ଦ୍ର ବିଦେଶକୁ ତାଲିମ ପାଇଁ ବିଦ୍ୟାର୍ଥୀଙ୍କୁ ପଠାଇବାରେ ଦେଶରେ ପ୍ରଥମ ଦକ୍ଷତା ବିକାଶ କେନ୍ଦ୍ର । ଏହି ୨୪ ଜଣ ଶିକ୍ଷାର୍ଥୀ ସିଙ୍ଗାପୁରର ବୈଷୟିକ ଶିକ୍ଷା ସେବା ପ୍ରତିଷ୍ଠାନରେ ୬ ମାସ ରହିବେ ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନ ଓଡ଼ିଶାରେ ଦକ୍ଷ ବିଶ୍ଵସ୍ତରୀୟ ପ୍ରୟାସ କରାଯାଉଛି । ସେହିପରି ବିଶ୍ଵ ଦକ୍ଷତା କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କର ଋଣ ଏବଂ ଆଇଟିଇଇଏସ ସିଙ୍ଗାପୁରର ବୈଷୟିକ ସହାୟତାରେ ଚାଲୁଛି । ଏହା ITI ଏବଂ ପଲିଟେକ୍ନିକ୍ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଷ୍ଠ ଉତ୍କର୍ଷ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ତେବେ ୫ ମାର୍ଚ୍ଚ ୨୦୨୧ରେ ଏହି କେନ୍ଦ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା । ଏହି କେନ୍ଦ୍ରରେ ଆଗାମୀ ୫ ବର୍ଷ ମଧ୍ୟରେ ୧,୫୧,୦୦୦ ଛାତ୍ରଛାତ୍ରୀଙ୍କୁ କୁଶଳୀ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.