ETV Bharat / state

ସ୍ୱଚ୍ଛତା ହିଁ ସେବା: ଭୁବନେଶ୍ବରରେ ସଫେଇ କଲେ ବିଜେପି ନେତା, ସାମିଲ ହେଲେ ସବୁ ବର୍ଗର ଲୋକେ - swachhata hi seva campaign in bhubaneswar

ଆଜି ଦେଶ ପାଳିଛି 'ସ୍ୱଚ୍ଛତା ହିଁ ସେବା' ଅଭିଯାନ । ଭୁବନେଶ୍ବରରେ ବିଜେପି ନେତାମାନେ ହାତରେ ଝାଡୁ ଧରି ସଫେଇ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

swachhata hi seva campaign in bhubaneswar
ଭୁବନେଶ୍ବରରେ ସ୍ୱଚ୍ଛତା ହିଁ ସେବା ଅଭିଯାନ
author img

By ETV Bharat Odisha Team

Published : Oct 1, 2023, 5:50 PM IST

ଭୁବନେଶ୍ବରରେ ସ୍ୱଚ୍ଛତା ହିଁ ସେବା ଅଭିଯାନ

ଭୁବନେଶ୍ବର: ଆଜି ଦେଶ ପାଳିଛି 'ସ୍ୱଚ୍ଛତା ହିଁ ସେବା' ଅଭିଯାନ । ନିଜେ ହାତରେ ଝାଡୁ ଧରି ସଫେଇ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗାନ୍ଧୀ ଜୟନ୍ତୀ ପୂର୍ବରୁ ସାରା ଦେଶରେ ସ୍ୱଚ୍ଛତା ଅଭିଯାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଦେଶ ସାରା 'ସ୍ଵଚ୍ଛତା ହିଁ ସେବା ଅଭିଯାନ' ପାଳନ କରାଯାଇଛି । ସେହିପରି ଭୁବନେଶ୍ଵରରେ ଲିଙ୍ଗରାଜ ମନ୍ଦିର ନିକଟରେ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ନିଜେ ଝାଡୁ ଧରି ସଫେଇ କରିଥିବା ଦେଖିବାକୁ ମିଳିଛି । ଏହାସହିତ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଓଡ଼ିଶାର ସବୁ ଜିଲ୍ଲାରେ ବିଜେପି ନେତାମାନେ ଏହାକୁ ପାଳନ କରିଛନ୍ତି । ସେହିପରି ସାଂସଦ ଜୁଏଲ ଓରାମ ଲୁମ୍ବିନୀ ବିହାର ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଇଡି ମାର୍କେଟରେ ପାଳନ କରିଛନ୍ତି 'ସ୍ଵଚ୍ଛତା ହିଁ ସେବା ଅଭିଯାନ' । ମନମୋହନ ସାମଲ କହିଛନ୍ତି, "ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ଆଜି ସାରା ଦେଶରେ ଏହି ଦିବସ ପାଳନର ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜରେ ସବୁ ବର୍ଗର ଲୋକମାନେ ସାମିଲ ହୋଇଥିଲେ । ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵ ସାରା ଦେଶକୁ ପ୍ରଭାବିତ କରିଛି।"

ଏହା ବି ପଢନ୍ତୁ...ବିଜେପି ପକ୍ଷରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳିତ

ଏହା ବି ପଢନ୍ତୁ...ବାଲୁକା ଚିତ୍ରକଳାରେ 'ସ୍ବଚ୍ଛତା ହିଁ ସେବା' ଅଭିଯାନରେ ସାମିଲ ହେବାକୁ ଆହ୍ଵାନ

ସେପଟେ ହାତରେ ଝାଡ଼ୁ ଧରି, ଗ୍ଲୋବସ ପିନ୍ଧି ଛାତ୍ରଛାତ୍ରୀଙ୍କ ସହ ମିଶି ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ 'ସ୍ଵଚ୍ଛତା ହିଁ ସେବା ଅଭିଯାନ' ପାଳିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସ୍ୱଚ୍ଛତା ପାଇଁ ୧ ଘଣ୍ଟା ସାମୂହିକ ଶ୍ରମଦାନ କରିଛନ୍ତି ଜନତା । ଦିନ ୧୦ଟାରୁ ୧୧ ଯାଏଁ ନିଜ ନିଜ ଅଞ୍ଚଳରେ ସ୍ୱଚ୍ଛତା ରକ୍ଷା ପାଇଁ ଘଣ୍ଟାଏ ଶ୍ରମଦାନ କରିବାକୁ ଦେଶବାସୀଙ୍କୁ ଗତ 'ମନ୍ କି ବାତ୍'ରେ ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ । ତେବେ ରାଜ୍ୟ ସମେତ ଦେଶବ୍ୟାପୀ ଏହି ଅଭିଯାନ ପାଳନ ହୋଇଛି । ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇ ସ୍ବଚ୍ଛ ଓ ନିର୍ମଳ ପରିବେଶର ବାର୍ତ୍ତା ଦେବା ପାଇଁ ସଫେଇ କରିଛନ୍ତି । ସ୍ବଚ୍ଛ ଭାରତ ଅଭିଯାନକୁ 9 ବର୍ଷ ପୂର୍ତ୍ତି ହୋଇଥିବାବେଳେ ଦେଶବାସୀଙ୍କ ମଧ୍ୟରେ ସ୍ବଚ୍ଛତାର ପ୍ରତିଫଳନ ଦେଖିବାକୁ ମିଳିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.