ETV Bharat / state

ଅପରାଧ ଦୁନିଆରେ ଛାତ୍ରନେତା, ସହରରେ ବଢୁଛି ଗୁଣ୍ଡାଗର୍ଦ୍ଦି - ଅପରାଧ କରିଚାଲିଛନ୍ତି ଛାତ୍ର ନେତା

ରାଜନୈତିକ ନେତାଙ୍କ ଛାତ୍ରଛାୟା ତଳେ ରହି ଗୋଟିଏ ପରେ ଗୋଟିଏ ଅପରାଧ କରିଚାଲିଛନ୍ତି ଛାତ୍ର ନେତା । ରାଜନୈତିକ ଦଳରେ ସାମିଲ ରହି ସହରରେ କରୁଛନ୍ତି ଗୁଣ୍ଡାଗର୍ଦ୍ଦି । ଅଧିକ ପଢନ୍ତୁ

crime in Bhubaneswar
crime in Bhubaneswar
author img

By

Published : Jan 15, 2023, 3:57 PM IST

ଭୁବନେଶ୍ବର: ଅପରାଧ ଦୁନିଆରେ ଛାତ୍ର ନେତାଙ୍କ ଦବଦବା । ବିଭିନ୍ନ ରାଜନୈତକ ଦଳ ସହ ଜଡିତ ରହି ସହରରେ ଖେଳାଉଛନ୍ତି ଆତଙ୍କ । ପିଲାଙ୍କୁ ଏକଜୁଟ କରି ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇବା ପରେ ହାତକୁ ନେଉଛନ୍ତି ଆଇନଶୃଙ୍ଖଳା । କେତେବେଳେ କେଉଁ ବ୍ୟବସାୟିକ ପ୍ରତିଷ୍ଠାନ ଆଗରେ ହଙ୍ଗାମା ତ ଆଉ କେଉଁଠି ଏକାଠି ହୋଇ ଗଣ୍ଡଗୋଳ । ପୁଣି କେଉଁଠି ମାରପିଟ୍ କରୁଛନ୍ତି । ରାଜଧାନୀର ଏମିତି କେତେକ ଘଟଣା ଘଟାଇଛନ୍ତି ରାଜନୈତକ ଦଳ ସହ ଜଡିତ ଥିବା କିଛି ଛାତ୍ର ଓ ସ୍ଥାନୀୟ ଲୋକ । ଯାହାକୁ ନେଇ ଥାନାରେ ଅଭିଯୋଗ ହେଉଛି ସତ କିନ୍ତୁ ବଡ଼ବଡ଼ ରାଜନୈତିକ ବ୍ୟକ୍ତିଙ୍କ ପାଇଁ ଏମାନେ ବର୍ତ୍ତି ଯାଉଛନ୍ତି । ଫଳରେ ପୋଲିସ ଏମାନଙ୍କୁ ଗିରଫ କରିବା ପରିବର୍ତ୍ତେ ସେମାନେ କିପରି ଖସିଯିବେ ତାର ବାଟ ଆପଣାଉଛନ୍ତି । ରାଜଧାନୀରେ ବିଗତ କିଛି ଦିନ ଧରି ସେଭଳି ଘଟଣା ସାମ୍ନାକୁ ଆସିଛି । ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ନଜର ପକାନ୍ତୁ ସେହିପିର କେତେକ ଘଟଣା ଉପରେ ।

ଖଣ୍ଡଗିରି ଥାନା: ଖଣ୍ଡଗିରି ଥାନା ଆଇଟିଆର କଲେଜରେ ପ୍ରୀତମ କୁମାର ସାରଙ୍ଗୀ ନାମ ଜଣେ ଛାତ୍ର ଅନ୍ୟ ଏକ ରାଜନୈତିକ ଗୋଷ୍ଠୀ ସହ ମିଶୁଥିବା ବେଳେ ତାଙ୍କୁ ରାଜ୍ୟର ଲୋକପ୍ରିୟ ଦଳର ଛାତ୍ର ନେତା ଓ ତାଙ୍କ ଗୋଷ୍ଠୀ ବିରୋଧ କରୁଥିଲେ । ଏହାକୁ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପୂର୍ବରୁ ବିବାଦ ହୋଇଥିଲା । ଯାହା ଗତ ୯ ତାରିଖ ଦିନ ଅପହରଣର ରୂପ ନେଇଥିଲା । ଗଣ୍ଡଗୋଳକୁ ନେଇ ପ୍ରୀତମ କୁମାର ସାରଙ୍ଗୀଙ୍କୁ ଲୋକପ୍ରିୟ ରାଜନୀତିକ ଦଳର କିଛି ନେତା ଅପହରଣ କରିନେଇଥିଲେ । ଯାହାକୁ ନେଇ ଥାନାରେ ଅଭିଯୋଗ ପରେ ୧୦ ତାରିଖ ଦିନ ଘଟଣା ସାମ୍ନାକୁ ଆସିଥିଲା । ଅପହରଣ ପରେ ପ୍ରୀତମଙ୍କୁ ସୁନ୍ଦରପଦା, ଏୟାରପୋର୍ଟ, ବରମୁଣ୍ଡାରେ ରଖିଥିଲେ । ପରେ ଏହି ଘଟଣାରେ ଅପହରଣକାରୀଙ୍କ କବଳରୁ ପୋଲିସ ଯୁବକଙ୍କୁ ଉଦ୍ଧାର କରିଥିଲା । ଏହାପରେ ଜଣେ ଅଭିଯୁକ୍ତ ନୀତିଶକୁ ଗିରଫ କରାଯାଇଥିଲା । ହେଲେ ଏହା ପଛରେ ଥିବା ଛାତ୍ର ନେତାଙ୍କୁ ଛାଡ଼ିଦେଇଥିଲା ପୋଲିସ ।

ନୟାପଲ୍ଲୀ ଥାନା: ଗତ ଜାନୁଆରୀ ୮ତାରିଖ ଦିନ ହୋଟେଲ ସାଫିରେ ନିକଟରେ ଛାତ୍ର କଂଗ୍ରେସର ସଭାପତି ୟାସିର ନବାଜଙ୍କ ଗାଡି ଆଗରେ ପାର୍କିଂ କରିଥିଲେ ଏକ ନିର୍ଦ୍ଧିଷ୍ଟ ଚର୍ଚ୍ଚିତ ଦଳର କିଛି ନେତା । ଏପରିକି ନିଜକୁ ଯାଜପୁରର ଏକ ଚର୍ଚ୍ଚିତ ନେତାଙ୍କ ନା ନେଇ ତାଙ୍କ ପାଖ ଲୋକ କଣ କରିବ ବୋଲି କହି ଗଣ୍ଡଗୋଳ କରିଥିଲେ । ଏନେଇ ୟାସିର ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ।

ଚନ୍ଦ୍ରଶେଖରପୁର ଥାନା: ସେହିପରି ଗତ ୭ତାରିଖ ରାତିରେ ଚନ୍ଦ୍ରଶେଖରପୁର ଥାନା ଏମ୍ବାସି ବାର ସାମ୍ନାରେ ରାଜନୈତିକ ଦଳର ନେତା ସଜୀବ ସ୍ୱାଇଁ ୩୪ଜଣ ପିଲାଙ୍କୁ ଡକାଇ ହଙ୍ଗାମା କରିଥିଲେ । ଆତଙ୍କ ଖେଳାଇ ଢେଲା ପଥର ମାଡ଼ କରିଥିଲେ । ଏନେଇ ୩୪ଜଣ ଗିରଫ ହୋଇଥିଲେ ମଧ୍ୟ ସଞ୍ଜୀବ ଓ ତାର ସହଯୋଗୀ ଏବେ ଫେରାର ଅଛନ୍ତି । ସେ ଯେକୌଣସି ଦଳର ହୁଇନ୍ତୁ ନା କାହିଁକି ତାଙ୍କୁ ଖୋଜି ଧରାଯିବ ବୋଲି କହିଛି ପୋଲିସ ।

ଏୟାରପୋର୍ଟ ଥାନା: ଗତ ନଭେମ୍ବର ୨୭ତାରିଖ ଏୟାରପୋର୍ଟ ଥାନା ପାଖ ବ୍ୟାଙ୍କ ଅଫ ବରୋଦା ଛକ ନିକଟରେ ଆତଙ୍କ ଖେଳାଇଲେ କିଛି ରାଜନୈତିକ ଗୋଷ୍ଠୀର ଯୁବକ । କିଛି ପିଲା କ୍ୟାରମ ଖେଳୁଥିବା ବେଳେ ଖଣ୍ଡା ଭୁଜାଲି ଧରି ଆକ୍ରମଣ କରିଥିଲେ ଚର୍ଚ୍ଚିତ ରାଜନୈତିକ ଦଳର କିଛି ଯୁବକ । ଏପରିକି ଆକ୍ରମଣରେ କିଛି ଯୁବକ ଲୁହଲୁହାଣ ହୋଇଥିଲେ । ଏନେଇ‌ ଏୟାରପୋର୍ଟ ଥାନାରେ ଅଭିଯୋଗ‌ ହୋଇଥିଲା । ଲୋକପ୍ରିୟ ରାଜନୈତିକ ଦଳର ନେତା ଗୁନ ନାଁରେ ଅଭିଯୋଗ ହୋଇଥିଲା ଥାନାରେ । ହେଲେ ପୋଲିସ କିଛି ଛୋଟ ସହଯୋଗୀଙ୍କୁ ଧରିଥିଲା । ଏହାପରେ କିଛି ରାଜନୈତିକ ବ୍ୟକ୍ତିଙ୍କ ଛତ୍ରଛାୟା ତଳେ ରହି ବୁଲୁଥିବା କିଛି ଛୋଟ ନେତା ଏବେ ବାହାରେ ବୁଲି ଅଭିଯୋଗକାରୀଙ୍କୁ ଧମକଚମକ ଦେଉଛନ୍ତି ।

ଇନଫୋଭ୍ୟାଲି ଥାନା: ସେହିପରି ଗତ ୪ ତାରିଖରେ ଇନଫୋଭ୍ୟାଲି ଥାନା ଅଞ୍ଚଳର ମଦନପୀର କଲେଜ ଛକ ନିକଟରେ ବିପୁଳ ବଳିୟାର ସିଂକୁ ଜଣେ ରାଜନୈତିକ ଦଳର ନେତା ଖଣ୍ଡାରେ ଆକ୍ରମଣ କରିବା ସହ ଭୟର ଆତଙ୍କ ଖେଳାଇ ଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏହାପରେ ଅଭିଯୁକ୍ତ ପୁତୁଲକୁ ଖଣ୍ଡା ସହ ଗିରଫ କରିଥିଲା ପୋଲିସ । ଏମାନେ ଏଭଳି ଆତଙ୍କ ଖେଳାଇ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି । ସର୍ବସାଧାରଣ ସ୍ଥାନରେ ଆଇନକୁ ହାତକୁ ନେଇ ଦାଦାଗିରି ଗୁଣ୍ଡାଗର୍ଦ୍ଦି ଏବେ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି । ଫଳରେ ସାଧାରଣ ନାଗରିକଟିଏ ଅସୁରକ୍ଷିତ ଅନୁଭବ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.