ETV Bharat / state

STFକୁ ବଡ ସଫଳତା: ବାଘ ଛାଲ ଜବତ, ଦଶପଲ୍ଲାରୁ ମିଳିଲା ବନ୍ୟପ୍ରାଣୀ ତସ୍କରି ରାଜ୍‌ - ଦଶପଲ୍ଲାରୁ ମିଳିଲା ବନ୍ୟପ୍ରାଣି ତସ୍କରି

ବନ୍ୟପ୍ରାଣୀ ତସ୍କରିରେ ଜଣକୁ ବାନ୍ଧିଲା ଏସଟିଏଫ । ଦୁଇଟି ବାଘ ଛାଲ ସହ ଗୋଟିଏ ହରିଣ ଛାଲ ଜବତ କରିଛି ଏସଟିଏଫ୍ ଟିମ । ଅଧିକ ପଢନ୍ତୁ

ଏସଟିଏଫକୁ ବଡ ସଫଳତା
ଏସଟିଏଫକୁ ବଡ ସଫଳତା
author img

By

Published : Nov 5, 2022, 1:44 PM IST

ଭୁବନେଶ୍ବର: ଏସଟିଏଫକୁ ବଡ ସଫଳତା । ବନ୍ୟପ୍ରାଣୀ ତସ୍କରି ମାମଲାରେ ଜଣକୁ ବାନ୍ଧିଲା ଏସଟିଏଫ । ନୟାଗଡ ଦଶପଲ୍ଲାରୁ ମିଳିଲା ବାଘ ଓ ହରିଣ ଛାଲ ସହ ବଜ୍ରକାପ୍ତା ଖୋଳ । ଦୁଇଟି ବାଘ ଛାଲ ସହ ଗୋଟିଏ ହରିଣ ଛାଲ ଜବତ କରିଛି ଏସଟିଏଫ୍ ଟିମ । ଏଥିସହ ବଜ୍ରକାପ୍ତା ଖୋଳ ମଧ୍ୟ ଜବତ କରାଯାଇଛି । ଜଣେ ମିଡିଲମ୍ୟାନ ଭାଗବତ ମାଝୀକୁ ଗିରଫ କରିଥିବାବେଳେ ମାଷ୍ଟରମାଇଣ୍ଡକୁ ଧରିବା ପାଇ ଯୋଜନା ଚଳାଇଛି ଏସଟିଏଫ ଟିମ ।

ତେବେ ନୟାଗଡ ଓ ଦଶପଲ୍ଲା ଅଞ୍ଚଳରେ ବୋଧଡକ ଚାଲିଛି ବାଘଛାଲ କାରବାର । 2020ରୁ ଏଯାବତ 30ଟି ବାଘ ଛାଲ ଜବତ କରାଯାଇଥିବା ସୂଚନା । ଏନେଇ ବନ୍ୟପ୍ରାଣୀ ତସ୍କରି ମାମଲାକୁ ଧରପଗଡ ଜୋରଦାର କରୁଥିବା ବେଳେ ତଥାପି କମୁନି ଶିକାର ଓ ବେପାର । ଏସଟିଏଫର ସୁଚନା ମୁତାବକ ବିଗତ ଦୁଇ ବର୍ଷରେ ୩୦ଟି ବାଘ ଛାଲ, ୨୪ଟି ହାତି ଦାନ୍ତ, ୮ଟି ହରିଣ ଛାଲ ସହ ୧୪ଟି ଜିବନ୍ତ ବଜ୍ରକାପ୍ତା ଜବତ କରାଯାଇଛି । ଏଥିସହ ୩୦କେଜିରୁ ଉର୍ଦ୍ଧ୍ବ ବଜ୍ରକାପ୍ତା ଛାଲି ସହ ୭୦ଜଣରୁ ଉର୍ଦ୍ଧ୍ବ ବନ୍ୟପ୍ରାଣୀ ତସ୍କରିଙ୍କୁ ଗିରଫ କରିଛି ଏସଟିଏଫ୍ ଟିମ । ତେବେ ଏମାନଙ୍କ ମଧ୍ୟରେ କେବଳ ମିଡିଲମ୍ୟାନ ଶିକାରି ଓ ବେପାରି ଧରାପଡୁଥିବା ବେଳେ ଧରାପଡୁନି ଏହିସବୁ ଚୋରାଚାଲାଣର ଗଳାବାଟ। ଯାହା ଏବେ ଅବାଧ ଶିକାର‌ପାଇଁ ଚିନ୍ତା ଜନକ ହୋଇଛି ରାଜ୍ୟର ଜଙ୍ଗଲ ସୁରକ୍ଷା ।

ଦେଶ ବାହାରେ ବନ୍ ପ୍ରାଣି ଅଙ୍ଗର ଡିମାଣ୍ଡ ଯୋଗୁଁ ଏଭଳି ଶିକାର ପାଇଁ ସାହାସ କରୁଛନ୍ତି ଶିକାରି । ବାଘ ଛାଲ, ହାତିଦାନ୍ତ, ହରିଣଛାଲ ଭଳି ବନ୍ୟପ୍ରାଣି ଅଙ୍ଗ ତସ୍କରି କରି ମାଲମାଲ ହେଉଛନ୍ତି ବେପରି ଓ ଶିକାରି । ଦଲାଲଙ୍କ ଜରିଆରେ ଅବାଧରେ ଡିଲ କରି ଜଙ୍ଗଲିଜନ୍ତୁ ତସ୍କରି କରୁଛନ୍ତି ମାଫିଆ । ହେଲେ ବନ ବିଭାଗ ସବୁ ଦେଖି ବି କାଭା ଧରୁଛନ୍ତି ଏଭଳି ଅପରାଧ । ମାତ୍ର ହାତଗଣତି ଏସଟିଏଫ୍ ହାତରେ କେତେ ବେଳେ ଧରାପଡୁଛନ୍ତି ମିଡିଲମ୍ୟାନ ତ ଶିକାରି ଓ ବେପରି।ହେଲେ ଏହା ପଛର‌ ଇଣ୍ଟରଷ୍ଟେଟ ଓ ଇଣ୍ଟରନାସନାଲ ଲିଙ୍କର ସୁରାକ ମିଳୁନାହିଁ ।

ଏହା ମଧ୍ୟ ପଢନ୍ତୁ: Jio download speed: ଏହି ସହରରେ ଏୟାରଟେଲ୍ ଅପେକ୍ଷା Jio 5G ସ୍ପିଡ୍‌ ଅଧିକ

ଏନେଇ ପୂର୍ବରୁ ବନ୍ୟଜନ୍ତୁ(Wild Life) ପିସିସିଏଫ ଶଶୀ ପଲ କହିଥିଲେ, "ହାତି ବାଘ ପରି କଲରାପତରିଆକୁ ମଧ୍ୟ ସୁରକ୍ଷା ଦିଆଯିବ । ଏନେଇ ଯେଉଁଠାରେ ଅଧିକ କଲରାପତାରିଆ ବାଘ ଅଛନ୍ତି ସେଠାରେ ମନିଟରିଂ କରାଯିବ । ଏଥିପାଇ ଷ୍ଟାଫଙ୍କୁ ଟ୍ରେନିଂ ଦିଆଯିବ ଏବଂ କ୍ୟାମେରା ଟ୍ରାପ କରାଯାଇ ମନିଟର କରାଯିବ ।ଏନେଇ ୧୦ଟି ଜୋନଲ ଟିମ ଗଠନ କରାଯାଇଛି ।"

ରାଜ୍ୟର ଦେବଗଡ, ବଲାଙ୍ଗିର, ଅନୁଗୁଳ, କେଉଁଝର, ପୁରୀ, ଖୋର୍ଦ୍ଧା, ନୟାଗଡ, ବୌଦ୍ଧ, ମୟୂରଭଞ୍ଜ, ରାୟଗଡା, ସମ୍ବଲପୁର, ଅନୁଗୋଳ, ସୋନପୁର ଭଳି ଜିଲ୍ଲାରେ ଅବାଧରେ ଏପରି ଜଙ୍ଗଲି ରାଜ ଚାଲିଛି । ଫଳରେ ଏଭଳି ନିରିହ ବନ୍ୟପ୍ରାଣୀଙ୍କ ସଂଖ୍ୟା କମିବାରେ ଲାଗିଛି । ଏଭଳି ସ୍ଥିତିରେ ସାମୂହିକ ଭାବେ ରାଜ୍ୟର ସ୍ବାର୍ଥ ଦୃଷ୍ଟିରେ ଏ ଦିଗରେ ମିଳିତ କାମ କରିବା ଅତ୍ୟନ୍ତ ଜରୁରି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.