ETV Bharat / state

ମିଳୁନି ପଥର: ମୁଣ୍ଡରେ ହାତ ଦେଇ ବସିଛନ୍ତି ଶିଳ୍ପୀ - ପଥରରେ ଜୀବନ୍ତ ପ୍ରତିମା

ପଥର କାରୁକାର୍ଯ୍ୟ ପାଇଁ ଓଡିଶାର ଶିଳ୍ପୀମାନେ ବିଶ୍ବ ପ୍ରସିଦ୍ଧ । ଶିଳ୍ପୀର ନିହଣ ମୁନରେ ଗଢିଉଠେ ଅଲୋଡ଼ା ପଥରରେ ଜୀବନ୍ତ ପ୍ରତିମା । ମାତ୍ର କଞ୍ଚାମାଲ ଅଭାବରୁ ପଥର ଶିଳ୍ପୀମାନେ ହାତ ବାନ୍ଧି ବସିଛନ୍ତି। ଅଧିକ ଖବର ପଢନ୍ତୁ...

ଶିଳ୍ପୀକୁ ଘାରିଛି ପଥର ଚିନ୍ତା
ଶିଳ୍ପୀକୁ ଘାରିଛି ପଥର ଚିନ୍ତା
author img

By

Published : Dec 14, 2019, 1:38 PM IST

Updated : Dec 14, 2019, 4:42 PM IST

ଖୋର୍ଦ୍ଧା: ପଥର କାରୁକାର୍ଯ୍ୟ ପାଇଁ ଓଡିଶାର ଶିଳ୍ପୀମାନେ ବିଶ୍ବ ପ୍ରସିଦ୍ଧ । ଶିଳ୍ପୀର ନିହଣ ମୁନରେ ଗଢିଉଠେ ଅଲୋଡ଼ା ପଥରରେ ଜୀବନ୍ତ ପ୍ରତିମା । ମାତ୍ର କଞ୍ଚାମାଲ ଅଭାବରୁ ପଥର ଶିଳ୍ପୀମାନେ ହାତ ବାନ୍ଧି ବସିଛନ୍ତି। ଏହାର ସ୍ପଷ୍ଟ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାରେ ଥିବା ପଥର ଶିଳ୍ପୀଙ୍କ କ୍ଷେତ୍ରରେ । ପଥର ଅଭାବ ପ୍ରଭାବିତ କରିଛି ତାଙ୍କ ଜୀବନ ଜୀବିକା ଉପରେ ।

ନରଣଗଡ଼ ନିକଟରେ ଥିବା ବଉଳମାଳିଆ ପାହାଡ଼ରୁ ପଥର ଆଣି ଶିଳ୍ପୀମାନେ ପଥରରେ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ କରି ମୂର୍ତ୍ତିକୁ ଦେଇଥାନ୍ତି ଜୀବନ୍ତ ରୂପ । ମାତ୍ର ବିଡମ୍ବନାର ବିଷୟ 6 ବର୍ଷ ହେବ ଠିକ ଭାବେ ପଥର ନ ମିଳିବାରୁ ଜିଲ୍ଲାର ଶିଳ୍ପୀମାନେ ଏବେ ହାତବାନ୍ଧି ବସିଛନ୍ତି । ଏ ହେଉଛି ପଥର ଶିଳ୍ପୀ କଳ୍ପତରୁ ପଣ୍ଡାଙ୍କ ମିଲନ ପଥର ଶିଳ୍ପ କେନ୍ଦ୍ର । ପଥରରେ ସୂକ୍ଷ୍ମ କାରୁକାର୍ଯ୍ୟ କରିବାରେ ମାହିର ଶିଳ୍ପୀ ଏବେ କଞ୍ଚାମାଲ ଅଭାବରୁ ହାତବାନ୍ଧି ବସିଛନ୍ତି । ଫଳରେ ରୋଜଗାର ନକରି ନିଜର ପେଶାକୁ ଛାଡି ଦାଦନ ଖଟିବାକୁ ସ୍ଥିର କରିଛନ୍ତି ।

ମିଳୁନି ପଥର: ଚିନ୍ତାରେ ଶିଳ୍ପୀ

ବଉଳମାଳିଆ ପଥରରେ ଶିଳ୍ପୀମାନେ ନିଖୁଣ କାରୁକାର୍ଯ୍ୟ କରି ସୁନ୍ଦର ମୂର୍ତ୍ତି ପ୍ରସ୍ତୁତ କରିଥାନ୍ତି । ମାତ୍ର ପଥର ଅଭାବ ପରେ ସରକାର ଏମାନଙ୍କୁ ପଥର ଯୋଗାଇବା ଜରୁରୀ ହୋଇପଡିଛି । ଶିଳ୍ପୀମାନଙ୍କ କଞ୍ଚାମାଲ ପଥର ସଙ୍କଟକୁ ନେଇ କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲଙ୍କୁ ପଚାରିବାରୁ ଖୁବଶୀଘ୍ର ବଉଳମଳିଆ ପାହାଡ଼କୁ ଲିଜ ଦିଆଯାଇ ସେଥିରୁ ପଥର ସଂଗ୍ରହ କରାଯାଇ ପାରିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଶିଳ୍ପୀକୁ ଘରିଛି ପଥର ଚିନ୍ତା

ପଥର କାରୁକାର୍ଯ୍ୟ ପାଇଁ ଓଡିଶାର ଶିଳ୍ପୀମାନେ ବିଶ୍ୱ ପ୍ରସିଦ୍ଧ । ଶିଳ୍ପୀର ନିହଣ ମୁନରେ ଗଢିଉଠେ ଅଲୋଡ଼ା ପଥରରେ ଜୀବନ୍ତ ପ୍ରତିମା । ମାତ୍ର କଞ୍ଚାମାଲ ଅଭାବରୁ ପଥର ଶିଳ୍ପୀମାନେ ହାତ ବାନ୍ଧି ବସିଛନ୍ତି ଏହାର ସ୍ପଷ୍ଟ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାରେ ଥିବା ପଥର ଶିଳ୍ପୀଙ୍କ କ୍ଷେତ୍ରରେ । ପଥର ଅଭାବ ପ୍ରଭାବିତ କରିଛି ତାଙ୍କ ଜୀବନ ଜୀବିକା ଉପରେ ।

Body:Vo1- ଖୋର୍ଦ୍ଧା ନରଣଗଡ଼ ନିକଟରେ ଥିବା ବଉଳମାଳିଆ ପାହାଡ଼ରୁ ପଥର ଆଣି ଶିଳ୍ପୀମାନେ ପଥରରେ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ କରି ମୂର୍ତ୍ତିକୁ ଦେଇଥାନ୍ତି ଜୀବନ୍ତ ରୂପ । ମାତ୍ର ବିଡମ୍ବନାର ବିଷୟ 6 ବର୍ଷ ହେବ ଠିକ ଭାବେ ପଥର ନମିଳିବାରୁ ଖୋର୍ଦ୍ଧା ଜିଲ୍ଲାର ଶିଳ୍ପୀମାନେ ଏବେ ହାତବାନ୍ଧି ବସିଛନ୍ତି । ଏହାର ଉଦାହରଣ ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ପଥର ଶିଳ୍ପୀ କଳ୍ପତରୁ ପଣ୍ଡାଙ୍କ ମିଲନ ପଥର ଶିଳ୍ପ କେନ୍ଦ୍ରକୁ । ଏଠାରେ ପଥର ଶିଳ୍ପୀ କଳ୍ପତରୁ ପଣ୍ଡା ପଥରରେ ସୂକ୍ଷ୍ମ କାରୁକାର୍ଯ୍ୟ କରିବାରେ ମାହୀର ମାତ୍ର କଞ୍ଚାମାଲ ଅଭାବରୁ ସେ ଏବଂ ତାଙ୍କର ସହଯୋଗୀ ମାନେ ହାତବାନ୍ଧି ବସିଛନ୍ତି । ଫଳରେ ରୋଜଗାର ନକରି ନିଜର ପେଶାକୁ ଛାଡି ଦାଦନ ଖଟିବାକୁ ସ୍ଥିର କରିଛନ୍ତି ।

ବାଇଟ1-କଳ୍ପତରୁ ପଣ୍ଡା,ପଥର ଶିଳ୍ପୀ
2-ସୁଭକାନ୍ତ ବେହେରା,ପଥର ଶିଳ୍ପୀ

Vo2- ନରଣଗଡ଼ ନିକଟରେ ଥିବା ବଉଳମାଳିଆ ପଥରରେ ଶିଳ୍ପୀମାନେ ନିଖୁଣ କାରୁକାର୍ଯ୍ୟ କରି ସୁନ୍ଦର ମୂର୍ତ୍ତି ପ୍ରସ୍ତୁତ କରିଥାନ୍ତି । ମାତ୍ର 2013 ମସିହାରୁ ପଥର ସଙ୍କଟ ଶିଳ୍ପୀଙ୍କୁ ହତାଶ କରିଛି । କଞ୍ଚାମାଲ ପଥରକୁ ନେଇ ଶିଳ୍ପୀମାନେ ବେରୋଜଗାର ହୋଇଥିବା ବେଳେ ସରକାର ଏମାନଙ୍କୁ ପଥର ଯୋଗାଇବା ଜରୁରୀ ହୋଇପଡିଛି । ଶିଳ୍ପୀମାନଙ୍କ କଞ୍ଚାମାଲ ପଥର ସଙ୍କଟକୁ ନେଇ କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସମାଲଙ୍କୁ ପଚାରିବାରୁ ଖୁବଶୀଘ୍ର ବଉଳମଳିଆ ପାହାଡ଼କୁ ଲିଜ ଦିଆଯାଇ ସେଥିରୁ ପଥର ସଂଗ୍ରହ କରାଯାଇ ପାରିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ବାଇଟ3-ଅନୀଲ ସାମଲ,ଆରଡିସି

Conclusion:Fvo-ptc

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
Last Updated : Dec 14, 2019, 4:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.