ETV Bharat / state

ଅମର୍ଦ୍ଦା ଏୟାରଷ୍ଟ୍ରିପକୁ ନେଇ ମୁହଁ ଖୋଲିଲେ ସୁଦାମ, ବିଶ୍ବେଶ୍ବରଙ୍କୁ କଲେ ଟାର୍ଗେଟ - ଅମର୍ଦ୍ଦା ଏୟାରଷ୍ଟ୍ରିପ

କେନ୍ଦ୍ରମନ୍ତ୍ରୀଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ ଜବାବ । ଅମର୍ଦ୍ଦା ଏୟାରଷ୍ଟ୍ରିପ ଓ ବିକାଶ କାର୍ଯ୍ୟକୁ ନେଇ ବିଶ୍ବେଶ୍ବରଙ୍କୁ ଟାର୍ଗେଟ କଲେ ସୁଦାମ। ଅଧିକ ପଢନ୍ତୁ

Amarda Airstrip
Amarda Airstrip
author img

By ETV Bharat Odisha Team

Published : Oct 12, 2023, 7:09 AM IST

ଭୁବନେଶ୍ବର: ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌ ନେଇ ମୁହଁ ଖୋଲିଲେ ରାଜ୍ୟ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି । ରାଜ୍ୟ ବିଜେପିକୁ ଜବାବ ଦେଇଛନ୍ତି ମନ୍ତ୍ରୀ ସୁଦାମ ମାରାଣ୍ଡି । ଏହା ସହିତ ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌ ଓ ମୟୂରଭଞ୍ଜର ବିକାଶ ନେଇ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ଟାର୍ଗେଟ୍‌ କରିଛନ୍ତି ସୁଦାମ । ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ, ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌ର ବିକାଶ ପାଇଁ ୨୦୧୬ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା । ଏ ବାବଦରେ ଏନଓସି ପ୍ରଦାନ କରିବା ପାଇଁ ଡିଆରଡିଓକୁ ନିର୍ଦ୍ଦେଶ ଦେବାକୁ ୨୦୨୨ରେ ପ୍ରତିରକ୍ଷା ସଚିବଙ୍କୁ ରାଜ୍ୟ ପକ୍ଷରୁ ଚିଠି ଲେଖାଯାଇଥିଲା । ବିଭାଗର ୧୬୦.୩୫ ଏକର ଜମିରେ କାର୍ଯ୍ୟ କରିବାକୁ ରାଜ୍ୟ ସରକାରଙ୍କୁ ଏହା ପରେ ଅନୁମତି ମିଳିଥିଲା । ସବୁଠାରୁ ପ୍ରତିରକ୍ଷା ବିଭାଗ ଜମି ବାବଦକୁ ରାଜ୍ୟ ସରକାରଙ୍କଠାରୁ କ୍ଷତିପୂରଣ ଚାହିଁଥିଲା । ରାଜ୍ୟ ସରକାର ଜମି ବାବଦକୁ ୨୬ କୋଟିରୁ ଅଧିକ ଟଙ୍କା ଗତ ଅଗଷ୍ଟ ମାସରେ ପ୍ରଦାନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଅମର୍ଦ୍ଦା ଏୟାରଷ୍ଟ୍ରିପକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ସବୁଜ ସଙ୍କେତ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜମି ହସ୍ତାନ୍ତର ସଂକ୍ରାନ୍ତୀୟ କାର୍ଯ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ସମ୍ପନ୍ନ ହୋଇଥିଲା । ତେଣୁ ଗତ ୧୦ ଅକ୍ଟୋବରରେ ଜମି ହସ୍ତାନ୍ତର ପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆବଶ୍ୟକତା ନଥିବା ରାଜ୍ୟ ସରକାର ଜଣାଇଥିଲେ । ପୂର୍ବରୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଅନେକ ଜମି କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିଭାଗକୁ ଦିଆଯାଇଛି । ଏଥିପାଇଁ କୌଣସି କାର୍ଯ୍ୟକ୍ରମର ଆୟୋଜନ କରାଯାଇନାହିଁ । ବିଭାଗୀୟ ପ୍ରକ୍ରିୟା ସରିବା ପରେ ତୁରନ୍ତ ଜମି ହସ୍ତାନ୍ତର କରାଯାଏ । ରାଜ୍ୟ ସରକାର ଅମର୍ଦ୍ଦା ଏୟାରଷ୍ଟ୍ରିପ ପାଇଁ ସମସ୍ତ ପ୍ରକ୍ରିୟା ସାରିଛନ୍ତି । ତେଣୁ ଏଥିରେ ଆଉ କୌଣସି ସମସ୍ୟା ଉପୁଜିବା କଥା ନୁହେଁ ବୋଲି ସୁଦାମ କହିଛନ୍ତି ।

ଏଥିସହ ମୟୂରଭଞ୍ଜର ଉନ୍ନତି ଓ ବିକାଶ କାର୍ଯ୍ୟକୁ ନେଇ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଟାର୍ଗେଟ କରିଛନ୍ତି ସୁଦାମ । ନିର୍ବାଚନ ମଣ୍ଡଳୀ ଲୋକଙ୍କ ସ୍ୱାର୍ଥକୁ କେବେ ଗୁରୁତ୍ୱ ଦେଇନାହାନ୍ତି ବିଶ୍ୱେଶ୍ୱର ଟୁଡୁ । ବାଙ୍ଗିରିପୋଷିରୁ ବିଶୋଇ ଘାଟି ରାସ୍ତାର ଅବସ୍ଥା ସଭିଏଁ ଦେଖୁଛନ୍ତି । ସଂକୀର୍ଣ୍ଣ ଓ ଖରାପ ରାସ୍ତା ପାଇଁ ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଉଛି । ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କେବେ ମଧ୍ୟ ମୁହଁ ଖୋଲିନାହାନ୍ତି । ମୟୂରଭଞ୍ଜବାସୀ ସବୁ ଦେଖୁଛନ୍ତି, ଜାଣୁଛନ୍ତି । କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଏପରି କହି ବିଶେଶ୍ୱରଙ୍କୁ ଚେତାଇ ଦେଇଛନ୍ତି ସୁଦାମ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.