ETV Bharat / state

Summer vacation: କାଲିଠୁ ଖରା ଛୁଟି, ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା - ରାଜ୍ୟରେ ଖରା ଛୁଟି ଘୋଷଣା

ରାଜ୍ୟରେ ଖରା ଛୁଟି ଘୋଷଣା । ଶୁକ୍ରବାରଠୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

Summer vacation
Summer vacation
author img

By

Published : Apr 20, 2023, 8:30 AM IST

Updated : Apr 20, 2023, 12:14 PM IST

summer vacation declared for school students

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରାକାରଙ୍କ ବଡ ନିଷ୍ପତ୍ତି । ଖରାଛୁଟି ଘୋଷଣା କଲେ ରାଜ୍ୟ ସରକାର । ଆସନ୍ତାକାଲି(ଶୁକ୍ରବାର) ଠାରୁ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ । କେବେ ସ୍କୁଲ ଖୋଲିବ ସେନେଇ ନିଷ୍ପତ୍ତି ନେବେ ବିଭାଗ । ଏନେଇ ଆଜି ପ୍ରକାଶ ପାଇବ ଆନୁଷ୍ଠାନିକ ବିଜ୍ଞପ୍ତି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଛୁଟି ଘୋଷଣା କରିଛନ୍ତି ସରକାର । ମେ’ ମାସ 5 ତାରିଖରେ ଖରା ଛୁଟି ହେବା ନେଇ ଏକାଡେମିକ କ୍ୟାଲେଣ୍ଡରରେ ପ୍ରକାଶ ପାଇଥିଲା ।

ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ନେଇ ବାରମ୍ବାର ସ୍କୁଲ ଖୋଲିବା ଓ ଛୁଟି ହେବା ପରିସ୍ଥିତି ଦେଖାଯାଇଥିଲା । ଏଣୁ ଛୋଟ ପିଲାଙ୍କ ସ୍ଵାସ୍ଥ୍ୟଗତ ଓ ଗ୍ରୀଷ୍ମ ପ୍ରବାହକୁ ନେଇ ରାଜ୍ୟ ସରକାର ସ୍କୁଲ ଗୁଡ଼ିକୁ ଛୁଟି କରିଛନ୍ତି । ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି କରାଯାଇଛି । ତେବେ ରାଜ୍ୟ ସରକାର 15 ଦିନ ଆଗୁଆ ସ୍କୁଲ ଗୁଡିକକୁ ଛୁଟି ଘୋଷଣା କରାଯାଇଛି । କେବେ ଖୋଲିବ ସ୍କୁଲ ସେନେଇ ନିଷ୍ପତ୍ତି ନେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ରାଜ୍ୟରେ ଅନେକ ସହରରେ ସକାଳ ସମୟରେ 32 ଡିଗ୍ରୀ ତାପମାତ୍ରା ରହୁଛି । ସକାଳ 9ଟା ସମୟରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ଅପରାହ୍ନ ପର୍ଯ୍ୟନ୍ତ ତାହା ଜାରି ରହୁଛି । ଯାହା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ଏପଟେ ଖରାକୁ ବାହାରିବା ସମୟରେ ସାଙ୍ଗରେ ପାଣି ବୋତଲ, ଓଦା ଗାମୁଛା ବା କପଡ଼ା ସମେତ ଛତା ଓ କଳା ଚଷମା ନେଇ ଘରୁ ବାହାରିବା ଆବଶ୍ୟକ । ତେବେ ପ୍ରବଳ ଖରା ହେବା ସମୟରେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । ସକାଳ 9 ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଖରାରେ ନ ବାହରିବାକୁ କୁହାଯାଇଛି । ତେବେ ଅତି ଜରୁରୀ କାମ ଥିଲେ ସମସ୍ତ ପ୍ରକାରର ପ୍ରିକସନ ନେଇ ବାହାରକୁ ବାହାରନ୍ତୁ । ବୟସ୍କ ବ୍ୟକ୍ତି ମାନେ ଘର ବାହାରକୁ ନା ବାହାରିବା ଆବଶ୍ୟକ। ଏହା ସହ ବାହାରକୁ ବାହାରିବା ସମୟର ପାଣି ବୋତଲ ଓ ଓଆରଏସ ପାଣି ନେଇ ବାହାରକୁ ଯିବାକୁ ପରାମର୍ଶ ଦିଆଯାଇଛି।

ତେବେ ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ବଢୁଥିବାରୁ ମଙ୍ଗଳବାର 2ଦିନ ପାଇଁ ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଥିଲା । ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଯାଏଁ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ କୁହାଯାଇଥିଲା । କିନ୍ତୁ ଆଜି ଠାରୁ ଖରାଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଅତ୍ୟଧିକ ଖରା ଗରମ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ଗତ 12 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ସ୍କୁଲ ଓ ଅଙ୍ଗନବାଡିକୁ ଛୁଟି ଘୋଷଣା କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 20, 2023, 12:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.