ETV Bharat / state

ଓଡ଼ିଶାରେ ଡ୍ରପ ଆଉଟ୍ ଦ୍ବନ୍ଦ୍ବ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଆପତ୍ତି ଜଣାଇଲେ ଗଣଶିକ୍ଷାମନ୍ତ୍ରୀ

author img

By ETV Bharat Odisha Team

Published : Dec 20, 2023, 9:02 PM IST

Drop Out Issue: ଓଡ଼ିଶାରେ ଡ୍ରପ ଆଉଟ୍ ହାରକୁ ନେଇ ଆପତ୍ତି ଜଣାଇଲେ ଗଣଶିକ୍ଷାମନ୍ତ୍ରୀ । ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ

drop out issue
ଓଡ଼ିଶାରେ ଡ୍ରପ ଆଉଟ୍

ଭୁବନେଶ୍ବର: ଓଡ଼ିଶାରେ ଡ୍ରପ ଆଉଟ୍ ହାରକୁ ନେଇ ଆପତ୍ତି ଜଣାଇଲେ ଗଣଶିକ୍ଷାମନ୍ତ୍ରୀ । ଏନେଇ ଗଣଶିକ୍ଷାମନ୍ତ୍ରୀ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଆପତ୍ତି ଜଣାଇଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୧-୨୨ର UDISE+ ତଥ୍ୟ ଆଧାରରେ ଓଡିଶାର ଛାତ୍ରଛାତ୍ରୀମାନଙ୍କର ଡ୍ରପ ଆଉଟ୍ ହାରକୁ ୪୯.୯% ଦର୍ଶାଇଛନ୍ତି । ଯାହାକୁ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି । ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଚିଠି ଲେଖି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଆପତ୍ତି ଜଣାଇଛନ୍ତି।

"ରାଜ୍ୟରେ ଚାଲୁଥିବା ବେସରକାରୀ ବିଦ୍ୟାଳୟ ଅନୁଷ୍ଠାନ ଓ ବୈଷୟିକ ଅନୁଷ୍ଠାନମାନଙ୍କରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କର ତଥ୍ୟ ଉପସ୍ଥାପିତ କରାଯିବାର ବିଧି ବ୍ୟବସ୍ଥା ନାହିଁ । ଫଳରେ କେବଳ UDISE ପ୍ଲସ ତଥ୍ୟ ଆଧାରରେ ଡ୍ରପ ଆଉଟ୍ ହାର ସଠିକ୍ ଭାବେ ଆକଳନ କରିବା ସମ୍ଭବପର ନୁହେଁ । ଆମ ରାଜ୍ୟରେ ପ୍ରାୟ ୧ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ଏହି ଅନୁଷ୍ଠାନମାନଙ୍କରେ ଅଧ୍ୟୟନରତ ଥିବାରୁ ସେମାନଙ୍କ ସମ୍ବନ୍ଧୀୟ ତଥ୍ୟ ଗୁଡିକୁ UDISE ପ୍ଲସରେ ଅନ୍ତର୍ଭୁକ୍ତ କରିବା ପାଇଁ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, କେନ୍ଦ୍ର ଶିକ୍ଷା ବିଭାଗକୁ ବାରମ୍ବାର ଚିଠି ଲେଖି ଜଣାଇଛନ୍ତି । ୨୦୨୨-୨୩ ଶିକ୍ଷାବର୍ଷର UDISE ପ୍ଲସ ତଥ୍ୟ ବହୁପୂର୍ବରୁ କେନ୍ଦ୍ରକୁ ପ୍ରେରଣ କରାଯାଇଛି" ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ।

୨୦୨୨-୨୩ ଶିକ୍ଷା ବର୍ଷ ନିମନ୍ତେ ସଂଗ୍ରୃହୀତ ତଥ୍ୟ ଅନୁଯାୟୀ, ଆମ ରାଜ୍ୟରେ ଡ୍ରପ୍ ଆଉଟ ହାର ପ୍ରାୟ ୨୦ ପ୍ରତିଶତକୁ ହ୍ରାସ ପାଇଛି । ପୁନଶ୍ଚ, ଅନ୍ୟାନ୍ୟ ପାଠ୍ୟକ୍ରମର ଅଧ୍ୟୟନରତ ୧ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀଙ୍କର ତଥ୍ୟକୁ UDISE ପ୍ଲସରେ ସଠିକ୍ ଭାବେ ଉପସ୍ଥାପିତ କରାଗଲେ ଏହା ପ୍ରାୟ ୧୫ ପ୍ରତିଶତକୁ ହ୍ରାସ ପାଇବ । ଏଣୁ ରାଜ୍ୟର ଡ୍ରପ ଆଉଟ୍ ହାରକୁ ସଠିକ୍ ଭାବେ ଆକଳନ କରିବା ନିମିତ୍ତ ୨୦୨୨-୨୩ ଶିକ୍ଷା ବର୍ଷର UDISE ପ୍ଲସ ତଥ୍ୟକୁ ଯଥାଶୀଘ୍ର ପ୍ରକାଶିତ କରିବାକୁ ଉଲ୍ଲେଖ ହୋଇଛି । ଏହାସହ UDISE ପ୍ଲସରେ ରାଜ୍ୟରେ ପ୍ରଚଳିତ ଅନ୍ୟାନ୍ୟ ଅନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କର ସବିଶେଷ ତଥ୍ୟ ସଂଗ୍ରହ କରିବାର ସୁଯୋଗ ପ୍ରଦାନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ଜଣାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ।

ଏହା ମଧ୍ୟ ପଢନ୍ତୁ...ଡ୍ରପ୍ ଆଉଟ ଦ୍ଵନ୍ଦ୍ବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ରିପୋର୍ଟ ପରେ ଶାସକ-ବିରୋଧୀ ମୁହାଁମୁହିଁ

ସୂଚନା ଅନୁଯାୟୀ, ସଂସଦରେ ଡି.ଏମ୍.କେ ଦଳର ସାଂସଦ କଳାନିଧି ଭୀରାସ୍ବାମୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ମାଧ୍ୟମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୨୦୨୧-୨୨ ର UDISE ପ୍ଲସ ତଥ୍ୟ ଆଧାରରେ ସମସ୍ତ ରାଜ୍ୟର ପିଲାଙ୍କ ଉପସ୍ଥାନ ଡ୍ରପ୍ ଆଉଟ୍ ଏବଂ ଶିକ୍ଷା କ୍ଷେତ୍ରରେ ଅବଦାନକୁ ନେଇ ଉତ୍ତର ଉପସ୍ଥାପନ କରାଯାଇଥିଲା । ସେଥିରୁ ଜଣାପଡ଼ିଥିଲା ଯେ, ଓଡିଶାର ଛାତ୍ରଛାତ୍ରୀମାନଙ୍କର ଡ୍ରପ୍ ଆଉଟ୍ ହାର ୪୯.୯% ଦର୍ଶାଯାଇଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମ ଠାରୁ ଆରମ୍ଭ କରି ଶିକ୍ଷାବିତ୍ ଓ ରାଜନୈତିକ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.