ETV Bharat / state

ନାମ ସତ୍ୟପାଠ ନେଇ ଓକିଲ ତହସିଲଦାର ମୁହାଁମୁହିଁ - misbehaviour

Strife between Tahasildar and Lawyer: ମୃତକଙ୍କ ନାମ ଜନିତ ସତ୍ୟପାଠକୁ ନେଇ ତହସିଲଦାର ଏବଂ ଓକିଲଙ୍କ ମଧ୍ୟରେ ବିବାଦ । ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ । ଅଧିକ ପଢନ୍ତୁ

ନାମ ସତ୍ୟପାଠକୁ ନେଇ ବୋଲଗଡ଼ରେ ଓକିଲ ତହସିଲଦାର ମୁହାଁମୁହିଁ

author img

By ETV Bharat Odisha Team

Published : Jan 3, 2024, 10:32 PM IST

ନାମ ସତ୍ୟପାଠକୁ ନେଇ ବୋଲଗଡ଼ରେ ଓକିଲ ତହସିଲଦାର ମୁହାଁମୁହିଁ

ଖୋର୍ଦ୍ଧା : ସ୍ଥାନୀୟ ପ୍ରଶାସକ ସହିତ ଓକିଲଙ୍କ ମଧ୍ୟରେ ନାଁ କୁ ନେଇ ଝଗଡ଼ା । ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ତହସିଲରେ ଦୁର୍ନୀତି, ଜମି କେଳେଙ୍କାରୀ ସମେତ ଯାବତୀୟ କାର୍ଯ୍ୟ କରି ଜିଲ୍ଲାରେ ଦୁର୍ନାମର ବୋଝ ମୁଣ୍ଡାଇଥିବା ବେଳେ ଏବେ ତହସିଲଦାର ଏବଂ ଓକିଲଙ୍କ ମଧ୍ୟରେ ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ପରସ୍ପର ଗାଳି ଗୁଲଜକୁ ନେଇ ବୋଲଗଡ଼ ଥାନାରେ ଉଭୟ ପକ୍ଷରୁ ଲିଖିତ ଅଭିଯୋଗ ବୁଧବାର ଦିନ ହୋଇଛି ।

ଘଟଣାରୁ ପ୍ରକାଶ ଯେ ବୋଲଗଡ଼ ତହସିଲ ଅନ୍ତର୍ଗତ ମାଣିକାଗୋଡା ରାଜସ୍ବ ସର୍କଲ ଅଧୀନ ଗୋବର୍ଦ୍ଧନ ପୁର ମୌଜାର ସ୍ବର୍ଗତ ବାବୁଲା ନାୟକ ଓରଫ ଏକାଦଶୀ ନାୟକ ନାମରେ ନାମ ଜନିତ ତୃଟି କୁ ନେଇ ଏକ ସତ୍ୟ ପାଠ କରାଯାଇଥିଲା । ଏଥିରେ ବାବୁଲଙ୍କ ଦୁଇ ଝିଅ ସ୍ବପ୍ନା ନାୟକ ଓ ଯୋତ୍ସନା ନାୟକ ଆବେଦନ କାରୀ ଥିଲେ । ତହସିଲ ଓକିଲ ପୁରୁଷୋତ୍ତମ ସୁବୁଦ୍ଧି ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଭିତରେ ତହସିଲଦାର ନିବେଦିତା ପରିଡ଼ାଙ୍କ ନିକଟରେ ସମିସମା ସଂକ୍ରାନ୍ତରେ ସତ୍ୟପାଠ ପ୍ରମାଣ ପତ୍ର ଦାଖଲ କରିବା ସମୟରେ ମୃତକଙ୍କ ନାମକୁ ନେଇ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ .... କେବେ ସରିବ 3199 ସ୍କୁଲରେ ସ୍ମାର୍ଟବୋର୍ଡ ଇନଷ୍ଟଲେସନ ? 2 ବର୍ଷରେ କାମ ସରିନି, ମେଣ୍ଟେନାନ୍ସରେ ବି ଲୁଟ୍‌ !

ଏହା ପରେ ତହସିଲଦାର ନିବେଦିତା ପରିଡା ଓକିଲ ପୁରୁଷୋତ୍ତମ ସୁବୁଦ୍ଧିଙ୍କୁ ଧମକ ଚମକ ଦେଇ ଅଫିସରୁ ବାହାରି ଯିବାପାଇଁ କହିଥିଲେ ଏବଂ ଓକିଲଙ୍କ ନାମରେ ବୋଲଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀଣୀ ସ୍ନିଗ୍ଧାମୟୀ ବରାଳ ତାଙ୍କୁ ଧରି ନେଇ ଥାନାରେ ଅଟକ ରଖିଥିଲେ । ଏହି ଘଟଣାକୁ ନେଇ ବୋଲଗଡ଼ ଓକିଲ ସଂଘ ପକ୍ଷରୁ ତହସିଲଦାର ଓକିଲ ମାନଙ୍କୁ ଦୁର୍ବ୍ୟବହାର , ଗାଳି କରିବା ଓ ଧମକ ଚମକ ଅଭିଯୋଗ କରିବାକୁ ନେଇ ବୋଲଗଡ଼ ଥାନାରେ ପାଲଟା ଅଭିଯୋଗ କରିଛନ୍ତି ।

ଉଭୟ ଅଭିଯୋଗକୁ ଥାନା ଅଧିକାରିଣୀ ସ୍ନିଗ୍ଧାମୟୀ ବରାଳ ଗ୍ରହଣ କରି ତଦନ୍ତ ଜାରି ରଖିଛନ୍ତି । ଘଟଣା ସମ୍ପର୍କରେ ଓକିଲ ପୁରୁଷୋତ୍ତମ ସୁବୁଦ୍ଧି ବୋଲଗଡ଼ ତହସିଲ ଓ ସବରେଜିଷ୍ଟାର କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କୁ ଶୋଷଣ କରାଯାଉଥିବା ସଙ୍ଗୀନ ଅଭିଯୋଗ କରିଛନ୍ତି । ସେପଟେ ବୋଲଗଡ଼ ତହସିଲଦାର ନିବେଦିତା ପରିଡାଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.