ETV Bharat / state

କୋଭିଡ କଟକଣାରେ ଖୋଲିଲା ରାଜ୍ୟର ପ୍ରଥମ ସଂଗ୍ରହାଳୟ

author img

By

Published : Dec 18, 2020, 3:37 PM IST

Updated : Dec 18, 2020, 4:12 PM IST

ଦୀର୍ଘ 9 ମାସର ବ୍ୟବଧାନ ପରେ ଶୁକ୍ରବାର ରାଜ୍ୟର ସମସ୍ତ ସଂଗ୍ରହାଳୟ ମଧ୍ୟରୁ ପ୍ରଥମ ଭାବେ ରାଜ୍ୟ ଜନଜାତି ସଂଗ୍ରହାଳୟ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ଅଧିକ ପଢନ୍ତୁ...

Odisha state tribal museum first opened in Odisha under Corona guideline
କୋଭିଡ କଟକଣାରେ ଖୋଲିଲା ରାଜ୍ୟର ପ୍ରଥମ ସଂଗ୍ରହାଳୟ

ଭୁବନେଶ୍ବର: ଦୀର୍ଘ 9 ମାସର ବ୍ୟବଧାନ ପରେ ଶୁକ୍ରବାର ରାଜ୍ୟ ଜନଜାତି ସଂଗ୍ରହାଳୟ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । କୋରୋନା ମହାମାରୀ ଯୋଗୁଁ ସାରା ରାଜ୍ୟରେ ବନ୍ଦ ହୋଇଯାଇଥିବା ସଂଗ୍ରହାଳୟ ମଧ୍ୟରୁ ଏହା ପ୍ରଥମ ଭାବେ କଡା କୋଭିଡ କଟକଣାକୁ ଅନୁପାଳନ କରି ଖୋଲାଯାଇଛି ।

ସକାଳ 10 ଟାରୁ ସନ୍ଧ୍ୟା ସାଢ଼େ 5ଟା ପର୍ଯ୍ୟନ୍ତ ଏହା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ବୋଲି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଶନିବାର ଓ ରବିବାର ଛୁଟି ଦିନ ବ୍ୟତୀତ ଏହା ଅନ୍ୟଦିନ ଖୋଲା ରହିବା । ତେବେ ରାଜ୍ୟରେ ଏବେ ମଧ୍ୟ କୋରୋନାର ପ୍ରଭାବ କମି ନଥିବାରୁ ଏଠାକୁ ଆସୁଥିବା ଦର୍ଶକଙ୍କ ପାଇଁ କଡା ନିୟମ ଜାରି କରାଯାଇଛି ।

ସଂଗ୍ରହାଳୟକୁ 10 ବର୍ଷରୁ କମ୍‌ ଓ 65 ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ନ ଆସିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହିତ ଭିତରକୁ ଏକ ସମୟରେ 10 ଜଣ ପର୍ଯ୍ୟଟକ ପ୍ରବେଶ କରିପାରିବେ ବୋଲି ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ଼ଃ ଅଖିଳ ବିହାରୀ ଓତ୍ତା ପ୍ରକାଶ କରିଛନ୍ତି। ପ୍ରବେଶ ପୂର୍ବରୁ ଗେଟରେ ତାପମାତ୍ରା, ସାନିଟାଇଜରର ବ୍ୟବସ୍ଥା ସହ ମାସ୍କ ପିନ୍ଧିବା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଥିବା ସେ କହିଛନ୍ତି ।

ତେବେ ସଂଗ୍ରହାଳୟ ବହୁତ ଦିନ ଧରି ବନ୍ଦ ଥିବାରୁ ଏହାର ପରିସରକୁ ଯାଞ୍ଚ କରାଯାଇ ମରାମତି କାର୍ଯ୍ୟ କରାଯିବା ସହ ବିଭିନ୍ନ ପ୍ରକାର ଚିତ୍ର, ଫୁଲ ଓ ଝୋଟି ମାଧ୍ୟମରେ ସଂଗ୍ରହାଳୟକୁ ସଜ୍ଜା ଯାଇଛି । ଆଦିବାସୀମାନଙ୍କର ବେଶ, ପୋଷାକ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଦିକୁ ନେଇ ବିଭିନ୍ନ ବିଭାଗରେ ତାହାର ପ୍ରଦର୍ଶନର ବ୍ୟବସ୍ଥା ମଧ୍ୟ ହୋଇଥିବା ସଂଗ୍ରହାଳୟର କ୍ୟୁରେଟର ପୁରୁଷୋତ୍ତମ ପଟ୍ଟନାୟକ ସୂଚନା ଦେଇଛନ୍ତି । ଶୁକ୍ରବାର ସକାଳୁ ସଂଗ୍ରହାଳୟ ଖୋଲିଥିଲେ ମଧ୍ୟ କାର୍ଯ୍ୟ ଦିବସ ଥିବା ହେତୁ ଅପରାହ୍ନ 12ଟା ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକ ଏଠାକୁ ଆସିନଥିବା ଦେଖାଯାଇଛି । ତେବେ ଲୋକଙ୍କ ନିକଟରେ ଖବର ପହଞ୍ଚିବା ପରେ କ୍ରମଶଃ ସେମାନଙ୍କର ଆଗମନ ହେବ ବୋଲି ନିର୍ଦ୍ଦେଶକ ଡ଼ଃ ଓତ୍ତା ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Dec 18, 2020, 4:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.