ETV Bharat / state

ପହଞ୍ଚିଲା ମିଗଜୋମ କ୍ଷୟକ୍ଷତି ରିପୋର୍ଟ, ଖୁବଶୀଘ୍ର ମିଳିବ ସହାୟତା: ସମବାୟ ମନ୍ତ୍ରୀ

author img

By ETV Bharat Odisha Team

Published : Dec 25, 2023, 7:49 PM IST

Cyclone Michaung: ବାତ୍ୟା ମିଗଜୋମ ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିଛି ଜିଲ୍ଲା ପ୍ରଶାସନ । ଖୁବଶୀଘ୍ର ପ୍ରଭାବିତଙ୍କୁ ସହାୟତା ମିଳିବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଅଧିକ ପଢ଼ନ୍ତୁ

ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚିଲା ଅଦିନିଆ ବର୍ଷା କ୍ଷୟକ୍ଷତି ରିପୋର୍ଟ । ନିକଟରେ ବାତ୍ୟା ମିଗଜୋମ ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିଛି ଜିଲ୍ଲା ପ୍ରଶାସନ । ଏସ୍‌ଆର୍‌ସିଙ୍କ ଜରିଆରେ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ମାଗିଥିଲେ ରାଜ୍ୟ ସରକାର । କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ସରକାରଙ୍କ ନିୟମ ଅନୁସାରେ ଠିକଣା ସମୟରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, "ଅଦିନିଆ ବର୍ଷା ଓ ବାତ୍ୟା ପ୍ରଭାବରେ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ କ୍ଷୟକ୍ଷତି ହୋଇଥିଲା । ସ୍ବତନ୍ତ୍ର ରିଲିଫ କମିଶନଙ୍କ ଜରିଆରେ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ମଗା ଯାଇଥିଲା । ବିଭିନ୍ନ ଜିଲ୍ଲାର ନିର୍ଦ୍ଦିଷ୍ଟ କିଛି ଅଞ୍ଚଳରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଜିଲ୍ଲା ପ୍ରଶାସନ ରିପୋର୍ଟ ଦେଇଛି । କ୍ଷୟକ୍ଷତି ସହାୟତା ପ୍ରଦାନ କରିବା ଲାଗି ସରକାରଙ୍କ ନିୟମ ରହିଛି । ସମବାୟ ବିଭାଗ ସ୍ବତନ୍ତ୍ର ରିଲିଫ କମିଶନଙ୍କ ଅଫିସ ସହିତ ଯୋଗାଯୋଗ କରି କ୍ଷୟକ୍ଷତି ସହାୟତା ପ୍ରଦାନ କରିବ । ଠିକଣା ସମୟରେ ସମସ୍ତ ପଦକ୍ଷେପ ନିଆଯିବ ।"

ସୂଚନା ଅନୁସାରେ ଚଳିତ ମାସ ପ୍ରାରମ୍ଭରେ ବାତ୍ୟା ମିଗଜୋମ ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ଯୋଗୁଁ ଫସଲ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ଏନେଇ ଗତ 6 ତାରିଖରେ କ୍ଷୟକ୍ଷତି ରିପୋର୍ଟ ମାଗିଥିଲେ ସ୍ବତନ୍ତ୍ର ରିଲିଫ କମିଶନର ବା ଏସ୍‌ଆର୍‌ସି । ଡିସେମ୍ବର ଦ୍ବିତୀୟ ସପ୍ତାହରେ ରିପୋର୍ଟ ଦାଖଲ କରିଥିଲା ଜିଲ୍ଲା ପ୍ରଶାସନ । କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ଦୂର କରିବା ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିର ନିୟମ ଅନୁଯାୟୀ 33% କିମ୍ବା ତା’ଠାରୁ ଅଧିକ ଫସଲ ନଷ୍ଟ ହେଉଥିବା ଚାଷୀଙ୍କୁ କୃଷି ଇନ୍‌ପୁଟ୍‌ ସବ୍‌ସିଡି ଯୋଗାଇ ଦିଆଯିବ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଅଧିକାରୀଙ୍କ ଦ୍ବାରା ଆକଳନ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଏସଆରସି ମାଗିଲେ ମିଗଜୋମ ପ୍ରଭାବରେ କ୍ଷୟକ୍ଷତି ରିପୋର୍ଟ

ଆକଳନ ସମୟରେ କ୍ଷତିଗ୍ରସ୍ତ ଫସଲ ଅଞ୍ଚଳର ଜିଓ ଟ୍ୟାଗ୍‌ ଓ ଟାଇମ୍‌ ଷ୍ଟାମ୍ପ୍‌ ହୋଇଥିବା ଫଟୋ ଉଠାଇ କେସ୍‌ ରେକର୍ଡରେ ସଂରକ୍ଷିତ ରଖାଯାଇଛି । ତଦାରଖ ଅଧିକାରୀ ଭାବେ ଉପଜିଲ୍ଲାପାଳ, ତହସିଲଦାର, ଅତିରିକ୍ତ ତହସିଲଦାର, ଡିଏଓ, ବିଏଓ ଥିଲେ । ମିଗଜୋମ ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହୋଇଛି । ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.