ETV Bharat / state

ଲୋକଙ୍କ ଆଗରେ ଲୁଟପାଟର ଅଭିନୟ, ମିଛରେ ଟଙ୍କା ବ୍ୟାଗ୍ ଛଡ଼ାଇ ସତରେ ଗିରଫ

author img

By ETV Bharat Odisha Team

Published : Nov 1, 2023, 9:26 AM IST

Updated : Nov 1, 2023, 2:03 PM IST

ନିଜଠୁ ଲୁଟର ଷଡଯନ୍ତ୍ର କରି ଫସିଲା ଯୁବକ । 3 ଗିରଫ । ଅଧିକ ପଢନ୍ତୁ

ଲୋକଙ୍କ ଆଗରେ ଲୁଟପାଟର ଅଭିନୟ
ଲୋକଙ୍କ ଆଗରେ ଲୁଟପାଟର ଅଭିନୟ
ଲୋକଙ୍କ ଆଗରେ ଲୁଟପାଟର ଅଭିନୟ

ଭୁବନେଶ୍ବର: ମହଙ୍ଗା ପଡ଼ିଲା ରାସ୍ତାରେ ବ୍ୟାଗ୍ ଝାମ୍ପିବା ଅଭିନୟ । ମିଛ ଲୁଟ୍‌ର ଅଭିନୟ କରି ଫସିଲେ ୩ ଯୁବକ । ଲୁଟ୍‌ ମାମଲାରେ ଗିରଫ କଲା ପୋଲିସ । ଏଭଳି ଏକ ଘଟଣା ଘଟିଛି ଭୁବନେଶ୍ୱରର ତମାଣ୍ଡୋ ଥାନା ଅଞ୍ଚଳରେ । ଜଣେ ବ୍ୟବସାୟୀଙ୍କ ୩ ଲକ୍ଷ ୩୩ ହଜାର ଟଙ୍କା ଲୁଟ୍ ମାମଲାର ଭରତପୁରର ତିନିଜଣ ସାଙ୍ଗକୁ ଗିରଫ କରିଛି ପୋଲିସ । ସେମାନେ‌ ହେଲେ ଜୟନ୍ତ କୁମାର ସାହୁ, ନିଶିକାନ୍ତ ସାହୁ, ଜି ରାଜୁ ରାଓ ।

ଏହାମଧ୍ୟ ପଢନ୍ତୁ..ଗ୍ରାହକ ବେଶରେ ଆସୁଥିଲେ ଲୁଟୁଥିଲେ ସୁନାଗହଣା: CCTVରେ ଚୋରି ଦୃଶ୍ୟ କଏଦ, ୨ ଆନ୍ତଃରାଜ୍ୟ ଲୁଟେରା ଗିରଫ

ତେବେ ପୋଲିସର ସୁଚନା ମୁତାବକ, ଗତ 30 ତାରିଖ ଦିନ ଭୁବନେଶ୍ବର କଳିଙ୍ଗ ବିହାର ନିକଟରେ ଏକ ଲୁଟ ଘଟଣାର ଅଭିଯୋଗ ଆସିଥଲା । ରାସ୍ତାରେ ଯାଉଥିବା ବେଳେ କଲେକ୍ସନ୍‌ ଏଜେଣ୍ଟ ଜୟନ୍ତ କୁମାର ସାହୁଙ୍କଠାରୁ କେହି ଦୁର୍ବୃତ୍ତ ଟଙ୍କା ଲୁଟି ନେଇଛନ୍ତି । ତେବେ ଅଭିଯୋଗ ଆଣିଥିବା ଯୁବକ ଜଣକ ଜୟନ୍ତ କୁମାର ସାହୁ । ସେ ଆଇଟିସିର ଏକ ଡିଲର‌ ପାଖରେ ଲେକ୍ସନ ଏଜେଣ୍ଟ କାମ କରି ଥାଏ । ବୁଲି ବୁଲି ବିଭିନ୍ନ ଦୋକାନର ଅର୍ଡର ସହ ପେମେଣ୍ଟ ମଧ୍ୟ ଆଣିଥାଏ । ଏହି ପେମେଣ୍ଟ୍‌ ଟଙ୍କା ଆଣୁଥିବା ବେଳେ କେହି ଦୁର୍ବୃତ୍ତ ବ୍ୟାଗ ଝାମ୍ପି ନେଇଥିବା ଅଭିଯୋଗ କରିଥିଲେ ।

ତେବେ ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା । ଘଟଣାସ୍ଥଳରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଚୋରୀ ସମୟର ଭିଡିଓ ଦେଖି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ହେଲେ ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚରା ବେଳେ ଲୁଟ୍‌ ପଛର ମାଷ୍ଟରମାଇଣ୍ଡ ଖୋଦ ଜୟନ୍ତ କୁମାର ସାହୁ ହୋଇଥିବା ଜାଣିବାକୁ ପାଇଥିଲା ପୋଲିସ । ନିଜଠୁ ଲୁଟ୍‌ର ଷଡ଼ଯନ୍ତ୍ର ନିଜେ ରଚିଥିଲା ଜୟନ୍ତ । ଅଫିସ୍‌ ଟଙ୍କା ହଡ଼ପ କରିବା ନେଇ ସାଙ୍ଗମାନଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ନିଜଠୁ କରାଇଥିଲା ଲୁଟ୍‌ ।

ଏହାମଧ୍ୟ ପଢନ୍ତୁ..ପୂଜା ପୂର୍ବରୁ ଦୁର୍ବୃତ୍ତଙ୍କ ଆତଙ୍କ: ୪ ଫ୍ଲାଟରୁ ଲୁଟିଲେ ୨ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ଗହଣା

ତେବେ ସୂଚନା ଅନୁଯାୟୀ, ଜୟନ୍ତ ଅଫିସର କଲେକ୍ସନ ଟଙ୍କାକୁ ଅନ୍‌ଲାଇନ୍‌ ଗେମରେ ଲଗାଇ ହାରିଯାଇଥିଲା । ଏତେ ଗୁଡାଏ ଟଙ୍କା ସୁଝିବା ତା ପାଇଁ ସମ୍ଭବ ନଥିବା ବେଳେ ରଚିଥିଲା ଲୁଟ୍‌ର ଷଡ଼ଯନ୍ତ୍ର । ନିଜ ସାଙ୍ଗ ମାନଙ୍କ ଜରିଆରେ ମିଛ ମିଛିକା ବ୍ୟାଗ ଝାମ୍ପିବାର ଅଭିନୟ କରାଇଥିଲା । ଓ ସେହି ଲୁଟ ଟଙ୍କାକୁ ପରସ୍ପର ମଧ୍ୟରେ ବାଣ୍ଟି ନେଇଥିଲେ । ତେବେ ପୋଲିସ ଜୟନ୍ତଙ୍କ ସମେତ ଆଉ 2 ଜଣଙ୍କୁ ଗିରଫ କରି ତଦନ୍ତ ଚଳାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 1, 2023, 2:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.