ETV Bharat / state

କ୍ୟାବିନେଟରେ ହେଉଥିବା ନିଷ୍ପତି ମୁଖ୍ୟମନ୍ତ୍ରୀ ଜାଣିଛନ୍ତି ତ: ଜୁଏଲ ଓରାମ

author img

By

Published : Apr 10, 2023, 10:54 PM IST

ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଖୋଲିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଲେ ସୁନ୍ଦରଗଡ ବିଜେପି ସାଂସଦ ଜୁଏଲ ଓରାମ । ଯିଏ ଓଡ଼ିଆ କହି ଜାଣେନି, ସେ ଓଡ଼ିଆ ଅସ୍ମିତା କାର୍ଡ ଖେଳିବନି ତ ଆଉ କିଏ ଖେଳିବ ? ଯାହା କ୍ୟାବିନଟେରେ ନିଷ୍ପତି ହେଉଛି ତାହା ସମ୍ପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀ ଜାଣୁଛନ୍ତି ତ, ବୋଲି ପ୍ରଶ୍ନ କରିଛନ୍ତି । ଅଧିକ ପଢନ୍ତୁ

କ୍ୟାବିନେଟରେ ହେଉଥିବା ନିଷ୍ପତି ମୁଖ୍ୟମନ୍ତ୍ରୀ ଜାଣିଛନ୍ତି ତ: ସାଂସଦ ଜୁଏଲ ଓରାମ

ଭୁବନେଶ୍ବର: ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଖୋଲିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଲେ ସୁନ୍ଦରଗଡ ବିଜେପି ସାଂସଦ ଜୁଏଲ ଓରାମ । ଯିଏ ଓଡ଼ିଆ କହି ଜାଣେନି, ସେ ଓଡ଼ିଆ ଅସ୍ମିତା କାର୍ଡ ଖେଳିବନି ତ ଆଉ କିଏ ଖେଳିବ ? ଯାହା କ୍ୟାବିନଟେରେ ନିଷ୍ପତି ହେଉଛି ତାହା ସମ୍ପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀ ଜାଣୁଛନ୍ତି ତ ? ଆଜି ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଜୁଏଲ ।

ଏହା ବି ପଢ଼ନ୍ତୁ Karnataka Assembly Poll: ବୁଧବାର ପ୍ରାର୍ଥୀ ଘୋଷଣା: ମୁଖ୍ୟମନ୍ତ୍ରୀ

ଆଜି (ସୋମବାର) ଜୁଏଲ କହିଛନ୍ତି "ଯିଏ ଓଡ଼ିଆ କହି ଜାଣେନି, ସେ ଓଡ଼ିଆ ଅସ୍ମିତା କାର୍ଡ ଖେଳିବନି ତ ଆଉ କିଏ ଖେଳିବ? ଯାହା କ୍ୟାବିନଟେରେ ନିଷ୍ପତି ହେଉଛି ତାହା ସମ୍ପୂର୍ଣ୍ଣ ଭାବେ ମୁଖ୍ୟମନ୍ତ୍ରୀ ଜାଣୁଛନ୍ତି ତ ?" କ୍ୟାବିନେଟରେ ଯାହା ବିଲ୍‌ ପାସ ହେଉଛି ସେ ବିଷୟରେ ମୁଖ୍ୟମନ୍ତ୍ରୀ ଜାଣୁଛନ୍ତି ନା ନାହିଁ ଏବଂ ସମୀକ୍ଷା କରି ନିର୍ଣ୍ଣୟ ନେଉଛନ୍ତି କି ନାହିଁ ମୋତେ ଜଣା ପଡୁନାହିଁ । ଏହା ଗୋଟିଏ ଖାମଖିଆଲ ସରକାର ଚଳାଇଛନ୍ତି ଯେହେତୁ ବାର ବାର ନିର୍ବାଚନ ଜିତୁଛନ୍ତି ତାଙ୍କର ଅହଂକାର ବଢ଼ି ଯାଇଛି । ବିଭିନ୍ନ ଯୋଜନାରେ ଲୋକମାନେ କିଛି ପାଉନାହାନ୍ତି । ଯେମିତିକି ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଲୋକମାନେ ଚିକିତ୍ସା ପାଇପାରୁ ନାହାଁନ୍ତି । ଏମିତି ଅନେକ ଯୋଜନା ରାଜ୍ୟ ସରକାର କରୁଛନ୍ତି ହେଲେ ଏହା କେବଳ ଘୋଷଣା ସର୍ବସ୍ବ ହୋଇ ରହୁଛି । ଦଳୀୟ କାର୍ଯ୍ୟକ୍ରମକୁ ସରକାରୀ କାର୍ଯ୍ୟକ୍ରମରେ ବ୍ଲେଣ୍ଡିଂ କରିବାକୁ ଚେଷ୍ଟା କରୁଛନ୍ତି । ଏହା ତାଙ୍କର ପୁରୁଣା ଅଭ୍ୟାସ । ଏଥିରେ ଆଉ କିଛି କହିବା ଆବଶ୍ୟକ ନାହିଁ । ଏବେ କେବଳ ଘୋଷଣା କରିଛନ୍ତି ତାର ସାଧନ କଣ, ଅପରେସନାଲ ପାର୍ଟ କଣ କିଛି ଜଣାନାହିଁ । ତେଣୁ ଏ ବିଷୟରେ କହିବା ଉଚିତ ନୁହେଁ । ପ୍ରବାସୀ ଓଡ଼ିଆ କଣ ଲାଭବାନ ହେବେ ସେଇଟା ସମସ୍ତଙ୍କୁ ଜଣା ଅଛି ବୋଲି କହିଛନ୍ତି ସାଂସଦ ଜୁଏଲ ଓରାମ ।

ସେହିପରି ଜୁଏଲ କହିଛନ୍ତି କରୋନା ସମୟରେ ସୁରଟରେ ଲୋକମାନେ କେମିତି ତ୍ରାହିତ୍ରାହି ହୋଇ କାନ୍ଦୁଥିଲେ ଏପର୍ଯ୍ୟନ୍ତ ମନରୁ ଲିଭିନାହିଁ । ଖାଲି ମୁଖ୍ୟମନ୍ତ୍ରୀ ଘୋଷଣା କଲେ କଣ ହେବ । ସୂଚନାଯୋଗ୍ୟ ଯେ ଗତକାଲି କ୍ୟାବିନେଟ ବୈଠକରେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଖୋଲିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ ରାଜ୍ୟ ସରକାର । ଯାହାକୁ ନେଇ ଏବେ ବିଜେପି ବିଜେଡି ମୁହାଁମୁହିଁ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.