ETV Bharat / state

୧୫ ଦିନର ଆୟୁଷ ଥିଲା, ୧୪ ଘଣ୍ଟାର ଅସ୍ତ୍ରୋପଚାର ପରେ ପାଇଲେ ନୂଆ ଜୀବନ

ଆୟେଶାଙ୍କୁ ନୂଆ ଜୀବନ ଦେଇଛନ୍ତି ଏମ୍ସ ଡାକ୍ତର । ଓଡ଼ିଶାରେ ପ୍ରଥମ ଥର ହେଲା କ୍ୟାନ୍ସରର ବିରଳ ସର୍ଜରୀ । ଅଧିକ ପଢନ୍ତୁ

rare variety of Throat Cancer
rare variety of Throat Cancer
author img

By

Published : May 4, 2023, 8:52 PM IST

rare variety of Throat Cancer

ଭୁବନେଶ୍ବର : ଓଡ଼ିଶାରେ ପ୍ରଥମ ଥର ହେଲା କ୍ୟାନ୍ସରର ବିରଳ ସର୍ଜରୀ । ନାକ ନୁହେଁ ତଣ୍ଟି ବାଟେ ନିଶ୍ବାସ ନେବା ପାଇଁ ଡାକ୍ତର ଲଗାଇଲେ ମେସିନ । ୧୪ ଘଣ୍ଟାର ଜଟିଳ ଅପରେସନ ପରେ ମିଳିଲା ସଫଳତା । ଏହାପରେ ନୂଆ ଜୀବନ ପାଇଛନ୍ତି ଜଗତସିଂହପୁର ଜିଲ୍ଲାର ଆୟେଶା ପରୱିନ। ଯେଉଁଠି ଡାକ୍ତର ତାଙ୍କ ଆୟୁଷ ଆଉ ୧୫ ଦିନ ବୋଲି କହି ଦେଇଥିଲେ, ସେଠାରୁ ମୃତ୍ୟୁକୁ ହରାଇ ନୂଆ ଜୀବନ ପାଇଛନ୍ତି । ବଞ୍ଚିବାର ରାହା ଖୋଜୁଥିବା ଆୟେଶାଙ୍କୁ ନୂଆ ଜୀବନ ଦେଇଛନ୍ତି ଏମ୍ସ ଡାକ୍ତର ।

ଜଗତସିଂହପୁର ଜିଲ୍ଲାର ୨୫ ବର୍ଷୀୟ ଆୟେଶା ପରୱିନ ଭଏସ ବକ୍ସ ନିକଟରେ ହୋଇଥିଲା କ୍ୟାନ୍ସର। ଯାହା ଫଳରେ ତାଙ୍କ ଗଳା ନଷ୍ଟ ହେବା ସହ ସ୍ବର ମୋଟା, ଏବଂ କଥା କହିବା ଅସମ୍ଭବ ହୋଇ ପଡ଼ିଥିଲା । ପରିବାର ଲୋକେ ବିଭିନ୍ନ ହସ୍ପିଟାଲ ଯାଇଥିଲେ ମଧ୍ୟ ସବୁଠି ଆଶା ମଉଳି ଯାଇଥିଲା । ଶେଷରେ ଭୁବନେଶ୍ଵର ଏମ୍ସ ହସ୍ପିଟାଲ ଯାଇ ସେଠାରେ ଜୀବନ ମୃତ୍ୟୁ ସହ ସଙ୍ଘର୍ଷ ପରେ ନୂଆ ଜୀବନ ପାଇଛନ୍ତି । କଥା ନକହିପାରୁ କିନ୍ତୁ ଜୀବନ ବଞ୍ଚିଗଲା ବୋଲି କହିଛନ୍ତି ଆୟେଶାଙ୍କ ସ୍ଵାମୀ।

ସେହିପରି ଆୟେଶାଙ୍କ ଅପରେସନ ବହୁତ ରିସ୍କ ଥିଲା ବୋଲି କହିଛନ୍ତି ଡାକ୍ତର । ତାଙ୍କ ଭଏସ ବକ୍ସ, ଏୟାର ପାଇପ ଏବଂ ଖାଦ୍ୟ ନଳୀ ଏମିତିକି ଥାଇରଏଡ଼ ଗ୍ଲାଣ୍ଡକୁ ମଧ୍ୟ ଶରୀର ଭିତରୁ କଢାଯାଇ ତାକୁ ରିକନଷ୍ଟ୍ରକସନ କରାଯାଇଥିଲା । ଏମିତି କି ଇଣ୍ଟେଷ୍ଟାଇନ ବା ଅନ୍ତଃନଳୀର କିଛି ଅଂଶ କଢ଼ାଯାଇ ସେଥିରୁ ଏକ ନଳୀ ସାହାଯ୍ୟରେ ରିକନଷ୍ଟ୍ରକସନ୍ କରାଯାଇଥିଲା। ଯାହା ଫଳରେ ରୋଗୀ ଏବେ ସୁସ୍ଥ ଥିବା ସହ ଖାଦ୍ୟ ମଧ୍ୟ ଖାଇ ପାରୁଛନ୍ତି। ଆୟୀସାଙ୍କ ଏହି ଅପରେଶନ ଓଡ଼ିଶାରେ ପ୍ରଥମ ବୋଲି କହିଛନ୍ତି ଏମ୍ସର ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ।

ସୂଚନା ମୁତାବକ, ଦୁଇ ବର୍ଷ ପୂର୍ବରୁ ପ୍ରଥମେ ମହିଳାଙ୍କ ତଣ୍ଟି ଦରଜ ହୋଇଥିଲା। ଏହା ପରେ ଗଳା ମୋଟା ଲାଗିବା ସହ ସ୍ୱର ଶୁଭି ନଥିଲା । ପରିବାର ଲୋକ ଏହାକୁ ଶ୍ୱାସ ରୋଗ ବୋଲି କହି ମେଡିସିନ ଖାଇବାକୁ ଦେଇଥିଲେ । ତେବେ ନକମିବା ପରେ ଡ଼ାକ୍ତର ମଧ୍ୟ କହିଥିଲେ ଯେ, ରୋଗୀ ଆଉ ୧୫ ଦିନ ବଞ୍ଚିବ । ଏହା ଶୁଣି ପରିବାର ଲୋକ ଭୟଭୀତ ନହୋଇ ଭୁବନେଶ୍ବର ଏମ୍ସକୁ ଆଣି ଚିକିତ୍ସା କରାଇଥିଲେ। ହେଲେ ସେଠାରେ ଏଣ୍ଡୋସ୍କୋପି କରିବା ପରେ ଜଣାପଡିଲା ମହିଳାଙ୍କ କ୍ୟାନ୍ସର ହୋଇଛି । ଯାହା ଫଳରେ କଥା କହିବା ସମ୍ଭବ ହେଉନଥିଲା ।

ଏମ୍ସରେ ଭର୍ତ୍ତି ହେବା ପରେ ଡାକ୍ତରୀ ଟିମ୍‌ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ନେଇ ଆରମ୍ଭ କରିଥିଲେ ଅପରେସନ । ଏହି ଅପରେସନ ଏତେ ସହଜ ନଥିଲା କାରଣ ଗଳା ନିକଟରେ ହୋଇଥିଲା କ୍ୟାନସର। ଯାହା ଏଭଳି ଘଟଣାରେ ୨୦ ପ୍ରତିଶତ ଅପରେସନ୍ ସମୟରେ ମୃତ୍ୟୁ ଘଟିଥାଏ । ତେବେ ଏମ୍ସ ଡାକ୍ତର ଏକ ବଡ଼ ଚ୍ୟାଲେଞ୍ଜ ଭାବରେ କାର୍ଯ୍ୟ କରିଛନ୍ତି । ବିଭିନ୍ନ ଡାକ୍ତରୀ ବିଭାଗ ଯେମିତିକି ENT, ଗ୍ୟାଷ୍ଟ୍ରୋ ସର୍ଜରୀ , ଆନସ୍ଥେସିଆ ଡାକ୍ତର ଲାଗିଥିଲେ । ୨ ମାସର ଟ୍ରିଟ୍‌ମେଣ୍ଟ ଏବଂ ଅସ୍ତ୍ରୋପଚାର ପରେ ଏହି କ୍ୟାନ୍ସରରୁ ମୁକ୍ତି ପାଇଛନ୍ତି ଆୟେଶା । ତାଙ୍କ ସ୍ୱାମୀ କହିଛନ୍ତି କେବଳ ଭଗବାନ ଓ ଡାକ୍ତରଙ୍କୁ ଭରସା କରିଥିଲେ । ଯାହା ପାଇଁ ତାଙ୍କ ସ୍ତ୍ରୀ ନୂଆ ଜୀବନ ପାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.