ETV Bharat / state

ଅଗଷ୍ଟ ମାସରୁ ଛାତ୍ରଛାତ୍ରୀଙ୍କ ପାଇଁ ଆସିବ ୟୁନିକ୍ ଆଇଡି, ନକଲି ପ୍ରମାଣପତ୍ର କାରବାରରେ ଲାଗିବ ରୋକ - କେନ୍ଦ୍ର ସରାକରଙ୍କ ଏଡୁ ଲକର

ଛାତ୍ରଛାତ୍ରୀଙ୍କ ପାଇଁ ଆସିବ ୟୁନିକ୍ ଆଇଡି । ଅଗଷ୍ଟ ମାସ ସୁଦ୍ଧା ଆରମ୍ଭ କରିବାକୁ ଯୋଜନା । ନକଲି ପ୍ରମାଣପତ୍ର କାରବାରରେ ଲାଗିବ ରୋକ । ଅଧିକ ପଢନ୍ତୁ

student receive a unique id
student receive a unique id
author img

By

Published : Apr 26, 2023, 9:14 PM IST

student receive a unique id

ଭୁବନେଶ୍ବର: ନକଲି ସାର୍ଟିଫିକେଟ ଚେର ରାଜ୍ୟରେ ଚାରିଆଡକୁ ବ୍ୟାପିଛି। ଏନେଇ ପ୍ରତ୍ୟେକ ଦିନ ନୂଆ ଅଭିଯୋଗ ସାମ୍ନାକୁ ଆସୁଛି। ବଲାଙ୍ଗୀରରୁ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଏହି ଜାଲିଆତିର ଚେର ଲମ୍ବିଛି । ତେବେ ଏହି ଜାଲ ସାର୍ଟିଫିକେଟ ଉପରେ ରୋକ ଲଗାଇବ କେନ୍ଦ୍ର ସରାକରଙ୍କ ଏଡୁ ଲକର । ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ଛାତ୍ରଛାତ୍ରୀଙ୍କ ଆରମ୍ଭ ହେବ ୟୁନିକ୍ ଆଇଡି ବା ଏକକ ପରିଚୟ ପ୍ରମାଣପତ୍ର ବ୍ୟବସ୍ଥା।

ଆଧାର କାର୍ଡ ଭଳି ଏଥିରେ ଛାତ୍ରଛାତ୍ରୀଙ୍କ ସମସ୍ତ ତଥ୍ୟ ରହିବ । ଯାହାଫଳରେ ଛାତ୍ରଛାତ୍ରୀ ଅନ୍ୟ ରାଜ୍ୟ କିମ୍ବା ଯେକୌଣସି ଶିକ୍ଷାନୁଷ୍ଠାନକୁ ଗଲେ ସେମାନଙ୍କୁ ଆଉ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବନି । ବାରମ୍ଵାର ଫର୍ମ ପୂରଣ କରିବା ମଧ୍ୟ ଆଉ ଆବଶ୍ୟକ ହେବନି । ଏହାଦ୍ବାରା ସ୍ବଚ୍ଛତା ଆସିବା ସହ ନକଲି ପ୍ରମାଣପତ୍ର ଭଳି କାରବାର ଉପରେ ରୋକ୍ ଲାଗିପାରିବ ବୋଲି ଜାତୀୟ ଶିକ୍ଷା ପ୍ରଯୁକ୍ତି ମଞ୍ଚ (ଏନଇଟିଏଫ୍) ଅଧ୍ୟକ୍ଷ ଡ. ଅନିଲ ଡି. ସହସ୍ରବୁଦ୍ଧେ କହିଛନ୍ତି। ସେହିପରି ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଅବସରରେ ସ୍ଥାନୀୟ ଖଣିଜ ଓ ବସ୍ତୁବିଦ୍ୟା ପ୍ରତିଷ୍ଠାନ (ଆଇଏମଏମଟି)ରେ 'ଆଜୀବନ ଶିକ୍ଷା ପାଇଁ ଡିଜିଟାଲ ଭିତ୍ତିଭୂମି' ଉପରେ ସାରଗର୍ଭକ ବକ୍ତୃତା ପ୍ରଦାନ କରି ଡ. ସହସ୍ରବୁଦ୍ଧେ କହିଥିଲେ, ୟୁନିକ ଆଇଡି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଏଥିରେ ସଂପୃକ୍ତ ଛାତ୍ରଛାତ୍ରୀଙ୍କ ନାମ, ଠିକଣା, ଫୋନ ନମ୍ବର ଓ ବାପାଙ୍କ ନାମ ଭଳି ସମସ୍ତ ସୂଚନା ରହିବ। ଯାହା ଫଳରେ ବିଦ୍ୟାର୍ଥୀ କୌଣସି ନୂତନ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାବେଳେ ସ୍ଵଂୟକ୍ରିୟ ଭାବରେ ସମସ୍ତ ତଥ୍ୟ ଏହି ୟୁନିକ ଆଇଡିରୁ ମିଳିପାରିବ।

ବିଭିନ୍ନ ସମୟରେ ଫର୍ମ ପୂରଣ ବେଳେ ଅନେକ ତ୍ରୁଟି ରହିଯାଇଥାଏ। ଯେଉଁଥି ପାଇଁ ଛାତ୍ରଛାତ୍ରୀ ଭବିଷ୍ୟତରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ଯାତ୍ରା ସୁଗମ ହେବ। କେବଳ ସେତିକି ନୁହେଁ ଏହି ୟୁନିକ୍ ଆଇଡି ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ସମେତ ବିଭିନ୍ନ ସରକାରୀ ସୁବିଧା ମିଳିବାରେ ସହାୟକ ହୋଇପାରିବ। ସମସ୍ତ ସରକାରୀ ପୋର୍ଟାଲରେ ଏହାର ଡ୍ରାଫ୍ଟ ଡକ୍ୟୁମେଣ୍ଟ ରହିଛି। ମେ ୫ ତାରିଖ ପର୍ଯ୍ୟନ୍ତ ଏହି ପ୍ରସ୍ତାବ ଉପରେ ଲୋକ ମତାମତ ଦେଇ ପାରିବେ। ଯଦି ଏଥିରେ କିଛି ପରିବର୍ତ୍ତନ କରିବାକୁ ପଡ଼େ, ତାହାହେଲେ କରାଯିବ ବୋଲି ଅନିଲ ଡି. ସହସ୍ରବୁଦ୍ଧେ କହିଛନ୍ତି।

ଏଥିସହ ଥରେ ଜଣେ ଛାତ୍ରର ପଞ୍ଜିକରଣ ହୋଇଯିବା ପରେ ଗୋଟିଏ ଶିକ୍ଷାନୁଷ୍ଠାନରୁ ଅନ୍ୟ ଶିକ୍ଷାନୁଷ୍ଠାନକୁ ଯିବା ଏବଂ ସରକାରୀ ସୁବିଧାସୁଯୋଗ ମିଳିବା ସହଜ ହେବ। ଏହି ପ୍ଲାଟଫର୍ମ ସୃଷ୍ଟି ହେଲା ପରେ ଛାତ୍ରଛାତ୍ରୀ ଶିକ୍ଷା, ଦକ୍ଷତା ଏବଂ ନିଯୁକ୍ତି ଆଦି କ୍ଷେତ୍ରରେ ବିଶେଷ ଉପକାର ପାଇବେ। ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ପଞ୍ଜୀକରଣ କରିବାକୁ ପଡ଼ିବ। ଏପରି ହେଲେ ନକଲି ଅଧ୍ୟାପକ ଧରାପଡ଼ିବେ। ନକଲି ପ୍ରମାଣପତ୍ର କାରବାର ବି ବନ୍ଦ ହୋଇଯିବ। ଡିଜିଟାଲ ଟେକ୍ନୋଲୋଜିର ଉପଯୋଗ ସଶକ୍ତିକରଣ ସହିତ ଅପବ୍ୟବହାର ରୋକିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

ସେହିପରି ଏନଇଟିଏଫ୍ ଡିଜିଟାଲ ଶିକ୍ଷା କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି। ଭବିଷ୍ୟତର କାର୍ଯ୍ୟପନ୍ଥା ପାଇଁ ଶିକ୍ଷା ଅତି ଗୁରୁତ୍ୱପୂର୍ଣ୍ଣ। କାରଣ ଟେକ୍ନୋଲୋଜି ବଦଳୁଛି। ଏ ପରିପ୍ରେକ୍ଷୀରେ ଆଜୀବନ ଶିକ୍ଷାର ଗୁରୁତ୍ବ ବଢୁଛି। ସମଗ୍ର ବିଶ୍ବ ଡିଜିଟାଲ ଟେକ୍ନୋଲୋଜିକୁ ଆପଣାଇବାକୁ ବାଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି ଡିଜିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ପଡ଼ିବ। ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶିକ୍ଷା ସହ ସେମାନଙ୍କର ଦକ୍ଷତା ବଢ଼ାଇବାକୁ ପଡ଼ିବ। ଯାହାଫଳରେ ସେମାନେ ଯୁଗ ସହ ତାଳ ଦେଇ ଆଗକୁ ବଢ଼ି ପାରିବା ସହିତ ନିଯୁକ୍ତି କ୍ଷେତ୍ରରେ ନିଜର ସାମର୍ଥ୍ୟ ଦେଖାଇପାରିବେ। ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବାକୁ ପଡ଼ିବ। ଛାତ୍ରଛାତ୍ରୀଙ୍କୁ ନିରନ୍ତର ଶିକ୍ଷାର ଆବଶ୍ୟକତା ରହିଛି। ଡିଜିଟାଲ ଟେକ୍ନୋଲୋଜି ଉପଯୋଗ କରି ଘରେ ବସି ନିଜ କାମ କରିବା ସହିତ ନୂଆ ଟେକ୍ନୋଲୋଜି ଓ ଦକ୍ଷତା ଉପରେ ଜ୍ଞାନ ଆହରଣ କରିବା ଉପରେ ଗୁରୁତ୍ବ ଦିଆଯାଉଥିବା ସେ ସୂଚନା ଦେଇଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.