ETV Bharat / state

ମହିଳାଙ୍କୁ ସୁରକ୍ଷା ଦେବ ଆଲକହଲ ଡିଟେକ୍ଟର - ସୁରଭି ୨୦୨୩

Alcohol Detector: କୌଶଳୀ କ୍ଲବ ଛାତ୍ରଛାତ୍ରୀଙ୍କ ଆଲକହଲ ଡିଟେକ୍ଟର । ଖେଳ ପଡିଆ ଓ ସିନେମା ହଲ୍ ଭଳି ସର୍ବସାଧରଣ ସ୍ଥାନରେ ଅସାମାଜିକ ବ୍ୟକ୍ତିଙ୍କ ଠାରୁ ମହିଳାଙ୍କୁ ସୁରକ୍ଷା ଦେବ ଏହି ମେସିନ । ଅଧିକ ପଢ଼ନ୍ତୁ

ମହିଳାଙ୍କୁ ସୁରକ୍ଷା ଦେବ ଆଲକହଲ ଡିଟେକ୍ଟର
ମହିଳାଙ୍କୁ ସୁରକ୍ଷା ଦେବ ଆଲକହଲ ଡିଟେକ୍ଟର
author img

By ETV Bharat Odisha Team

Published : Nov 17, 2023, 8:53 AM IST

ସୁରକ୍ଷା ଦେବ ଆଲକହଲ ଡିଟେକ୍ଟର

ଭୁବନେଶ୍ବର: ମହିଳାଙ୍କୁ ସୁରକ୍ଷା ଦେବ ଆଲକହଲ ଡିଟେକ୍ଟର । ଖେଳପଡ଼ିଆ ହେଉ ଅବା ସିନେମା ହଲ୍ କିମ୍ବା ବଡ଼ ବଡ଼ କାର୍ଯ୍ୟକ୍ରମ, ସବୁ ଜନଗହଳି ପୂର୍ଣ୍ଣ ସ୍ଥାନରେ ଆଲକହଲ ଡିଟେକ୍ଟର ମହିଳାଙ୍କୁ ସୁରକ୍ଷା ଯୋଗାଇବ । ସାଧାରଣତଃ ମହିଳାମାନେ ଏହିଭଳି ସ୍ଥାନକୁ ଏକୁଟିଆ ଯିବାକୁ ଭୟ କରିଥାନ୍ତି । ଅସାମାଜିକ ବ୍ୟକ୍ତି ନିଶାଦ୍ରବ୍ୟ ସେବନ କରି ସେମାନଙ୍କ ସହ ଅସଦାଚାରଣ କରିବାର ଭୟ ରହିଥାଏ । ଅନେକ ସମୟରେ ଏଭଳି ଘଟଣା ମଧ୍ୟ ନଜରକୁ ଆସେ । ଏହାକୁ ଦୃଷ୍ଟିରେ ରଖି କୌଶଳୀ କ୍ଲବ୍‌ ଛାତ୍ରଛାତ୍ରୀ ଆଲକହଲ ଡିଟେକ୍ଟର ଉପକରଣ ପ୍ରସ୍ତୁତ କରିଛନ୍ତି, ଯାହା ମଦ୍ୟପାନ କରିଥିବା ବ୍ୟକ୍ତିଙ୍କୁ ସାଧାରଣ ଭାବରେ ଚିହ୍ନଟ କରିବ ।

କୌଶଳୀ କ୍ଲବର ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ୨୦୨୩'ରେ ଏହି ଉପକରଣ ପ୍ରସ୍ତୁତ କରିଛନ୍ତି । ଏହି ଉପକରଣକୁ ଖେଳ ପଡ଼ିଆ ଏବଂ ସିନେମା ହଲ୍‌ର ପ୍ରବେଶ ପଥରେ ଲଗାଯିବ । ଯଦି ଜଣେ ବ୍ୟକ୍ତି ମଦ୍ୟପାନ କରି ଏହି ସ୍ଥାନରେ ପ୍ରବେଶ କରିବାକୁ ଚେଷ୍ଟା କରିବ ତେବେ ଏହି ଡିଟେକ୍ଟର ସଙ୍ଗେ ସଙ୍ଗେ ସୂଚୀତ କରିଦେବ । ଏହା ସହ ଉକ୍ତ ବ୍ୟକ୍ତି କେତେ ପରିମାଣର ମଦ୍ୟପାନ କରିଛନ୍ତି ତାହା ମଧ୍ୟ ଏହି ଡିଭାଇସ୍ ଦ୍ଵାରା ଜଣାପଡିଯିବ । ଯାହାଫଳରେ ନିଶାଦ୍ରବ୍ୟ ସେବନ କରିଥିବା ଲୋକଙ୍କୁ ଚିହ୍ନଟ କରିବା ସମ୍ଭବପର ହୋଇପାରିବ ଏବଂ ମହିଳାମାନେ ଏଭଳି ଲୋକଙ୍କଠାରୁ ସୁରକ୍ଷିତ ରହିପାରିବେ ।

ଏହା ମଧ୍ୟ ପଢନ୍ତୁ: ଏଣିକି ସ୍କୁଲରେ ଗୋଟିଏ କ୍ଲିକରେ ଛାତ୍ରୀ ପାଇପାରିବେ ନାପକିନ

ଏହା ମଧ୍ୟ ପଢନ୍ତୁ: ସୁରଭି ଉଦ୍‌ଯାପିତ, ୩୫୪୯ ପିଲା ପାଇଲେ ‘ଓଡିଆ ଭାଷା ବୃତ୍ତି’ ପୁରସ୍କାର

ରାଜ୍ୟରେ ଅନେକ ସମୟରେ ଖେଳ ପଡିଆ, ସିନେମା ହଲ୍ ଇତ୍ୟାଦି ସ୍ଥାନରେ ନିଶାଦ୍ରବ୍ୟ ସେବନ କରି ଅସାମାଜିକ ବ୍ୟକ୍ତି ମହିଳାମାନଙ୍କ ସହିତ ଅସଦାଚରଣ କରିଥିବା ଅଭିଯୋଗ ହେଉଛି । ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ଆଲକହଲ ଡିଟେକ୍ଟର ପ୍ରସ୍ତୁତ କରିଛନ୍ତି । ଏହି ମେସିନ ଦ୍ବାରା ମଦ୍ୟପ ଲୋକଙ୍କୁ ଚିହ୍ନଟ କରାଯାଇ ମହିଳାଙ୍କୁ ସୁରକ୍ଷା ଦିଆଯାଇ ପାରିବ । ଏଠାରେ ପ୍ରକାଶ ଥାଉକି, ଏକବିଂଶ ଶତାବ୍ଦୀରେ ପ୍ରଯୁକ୍ତି ବିଦ୍ୟାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଆକାଂକ୍ଷୀ ପାଠ୍ୟକ୍ରମରେ ୪ଟି କ୍ଲବ୍ ଗଠନ କରାଯାଇଛି । ସେଗୁଡିକ ହେଉଛି, ସାହିତ୍ୟ ସୃଜନୀ, କୌଶଳୀ, କ୍ରୀଡାଙ୍ଗନ ଓ ଜିଜ୍ଞାସା । କୌଶଳୀ କ୍ଲବ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କିପରି ଦକ୍ଷ କରାଯିବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ।

ଇଟିଭି ଭାରତ, ଭୁବନଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.