ETV Bharat / state

କୃଷି କ୍ଷେତ୍ରରେ ବିପ୍ଳବ ଆଣିବାକୁ ସଲାଇଙ୍କ ପ୍ରୟାସ, ବୁଲେଟ୍‌ରେ ବୁଲୁଛନ୍ତି ବିଭିନ୍ନ ରାଜ୍ୟ - କୃଷି କ୍ଷେତ୍ରରେ ବିପ୍ଳବ

ଜୈବିକ ଚାଷ ପଦ୍ଧତିକୁ ନେଇ ଯୁବକଙ୍କ ନିଆରା ପ୍ରୟାସ, ବୁଲେଟ ଧରି ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ତାମିଲନାଡ଼ର ଯୁବକ ସଲାଇ ଅରୁଣ । ଜୈବିକ ଚାଷ ପାଇଁ ଭଳିକି ଭଳି ଦେଶୀ ମଞ୍ଜି ଧରି ସେ ଭାରତର କୋଣ ଅନୁକୋଣରେ ବୁଲି ଲୋକଙ୍କୁ କରୁଛନ୍ତି ସଚେତନ । ଓଡିଶାରେ ପହଞ୍ଚି ଜୈବିକ ମଞ୍ଜି ପ୍ରଦାନ କରିବା ସହ ଜୈବିକ କୃଷି ପଦ୍ଧତି ଉପରେ ଚାଷୀଙ୍କୁ ସଚେତନ କରାଉଛନ୍ତି । ଅଧିକ ପଢନ୍ତୁ

ଜୈବିକ ପ୍ରଣାଳୀରେ ଚାଷ କରିବାକୁ ଯୁବକଙ୍କ ଆହ୍ବାନ

author img

By

Published : Nov 2, 2022, 10:59 AM IST

ଭୁବନେଶ୍ବର: ଧୀରେ ଧୀରେ ଲୋପ ପାଇଯାଉଥିବା ପୁରୁଣା ପ୍ରଣାଳୀ ବା ଜୈବିକ ଚାଷକୁ ଆଉ ଥରେ ଉଜ୍ଜୀବିତ କରିବା ପାଇଁ ୩୦ ବର୍ଷ ବୟସର ଯୁବକଙ୍କର ନିଆରା ପ୍ରୟାସ । ଜୈବିକ କୃଷିର ପ୍ରୟୋଗକୁ ନେଇ ବୁଲେଟରେ ବୁଲି ବୁଲି ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା । ବୁଲେଟରେ ଭଳିକି ଭଳି ମଞ୍ଜି ଧରି କରୁଛନ୍ତି ଭାରତ ଭ୍ରମଣ । ସୁଦୂର ତାମିଲନାଡ଼ରୁ ବୁଲେଟରେ ଯାତ୍ରା କରି ସଲାଇ ଅରୁଣ ଭାରତର କୋଣ ଅନୁକୋଣରେ ବୁଲି ଚାଷୀଙ୍କୁ କରୁଛନ୍ତି ସଚେତନ ।

ଜୈବିକ ପ୍ରଣାଳୀରେ ଚାଷ କରିବାକୁ ଯୁବକଙ୍କ ଆହ୍ବାନ

ବୁଲିଛନ୍ତି ବିଭିନ୍ନ ରାଜ୍ୟ

ଅରୁଣ କୃଷକ ପରିବାରର ଜନ୍ମ ଗ୍ରହଣ କରିଥିବା ବେଳେ ଜୈବିକ କୃଷି ପ୍ରଣାଳୀ ଉପରେ ବୁଝାଇବା ଓ ଦେଶୀ ମଞ୍ଜି ସଂଗ୍ରହ କରି ତାର ପ୍ରଚାର ପ୍ରସାର ପାଇଁ ୫ ବର୍ଷ ଧରି କାର୍ଯ୍ୟ କରୁଛନ୍ତି । ୪ ବର୍ଷ ତାମିଲନାଡୁରେ ଏଭଳି ସଚେତନତା କରୁଥିଲେ । ଏବେ ପୁରା ଭାରତ କରିବାକୁ ବାହାରିଥିବା ବେଳେ କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ପରେ ଓଡିଶାରେ ପହଞ୍ଚିଛନ୍ତି । ପରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଭ୍ରମଣ କରିବେ । ୨ ବର୍ଷ ଭିତରେ ପୁରା ଭାରତ ବର୍ଷରେ ବୁଲି ମଞ୍ଜି ସଂଗ୍ରହ ସହ ଲୋକମାନଙ୍କୁ ବୁଝିବେ ବୋଲି ଲକ୍ଷ୍ୟ ରଖିଛନ୍ତି ଅରୁଣ । ଖାଲି ସେତିକି ନୁହେଁ ଏହି ଭାରତ ଭ୍ରମଣ ଯାତ୍ରାରେ ଜୈବିକ ଚାଷ ପ୍ରୋତ୍ସାହନ ଦେଉଥିବା ସଂସ୍ଥାମାନଙ୍କୁ ଭେଟିଛନ୍ତି । ସମ୍ଭବ ଯୁବ ବିକାଶ ପ୍ରତିଷ୍ଠାନ ଓ ସିଵାଏସ୍ଡି ଭଳି ସଂଗଠନକୁ ଭେଟୁଛନ୍ତି ଅରୁଣ ।

ଭ୍ରମଣ ବେଳେ ସଂଗ୍ରହ କଲେଣି 500ରୁ ଊର୍ଦ୍ଧ୍ବ କିସମର ମଞ୍ଜି

ଅନ୍ୟପଟେ ଏହି ଭ୍ରମଣରେ ୫୦୦ରୁ ଉର୍ଦ୍ଧ୍ବ କିସମର ପୁରାତନ ମଞ୍ଜି ସେ ସଂଗ୍ରହ କରି ଆଣିଛନ୍ତି । ଖାଲି ମଞ୍ଜି ସଂଗ୍ରହ ନୁହେଁ ଜୈବିକ ମଞ୍ଜି ପ୍ରଦାନ କରି ଜୈବିକ କୃଷି ପଦ୍ଧତି ଉପରେ ସଚେତନ କରାଉଛନ୍ତି । ରାସାୟନିକ ସାର ବ୍ୟବହାର ନକରି ଜୈବିକ ପ୍ରଣାଳୀରେ ଚାଷ କରିବାକୁ ଚାଷୀଙ୍କୁ ଆହ୍ୱାନ ଦେଉଛନ୍ତି ସେ । ଅରୁଣଙ୍କର ଏହି ଭ୍ରମଣରେ ସବୁଠାରୁ ବଡ଼ ସହଭାଗିତା ବା ସହଯୋଗିତା ରହିଛି ଚାଷୀମାନଙ୍କର । ତାମିଲନାଡୁର ୨୦୦ ଚାଷୀ ଚାନ୍ଦା ଆଦାୟ କରି ଅରୁଣଙ୍କୁ ଏହି ଭାରତ ଭ୍ରମଣ ଯାତ୍ରା ପାଇଁ ବାଇକ ପ୍ରଦାନ କରିଛନ୍ତି । ଏହି ସହଭାଗିତାରେ ସେ ବୁଲେଟ କିଣିବା ପାଇଁ ନିଜେ ୩୦୦ ଟଙ୍କା ଦେଇଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-କାହିଁକି ଧାମନଗର ପ୍ରଚାରରେ ଗଲେନି ସାଂସଦ ଅପରାଜିତା, ବିଜେପିରେ ସବୁ ଠିକ ତ ?

ସେପଟେ ଦେଶୀ ମଞ୍ଜିର ଆଵଶ୍ୟକତାକୁ ନେଇ ଓଡ଼ିଶାରେ ସେ ଅନେକ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଆଉ ଜୈବିକ ଚାଷୀଙ୍କ ପାଖକୁ ଯାଉଛନ୍ତି । ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଭଳି ଜିଲ୍ଲା ବୁଲି ସାରିଲେଣି । ଏଭଳି ଏକ ପ୍ରକୃତି ଓ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ସଚେତନ କରୁଥିବାରୁ ନିଜେ ଗର୍ବିତ ବୋଲି କହିଛନ୍ତି ଅରୁଣ । ତେବେ ସେ ଶନିବାର ଓଡ଼ିଶାରେ ପହଞ୍ଚିଥିବା ବେଳେ ଓଡ଼ିଶାର ଏନସିଏନଏଫ ତାଙ୍କୁ ଏଥିପାଇଁ ସହଯୋଗ କରୁଛନ୍ତି । ଅରୁଣଙ୍କ ଏହି ପ୍ରୟାସକୁ ନେଇ ଏନସିଏନଏଫ ରାଜ୍ୟ ସଞ୍ଚାଳକ କହିଛନ୍ତି ଏହା ବିଷମୁକ୍ତ ଖାଦ୍ୟ ଖାଇବାର ଏକ ଅୟମାରମ୍ଭ ।

ତେଣୁ ଲୋକ ମାନେ ଏହାର ଆବଶ୍ୟକତାକୁ ବୁଝି ଏହି ପ୍ରଣାଳୀକୁ ନେଇ ଆମେ ପୁଣି ଗାଁର ସେହି ସୁସ୍ୱାଦୁ ମଞ୍ଜି ବା ଶସ୍ୟ ଖାଇପାରିବା । ଆଉ ଆଜି କାଲି ହେଉଥିବା ଅନେକ ଅଜଣା ରୋଗରୁ ବର୍ତ୍ତିଯାଇପାରିବା ବୋଲି କହିଛନ୍ତି ଇମ୍ରାନ ଅଲ୍ଲୀ । ଏବେ ଚାରିଆଡେ ହାଇବ୍ରିଡ଼ ଚାଷ ଚାଲିଥିବା ବେଳେ ଏହାଦ୍ୱାରା ଆମେ ଅନେକ ରୋଗର ବଶବର୍ତ୍ତୀ ହେଉଛେ । ତେଣୁ ଏଭଳି ଜୈବିକ ପଦ୍ଧତିରେ ଯଦି ପୁଣି ଚାଷ ଆରମ୍ଭ ହେବ, ପୁଣି ଥରେ ଆମେ ପ୍ରାକୃତିକ ଖାଦ୍ୟ ଖାଇପାରିବା । ଅରୁଣଙ୍କ ଏହି ପ୍ରୟାସ ନିଶ୍ଚିନ୍ତ ପ୍ରଶଂସଯୋଗ୍ୟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.