ETV Bharat / state

ପୁଣି ବଢିଲା ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧି, ଅଗଷ୍ଟ ପହିଲାରୁ ପାଠପଢ଼ା - ଅଗଷ୍ଟ କହିଲାରୁ ଯୁକ୍ତ ଦୁଇ ପାଠପଢ଼ା

ପୁଣି ଥରେ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି । ଜୁନ ୨୬ ପର୍ଯ୍ୟନ୍ତ ଥିବା ଅବଧି ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ

plus two admission 2023
ଯୁକ୍ତ ଦୁଇ ନାମଲେଖା
author img

By

Published : Jun 26, 2023, 10:06 PM IST

ଭୁବନେଶ୍ବର: ଯୁକ୍ତ ଦୁଇ ନାମଲେଖା ପାଇଁ ପୁଣିଥରେ ବଢିଛି ଆବେଦନ ଅବଧି । ଜୁନ ୨୬ ତାରିଖ ପର୍ଯ୍ୟନ୍ତ ଥିବା ଅବଧି ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗ ବୃଦ୍ଧି କରିଛି ।ଏହା ପୂର୍ବରୁ ମଧ୍ୟ ଯୁକ୍ତ ଦୁଇ ନାମଲେଖା ପାଇଁ ଦୁଇ ଥର ନାମଲେଖା ଆବେଦନ ଅବଧିକୁ ବଢା ଯାଇଛି । ବର୍ତ୍ତମାନ ସୁଦ୍ଧା ସାମ୍ସ ପୋର୍ଟାଲରେ ୪ ଲକ୍ଷ ୯୮ ହଜାର ଛାତ୍ରଛାତ୍ରୀ ନାମଲେଖା ପାଇଁ ରେଜିଷ୍ଟ୍ରେସନ କରିଥିବା ବେଳେ ସାଢ଼େ ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିସାରିଛନ୍ତି ।

ଯୁକ୍ତ ଦୁଇ ନାମଲେଖା ପାଇଁ ବଢିଲା ଆବେଦନ ଅବଧି । ଜୁନ ୨୬ ପର୍ଯ୍ୟନ୍ତ ଥିବା ଅବଧି ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପରିବର୍ତ୍ତୀ ସୂଚୀ ଅନୁସାରେ ଜୁଲାଇ ୬ ତାରିଖରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଜୁଲାଇ ୭ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଚାଲିବ । ସେହିପରି ଜୁଲାଇ ୧୯ ତାରିଖରେ ଦିତୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ୨୦ ତାରିଖ ରୁ ୨୨ ତାରିଖ ମଧ୍ୟରେ ଶେଷ ହେବ ନାମଲେଖା । ଅନଲାଇନ ସ୍ପଟ ଆଡମିଶନ ଜୁଲାଇ ୨୧ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଅଗଷ୍ଟ ପହିଲାରୁ ଏକାଦଶ ପାଠପଢ଼ା ଆରମ୍ଭ ହେବ । ଏନେଇ ଅଭିଭାବକ, ଅଧ୍ୟକ୍ଷ ଏବଂ ଛାତ୍ରଛାତ୍ରୀମାନଙ୍କ ଅନୁରୋଧ ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏକାଦଶ ଶ୍ରେଣୀ ପାଇଁ ସାମ୍ସ (SAMS) ପୋର୍ଟାଲ (www.samsodisha.gov.in) ଜରିଆରେ ଆବେଦନ କରିପାରିବେ। ଅନ୍ୟପଟେ ରାତି ୯ ଟା ସୁଦ୍ଧା ସାମ୍ସ ପୋର୍ଟାଲ ଜରିଆରେ ପାଖାପାଖି ୪ ଲକ୍ଷ ୯୮ ହଜାର ଛାତ୍ରଛାତ୍ରୀ ଅନଲାଇନ ରେଜିଷ୍ଟ୍ରେନସ କରିଛନ୍ତି । ସାମ୍ସ ପୋର୍ଟାଲ ଜରିଆରେ ୪ ଲକ୍ଷ ୬୪ ହଜାର ୭୦୦ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ।

ସୂଚନା ଥାଉକି, ରାଜ୍ୟରେ ୨୧୪୫ଟି କଲେଜରେ ନାମଲେଖା ହେଉଛି । ୨୦୨୩- ୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀର ପାଠ ପଢା ଆରମ୍ଭ ହେବାକୁ ଯାଉଛି । ଏଥି ମଧ୍ୟରୁ ୧୦୦ଟି ବିଦ୍ୟାଳୟରେ କଳା ଓ ୬ଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ । ଏହାଦ୍ୱାରା ରାଜ୍ୟରେ ୧୦୬ଟି ସରକାରୀ ବିଦ୍ୟାଳୟରେ ମୋଟ ୧୩୪୬୮ ସିଟ ନାମ ଲେଖା ପାଇଁ ବୃଦ୍ଧି ପାଇଛି । ତେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅଧିକ ମାତ୍ରାରେ ଛାତ୍ରଛାତ୍ରୀ ସଫଳତା ହାସଲ କରିଥିବାରୁ ସେଥିମଧ୍ୟରୁ ଅନେକ ଛାତ୍ରଛାତ୍ରୀଙ୍କ ଧନ୍ଦାମୂଳକ ଶିକ୍ଷା ଲାଭ କରିବାକୁ ମଧ୍ୟ ସରକାର ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.