ଭୁବନେଶ୍ବର : ଓଡିଆ ଚଳଚ୍ଚିତ୍ର ଶମ୍ଭୁର ଶୁଭ ମହୁରତ ହୋଇଯାଇଛି । ଭୁବନେଶ୍ବର ଏକ ତାରକା ହୋଟେଲରେ ଏହାର ଶୁଭ ମହୁରତ ହୋଇଯାଇଛି (Subha mahurat of odia film Sambhu) । ଅନୁପମା ମୁଭିଜ୍ ଦ୍ୱାରା ପ୍ରସ୍ତୁତ, ବିଭୁତି ଜେନା ନିବେଦିତ, ମୋହନ କୁମାରଙ୍କ ଦ୍ୱାରା ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର "ଶମ୍ଭୁ" ର ଶୁଭ ମହୁରତ ଆଜି ଏକ ନିରାମ୍ବରେ ଅନୁଷ୍ଠିତ ହୋଇଥିଲା । ଚଳଚ୍ଚିତ୍ର "ଶମ୍ଭୁ"ର କାହାଣୀ ଅନୁପମା ଜେନା ଲେଖିଥିବା ବେଳେ ସଂଳାପ ଲେଖିଛନ୍ତି ଡକ୍ଟର ରଜନୀ ରଞ୍ଜନ । ସେହିପରି ସଙ୍ଗୀତ ନିର୍ଦ୍ଦେଶନା ଦୀପକ କୁମାର ଦେଇଛନ୍ତି । ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନାର ଭାର ଏସ. ଦିଲ୍ଲୀପ ପଣ୍ଡା କାନ୍ଧେଇଛନ୍ତି ।
ନବାଗତ ନାୟକ ଶୁଭମ ମୁଖ୍ୟ ନାୟକ ଚରିତ୍ରରେ ଅଭିନୟ କରିଥିବା ବେଳେ ନାୟିକା ତମନ୍ନା ମୁଖ୍ୟ ନାୟିକା ଭୂମିକାରେ ନଜର ଆସିବେ । ତାଙ୍କ ସହିତ ସହଯୋଗୀ କଳାକାର ଭାବେ ବହୁତ ପରିଚିତ କଳାକାର ଯଥା ଜୀବନ ପଣ୍ଡା, ହରିହର ମହାପାତ୍ର, ବାବୁ ପ୍ରଧାନ, ଚିନ୍ତାମଣି ବିଶ୍ୱାଳ, କେକେ, ଡିସ୍କୋ ରେଡ୍ଡୀ, ବ୍ଲାକ ରବିଙ୍କ ଅଭିନୟ ଦେଖିବାକୁ ମିଳିବ ।
ସେହିପରି ଶିଶୁ କଳାକାର ଭାବେ ବିନପ୍ସା ଜେନା ଅଭିନୟ କରିଛନ୍ତି । ଚଳଚ୍ଚିତ୍ରରେ ଫାଇଟ୍ ମାଷ୍ଟର ଶୈଳେନ୍ଦ୍ର ମଧ୍ୟ ଜଡିତ ଅଛନ୍ତି । ଏହି ଶୁଭ ମହୁରତ ଅବସରରେ ଅତିଥିଭାବେ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ସିନେ ସମୀକ୍ଷକ ଦିଲ୍ଲୀପ ହାଲି ଯୋଗଦେଇ କ୍ଲାପ୍ ଦେଇଥିଲେ । ସିନେମାଟି ଲଭ୍, ରୋମାନ୍ସ , ଆକ୍ସନ ସହ ଆଧ୍ୟାତ୍ମିକ ଜୋନର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ତେବେ ଏହା ଦର୍ଶକଙ୍କୁ ନିଶ୍ଚୟ ଭଲ ଲାଗିବ ବୋଲି କହିଛନ୍ତି ପ୍ରଯୋଜନା ସଂସ୍ଥା ।
ଏ ସମ୍ପର୍କରେ ସଂଳାପକ ଡାକ୍ତର ରଜନୀ ରଞ୍ଜନ କହିଛନ୍ତି ''ସାମ୍ପ୍ରତିକ ପରିସ୍ଥିତିକୁ ନେଇ କାହାଣୀଟିଏ ଗତିଶୀଳ । ଗୋଟିଏ ଯୁବକ ତା ଜୀବନରେ ଭିନ୍ନ ଭିନ୍ନ ପରିସ୍ଥିତିରେ ଜୀବନରେ ପରିବର୍ତ୍ତନ ଘଟୁଛି । ତେଣୁ ଏହି ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ନୂଆ । ବିଶେଷ କରି ଯୁବପୀଢ଼ିଙ୍କୁ ନିଶ୍ଚିନ୍ତ ଭାବେ ପ୍ରଭାବିତ କରିବ।''
ଇଟିଭି ଭାରତ, ଭୁବନେଶ୍ବର