ETV Bharat / state

ଅଶାନ୍ତ ବିଜେବି କଲେଜ: ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ୬ ଆହତ

author img

By ETV Bharat Odisha Team

Published : Oct 13, 2023, 6:03 PM IST

ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଫଳରେ ଏବିଭିପିର ୬ ଜଣ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

students clash in bjb college
ବିଜେବି କଲେଜରେ ଗଣ୍ଡଗୋଳ

ଭୁବନେଶ୍ବର: ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଏବିଭିପି ଓ ବିଜୁ ଛାତ୍ର ଜନତା ଦଳ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଫଳରେ ଏବିଭିପିର ୬ ଜଣ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏବିଭିପି କୋର କମିଟି ଗଠନକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା କୁହାଯାଉଛି । ହେଲେ ଏହି ଗଣ୍ଡଗୋଳର ପ୍ରକୃତ କାରଣ କ'ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ସୂଚନା ମୁତାବକ, କିଛି ଦିନ ପୂର୍ବରୁ ବିଜେବି କଲେଜରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଓଡିଶାର ବିଭିନ୍ନ କ୍ୟାମ୍ପସରେ କ୍ୟାମ୍ପସ୍ ୟୁନିଟ୍ ଘୋଷଣା ଜାରି ରହିଛି । ଏହାସହ ଭୁବନେଶ୍ବରରେ ମଧ୍ୟ ବିଭିନ୍ନ କ୍ୟାମ୍ପସର କ୍ୟାମ୍ପସ୍ ୟୁନିଟ୍ ଘୋଷଣା ହେଉଛି । ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ଵୟଂଶାସିତ ମହାବିଦ୍ୟାଳୟରେ କ୍ୟାମ୍ପସ୍ ୟୁନିଟ୍ ଘୋଷଣା ପରେ ଏହି ଘଟଣାକୁ ନେଇ ଆଜି ବିଜେବି କଲେଜରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଦେଖିବାକୁ ମିଳିଛି । ସୂଚନା ମୁତାବକ, ଏଭିବିପିର 6 ଜଣ ଛାତ୍ର ଗୁରୁତର ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଅନ୍ୟପଟେ ପୂର୍ବରୁ ମଧ୍ୟ ବିଜେବି କଲେଜରେ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଦେଖିବାକୁ ମିଳିଛି । ପୂର୍ବରୁ କମେଣ୍ଟ ମରାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ୩ ଜଣ ଛାତ୍ର ଆହତ ହୋଇଥିଲେ । ଜଣେ ଯୁକ୍ତ ତିନି ଛାତ୍ର ଓ ଯୁକ୍ତ ଦୁଇ ଛାତ୍ର ରହିଥିଲେ । ଏନେଇ ଦୁଇ ଗୋଷ୍ଠୀ ପକ୍ଷରୁ ମଧ୍ୟ ବଡ଼ଗଡ଼ ଥାନାରେ ଏତଲା କରାଯାଇଥିଲା । ଏପରିକି ବିଜେବି କଲେଜ କଲେଜରେ ଛାତ୍ରଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌, ହଣାକଟା ହୋଇଥିବାବେଳେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ...ମଦ ପାଇଁ ଟଙ୍କା ନଦେବାରୁ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ, ଜଣେ ଓ ଜଣେ ଅଣଛାତ୍ର ଗିରଫ

ଏହା ବି ପଢନ୍ତୁ...ବିଜେବି କଲେଜରେ ନାମଲେଖା ବାତିଲ, ନ୍ୟାୟ ଦାବିରେ ଧାରଣାରେ ଦିବ୍ୟାଙ୍ଗ ଛାତ୍ର ଅଙ୍କିତ

ଏପରିକି ବିଜେବି କଲେଜରେ ଜଣେ ଛାତ୍ରଙ୍କ ଜନ୍ମଦିନକୁ ପାଳନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ହୋଇଥିଲା । ଉଭୟ ଗୋଷ୍ଠୀ କ୍ୟାମ୍ପସରେ ମାର୍‌ପିଟ୍‌ କରିବା ସହ ଏକ କ୍ଲାସ ରୁମ୍ ମଧ୍ୟରେ ଦୁଇ ଜଣ ପିଲାଙ୍କୁ ବନ୍ଦ କରି ରଖିଥିଲେ । ପରବର୍ତ୍ତୀ ସମୟର ପୋଲିସ ଆସି ଉଦ୍ଧାର କରିଥିଲା । ତେବେ ଏହି ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । କଲେଜ ମଧ୍ୟରେ ସମାଧାନ ହୋଇ ନପାରିବାରୁ କଥା ଥାନାକୁ ଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.