ଖୋର୍ଦ୍ଧା: ଖୋର୍ଦ୍ଧା ଅଞ୍ଚଳରେ ପୁଣି ଦେଖିବାକୁ ମିଳିଛି ମାଙ୍କଡ଼ା ପଥର ମାଫିଆଙ୍କ ଆତଙ୍କରାଜ । ସରକାରୀ ଜମି ପରେ ଏବେ ମାଙ୍କଡ଼ା ପଥର ମାଫିଆଙ୍କ ଲୋଲୁପ ଦୃଷ୍ଟି ସ୍ଥିତିବାନ ଜମି ଉପରେ । ପ୍ରତିବାଦ କଲେ ମିଳୁଛି ବମ୍, ବନ୍ଧୁକର ଧମକ ତା' ସହିତ ଜୀବନରୁ ମାରିଦେବା ପାଇଁ ଧମକ । ତା'ପୁଣି ରାଜନୈତିକ ପୃଷ୍ଟ ପୋଷକତାରେ ଥିବା ଅସାମାଜିକ ତତ୍ତ୍ବମାନଙ୍କଠାରୁ ।
ସୂଚନାନୁସାରେ, ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ନରସିଂହପ୍ରସାଦ ମୌଜାର ଖାତା ନମ୍ବର ୩୭୭/୦୬ ର ପ୍ଲଟ ନମ୍ବର ୭୬ ଓ ୧୪୭, ପ୍ଲଟ ନମ୍ବର ୧୬, ୮୯୫, ୯୩, ୯୨ ଓ ୩୦ ରୁ କିଛି ମାଙ୍କଡ଼ା ପଥର ମାଫିଆ ଜୋର ଜବରଦସ୍ତ ଖଣି ଖନନ କରି ଲକ୍ଷାଧିକ ଟଙ୍କାର ପଥର ଓ ମୋରମ ଚୋରାଇ ନେଇଛନ୍ତି । ଏନେଇ ଅଭିଯୋଗ ଆଣିଛନ୍ତି ସେହି ଗ୍ରାମର ସୁବାସିନୀ ନରେନ୍ଦ୍ର ଜିତସିଂ । ଆଜି ସେ ଏଘଟଣା ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଉପଜିଲ୍ଲାପାଳଙ୍କ ସମେତ ଏସଟିଏଫଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ