ETV Bharat / state

ପୁଣି ଜୀବନ ନେଲା ମୋ ବସ, ଦୁର୍ଘଟଣାରେ ଆଖି ବୁଜିଲେ ସପ୍ତମ ଶ୍ରେଣୀ ଛାତ୍ର - ପୁଣି ଆଉ ଏକ ନିରୀହ ମୁଣ୍ଡ ନେଲା ନରହନ୍ତା ମୋ ବସ

ମୋ ବସର ବେପରୁଆ ଗାଡ଼ି ଚାଳନା ଯୋଗୁଁ ପୁଣି ଚାଲିଗଲା ଏକ ନିରୀହ ଜୀବନ । ଶତାବ୍ଦି ନଗରରେ ମୋ ବସ ଦୁର୍ଘଟଣାରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

minor boy died after mo bus hit in bhubaneswar
ନରହନ୍ତା ମୋ ବସ୍, ଦୁର୍ଘଟଣାରେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ
author img

By

Published : Nov 19, 2022, 8:27 AM IST

ଭୁବନେଶ୍ବର: ପୁଣି ଆଉ ଏକ ନିରୀହ ମୁଣ୍ଡ ନେଲା ନରହନ୍ତା ମୋ ବସ । ବେପରୁଆ ଗାଡ଼଼ି ଚାଳନା ଯୋଗୁଁ ଏକ ନାବାଳକର ଚାଲିଗଲା ଜୀବନ। ଖଣ୍ଡଗିରି ଥାନା ଶତାବ୍ଦି ନଗରରେ ଜଣେ ଛାତ୍ର ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ଚଢ଼ିଗଲା ମୋ ବସ । ମୃତ ନାବାଳକ ଜଣକ ୟୁନିଟ 8 ବାଳକ ଉଚ୍ଚବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ସନ୍ଦୀପ କୁମାର ନାୟକ।

ମୋ ବସର ବେପରୁଆ ଗାଡ଼ି ଚାଳନା ପାଇଁ ଲଗାତାର ଭାବେ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ହେଲେ ଆକ୍ସନ ନେବାକୁ ପଛଘୁଞ୍ଚା ପୋଲିସ ପ୍ରଶାସନ । ସୂଚନା ମୁତାବକ, ସପ୍ତମ ଶ୍ରେଣୀ ଛାତ୍ର ସନ୍ଦୀପ ତାଙ୍କ ପରିବାର ସହିତ ଭୁବନେଶ୍ୱର ପ୍ରଗତୀ ନଗରରେ ରହୁଥିଲେ । ଗତ ୧୭ ତାରିଖ ଦିନ ସନ୍ଦୀପ ଟ୍ୟୁସନ ସାରି ଘରକୁ ଫେରୁଥିବାବେଳେ 21 ନମ୍ବର ରୁଟ ବସ ଆସି ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ମୋ ବସରେ ଲୁଟପାଟ ଗ୍ୟାଙ୍ଗ ଟ୍ରାପ, ଧରାପଡିଲେ ଗ୍ୟାଙ୍ଗର ୨ ଅପରାଧୀ

କେବଳ ଏହି ଘଟଣା ନୁହେଁ ୩ ଦିନ ତଳେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ମଧ୍ୟ ଏକ ବେପରୁଆ ଗାଡି ଚଳାଇ ଦୁର୍ଘଟଣା ଘଟାଇଥିଲା ମୋ ବସ । ଚଳିତବର୍ଷ ଜାନୁୟାରୀରୁ ଏଯାବତ ସହର ଭିତରେ ମୋ ବସ 6 ଜଣଙ୍କୁ ମାରି ସାରିଛି । ପ୍ରତିଦିନ ଏହିଭଳି ଛୋଟ ବଡ ଅନେକ ଘଟଣା ଘଟୁଥିଲେ ମଧ୍ୟ ମୋ ବସ ପକ୍ଷରୁ ଏନେଇ ଯୋଗାଯୋଗ କଲେ କେହି ପ୍ରତିକ୍ରିୟା ଦେଉନାହାନ୍ତି । ଯାହାକି ସରକାରୀ ଅନୁବନ୍ଧିତ କ୍ରୁଟ ପରିଚାଳିତ ଏହି ସେବାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.