ETV Bharat / state

ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ରାଜପଥ ଅବରୋଧ - ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ରାଜପଥ ଅବରୋଧ

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନଏସିର ଗାନ୍ଧୀ ଛକଠାରେ ଆଜି ପୂର୍ବାହ୍ନରେ ବାଲୁଗାଁ ଓ ବାଣପୁରର ବିଭିନ୍ନ ମହାବିଦ୍ୟାଳୟର ଯୁକ୍ତ ୨ ଛାତ୍ର ମାନେ ପରୀକ୍ଷା ବାତିଲ ଦାବି ନେଇ ରାଜ ରାସ୍ତା ଅବରୋଧ କରିଥିଲେ । ଅଧିକ ପଢନ୍ତୁ...

ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ରାଜପଥ ଅବରୋଧ

author img

By

Published : Apr 30, 2021, 4:02 PM IST

ଖୋର୍ଦ୍ଧା: ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନଏସିର ଗାନ୍ଧୀ ଛକଠାରେ ଆଜି ପୂର୍ବାହ୍ନରେ ବାଲୁଗାଁ ଓ ବାଣପୁରର ବିଭିନ୍ନ ମହାବିଦ୍ୟାଳୟର ଯୁକ୍ତ ୨ ଛାତ୍ର ମାନେ ପରୀକ୍ଷା ବାତିଲ ଦାବି ନେଇ ରାଜ ରାସ୍ତା ଅବରୋଧ କରିଥିଲେ । ସୂଚନା ମୁତାବକ ଚଳିତ ବର୍ଷ ରାଜ୍ୟରେ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ବାତିଲ ହେବା ପରେ ଯୁକ୍ତ ୨ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସରକାର ଘୋଷଣା କରିବା ପରେ ଏଥିରେ ଉତକ୍ଷିପ୍ତ ହୋଇପଡିଛନ୍ତି ସାରା ରାଜ୍ୟର ବହୁ ଛାତ୍ରଛାତ୍ରୀ ।

ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ରାଜପଥ ଅବରୋଧ

ସାରା ରାଜ୍ୟର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଦ୍ବାରା ଯୁକ୍ତ ଦୁଇ ପରୀକ୍ଷା ବନ୍ଦ ପାଇଁ ଦାବି ଜୋର ଧରିଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି ବାଣପୁର ଏବଂ ବାଲୁଗାଁ ଅଞ୍ଚଳର ଯୁକ୍ତ ଦୁଇ ଛାତ୍ରଛାତ୍ରୀ । କରୋନା ମହାମାରୀକୁ ଆଖି ଆଗରେ ରଖି ରାଜ୍ୟର ସମସ୍ତ ମହାବିଦ୍ୟାଳୟ ବନ୍ଦ ପଡିଥିବା ବେଳେ ସଠିକ ଭାବରେ ପାଠ ପଢ଼ା ଯାଇପାରିନଥିଲା ଏବଂ ଅନଲାଇନରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଖେ ପାଠ ପଢା ସମ୍ଭବ ହୋଇପାରିନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

ତେବେ ପରୀକ୍ଷା ତାରିଖ ଘୋଷଣା ହେବା ପରେ ଛାତ୍ରଛାତ୍ରୀ ମାନେ ସଠିକ ଭାବରେ ମହାବିଦ୍ୟାଳୟ ଗୁଡିକରେ ପଢ଼ାପଢି କରିନଥିବା ହେତୁ ଏବଂ ବଢୁଥିବା କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ବାତିଲ କରିବା ପାଇଁ ରାଜ୍ୟ ସରକାର ଏବଂ ବିଭାଗୀୟ ମନ୍ତ୍ରୀଙ୍କ ବିରୋଧରେ ବିଭିନ୍ନ ନାରାବାଜି କରିବା ସହ ଦୀର୍ଘ ସମୟ ଧରି ବାଲୁଗାଁ ଗାନ୍ଧିଛକ ଠାରେ ରାସ୍ତା ଅବରୋଧ କରିଥିଲେ । ପରିକ୍ଷା ବାତିଲ ନହେଲେ ଆଗାମୀ ଦିନରେ ବାଲୁଗାଁ ଏବଂ ବାଣପୁର ଅଞ୍ଚଳର ହଜାର ହଜାର ସଂଖ୍ୟକ ଛାତ୍ରଛାତ୍ରୀ ମାନେ ରାଜରାସ୍ତାକୁ ଓହ୍ଲାଇବାକୁ ପଛାଇବେ ନାହିଁ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି l ତେବେ କୌଣସି ଅଘଟଣକୁ ଏଡାଇବା ବିକ୍ଷୋଭ ସ୍ଥଳରେ ବାଲୁଗାଁ ଆଇଆଇସି ଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀ ପହଞ୍ଚି ଆନ୍ଦୋଳନରତ ଛାତ୍ରଙ୍କୁ ବୁଝାଇବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.