ETV Bharat / state

ପୁଣିଥରେ କଂଗ୍ରେସକୁ ସୁରଙ୍କ ଟାର୍ଗେଟ, କହିଲେ ଆମ ଦଳର ଚରିତ୍ର ନାହିଁ

author img

By

Published : Jan 3, 2023, 10:48 PM IST

ପୁଣିଥରେ ଦଳ ବିରୋଧି ମନ୍ତବ୍ୟ ଦେଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ଉତ୍ସବରେ ଯୋଗଦେଇ ଦଳରେ ଜାନକୀ ବାବୁଙ୍କ ଅବଦାନକୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣିଲେ ସୁର । ଅଧିକ ପଢ଼ନ୍ତୁ

ଆମ ଦଳର ଚରିତ୍ର ନାହିଁ କହିଲେ ସୁର
ଆମ ଦଳର ଚରିତ୍ର ନାହିଁ କହିଲେ ସୁର
ଆମ ଦଳର ଚରିତ୍ର ନାହିଁ କହିଲେ ସୁର

ଖୋର୍ଦ୍ଧା: ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ଉତ୍ସବରେ ଯୋଗଦେଇ କଂଗ୍ରେସକୁ ତାତ୍ସଲ୍ୟ କଲେ ଜଟଣୀ ବିଧାୟକ ସୁର ରାଉତରାୟ । ଦଲ ପାଇଁ ବହୁତ କିଛି କରିବା ପରେ ମଧ୍ୟ ଦଳର ନେତୃବୃନ୍ଦ କୌଣସି ସ୍ଥାନରେ ଜାନକୀ ପଟ୍ଟନାୟକଙ୍କ ନାଁ ନେଉନଥିବା ଅଭିଯୋଗ ଆଣିଲେ ସୁର । ବାରମ୍ବାର ଦଳ ବିରୋଧି ମନ୍ତବ୍ୟ ଦେବା କାରଣରୁ ନିକଟରେ ଦଳ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ଏବେ ପୁଣି ଥରେ ଏଭଳି କହି ଦଳକୁ ଟାର୍ଗେଟ କରିଛନ୍ତି ସୁର ।

ଆଜି ଖୋର୍ଦ୍ଧାସ୍ଥିତ ଜାନକୀ ବଲ୍ଲଭ ସ୍ମୃତି କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଜାନକୀ ବଲ୍ଲଭଙ୍କ ୯୬ ତମ ଜନ୍ମ ଜୟନ୍ତୀ ଅବସରରେ ଏଭଳି ନିଜ ଦଳକୁ ତାତ୍ସଲ୍ୟ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ଦଳ ପାଇଁ ଜାନକୀ ବାବୁଙ୍କ ଅବଦାନ ଢେର ଅଧିକ ରହିଥିବାବେଳେ ଦଳରେ ତାଙ୍କୁ ଏକପ୍ରକାର ଅଣଦେଖା କରାଯାଉଥିବା ପ୍ରତିକ୍ରିୟାରେ କହିଛନ୍ତି । ଆଜି ଭଳି ପବିତ୍ର ଦିନରେ ଦଳରେ ତାଙ୍କ ଅବଦାନକୁ ଅଣଦେଖା କରିବା ଅଭିଯୋଗ ଲଗାଇ ଖୋଲା ମଞ୍ଚରେ ଜଟଣୀ ବିଧାୟକ ନିଜ ଦଳର ଚରିତ୍ର ନଥିବା କଥା କହିଛନ୍ତି ।

ବାରମ୍ବାର ଦଳୀୟ ଅନୁଶାସନକୁ ଚ୍ୟାଲେଞ୍ଜ କରି ମନ୍ତବ୍ୟ ଦେଉଥିବାରୁ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ ଓ ସୁର ରାଉତରାୟଙ୍କୁ ପୂର୍ବରୁ ନୋଟିସ ଜାରି ହୋଇଥିଲା କାରଣ ଦର୍ଶାଅ ନୋଟିସ । ଦଳର ଶୃଙ୍ଖଳା ଭଙ୍ଗ ପାଇଁ ୭ ଦିନ ଭିତରେ ଉତ୍ତର ରଖିବାକୁ ନୋଟିସରେ ଉଲ୍ଲେଖ ରହିଥିଲା । କଂଗ୍ରେସର ଶୃଙ୍ଖଳା କମିଟି ପକ୍ଷରୁ ନୋଟିସ ଜାରି କରାଯାଇଥିବା ସୂଚନା ଦେଇଥିଲେ ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ । ପଦ୍ମପୁରରେ କଂଗ୍ରେସ କାହିଁକି ହାରିଲା, ଭୋଟ ବିକ୍ରି, ଡିଲ, ଭୋଟ କିଣାବିକା ନେଇ ବିଧାୟକ ସୁର ରାଉତରାୟ ବାରମ୍ବାର ଟିପ୍ପଣୀ ଦେବା ସହ ଚେଲ୍ଲାକୁମାରଙ୍କୁ ଚ୍ୟାଲେଞ୍ଜ କରିଥିଲେ । ଏବେ ପୁଣିଥରେ ଦଲ ବିରୋଧରେ ଏଭଳି ଟିପ୍ପଣୀ ସୁର ରାଉତରାୟଙ୍କୁ ଭାରି ପଡ଼ିପାରେ ବୋଲି ଆଲୋଚନା ହେଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.