ETV Bharat / state

ମାଟ୍ରିକ ପରୀକ୍ଷାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ - ଚିନ୍ତାରେ ଦଶମ ଛାତ୍ରଛାତ୍ରୀ

କୋରୋନାର ଦ୍ରୁତ ବୃଦ୍ଧିକୁ ଦୃଷ୍ଟିରେ ରଖି ଦଶମ ପରୀକ୍ଷା ସ୍ଥଗିତ ପରେ ଚିନ୍ତାରେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ମାଟ୍ରିକ ପରୀକ୍ଷାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ

author img

By

Published : Apr 17, 2021, 3:35 PM IST

ଖୋର୍ଦ୍ଧା: ରାଜ୍ୟରେ ହୁ ହୁ ହୋଇ ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ମାଟ୍ରିକ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି ରାଜ୍ୟ ସରକାର, ଯାହାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ । ତେବେ ପାଠପଢା ଅନଲାଇନରେ ହୋଇଥିବାରୁ ସେଥିରୁ କେତେକ ଛାତ୍ରଛାତ୍ରୀ ବଞ୍ଚିତ ରହିବା ପରେ ବହୁ କଷ୍ଟରେ ପୁଣି ପାଠପଢା ଆରମ୍ଭ କରିଥିଲେ । ବର୍ତ୍ତମାନ ପୁଣି ପରୀକ୍ଷା ଘୁଞ୍ଚିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଛାତ୍ରଛାତ୍ରୀ ।

ମାଟ୍ରିକ ପରୀକ୍ଷାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ

ତେବେ ଗତବର୍ଷ ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ବିଦ୍ୟାଳୟରେ ଅଫଲାଇନ ପାଠପଢା ଆରମ୍ଭ ହୋଇଥିଲା । ସବୁ ଠିକଠାକ ଚାଲୁ ଥିବାବେଳେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ମଧ୍ୟ ସମସ୍ତ ପ୍ରକ୍ରିୟା ସାରିଥିଲା । କିନ୍ତୁ କୋରୋନାର ଦ୍ବିତୀୟ ଲହରରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମାଟ୍ରିକ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ସେପଟେ ଦିନ ରାତି ଏକ କରି ପାଠ ପଢିଥିବା ଛାତ୍ରଛାତ୍ରୀ ପରୀକ୍ଷା କେବେ ହେବ ତାକୁ ନେଇ ଆଶା ଆଶଙ୍କାରେ ରହୁଥିବା ଦେଖିବାକୁ ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.