ETV Bharat / state

ପ୍ରଳୟ ପରେ ବିପର୍ଯ୍ୟସ୍ତ ପୁରୀ ପର୍ଯ୍ୟଟନ, ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ

ବାତ୍ୟା ଫନି ରାଜ୍ୟର ରାଜସ୍ବକୁ ଯେତିକି କ୍ଷତି କରିଛି ତା’ଠୁ ଅଧିକ ପରିମାଣର ହାନି ପହଁଚାଇଛି ପର୍ଯ୍ୟଟନ ଶିଳ୍ପକୁ । ବିଶେଷ କରି ପୁରୀ, ଗଜପତି ଭଳି ଜିଲ୍ଲାର ପର୍ଯ୍ୟଟନ ଭିତ୍ତିଭୂମିକୁ ଜୋରଦାର ଧକ୍କା ଲାଗିଛି । ଫନି ଯୋଗୁଁ ପ୍ରାୟ 20 କୋଟି ଟଙ୍କାର ପର୍ଯ୍ୟଟନ ଶିଳ୍ପ ନଷ୍ଟ ହୋଇଥିବା କହିଛନ୍ତି ରାଜ୍ୟ ସରକାର ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 10, 2019, 6:55 PM IST

ଭୁବନେଶ୍ବର: ବାତ୍ୟା ଫନି ରାଜ୍ୟ ରାଜସ୍ବରେ ଯେତିକି ପ୍ରଭାବ ପକାଇଛି ତାଠୁ ଅଧିକ ପରିମାଣରେ ପର୍ଯ୍ୟଟନ ଶିଳ୍ପକୁ କ୍ଷତି କରିଛି । ବିଶେଷ କରି ପୁରୀ, ଗଜପତି ଭଳି ଜିଲ୍ଲାର ପର୍ଯ୍ୟଟନ ଭିତ୍ତିଭୂମିକୁ ଜୋରଦାର ଧକ୍କା ଲାଗିଛି । ଫନି ଯୋଗୁଁ ପ୍ରାୟ 20 କୋଟି ମୂଲ୍ୟର ପର୍ଯ୍ୟଟନ ଶିଳ୍ପ ନଷ୍ଟ ହୋଇଥିବା କହିଛନ୍ତି ରାଜ୍ୟ ସରକାର ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର

ବିଭାଗ ପକ୍ଷରୁ ଥିବା ପାନ୍ଥ ନିବାସ, ପର୍ଯ୍ୟଟନସ୍ଥଳୀ ଗୁଡିକରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ହୋଇଥିବା ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ଭୁଶୁଡ଼ି ଯାଇଛି । ପ୍ରତ୍ୟକ୍ଷ ଭାବରେ ଏହି କ୍ଷୟକ୍ଷତିର ପରିମାଣ 20 କୋଟି ରହିଛି । ତେବେ ଫନି ଯୋଗୁଁ ପ୍ରାୟ 25 ହଜାର ପର୍ଯ୍ୟଟକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ପର୍ଯ୍ୟଟକ କରିଥିବା ବୁକିଂ ଗୁଡିକ ବାତିଲ ହୋଇଛି ।

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ବିଦେଶୀ ପର୍ଯ୍ୟଟକ ହୋଟେଲ ମାନଙ୍କରେ କରିଥିବା ବୁକିଂ ଗୁଡି଼କୁ ମଧ୍ୟ ବାତିଲ୍ କରି ଦେଇଛନ୍ତି । ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇପଡିଛି ପୁରୀ । ଶ୍ରୀକ୍ଷେତ୍ର ଧାମ ହୋଇପଡ଼ିଛି ଶ୍ରୀହିନ । ପୁରୀରେ ଥିବା ଅନେକ ପର୍ଯଟନ ସ୍ଥଳୀଗୁଡିକ ଅବ୍ୟବସ୍ଥା ମଧ୍ୟରେ ପଡିରହିଛି । ଏସବୁକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ମାନେ ଆସିବାକୁ ଆଗ୍ରହ ପ୍ରକାଶ କରିୁନାହାଁନ୍ତି । ପୁରୀରେ ହୋଇଥିବା କ୍ଷତିକୁ ଯଦି ଆକଳନକୁ ନିଆଯାଏ ତେବେ ଏହି କ୍ଷତି ଭରଣା 30 କୋଟି ହେବା ନେଇ ଆଶଙ୍କା ରହିଛି ।

ସେହିପରି ସାହିତ୍ୟ ଓ ସଂସ୍କୃତି ବିଭାଗର ମଧ୍ୟ ଅନେକ କ୍ଷୟକ୍ଷତି ହୋଇଛି । ରାଜ୍ୟ ସଂଗ୍ରହାଳୟ, ଲଳିତ କଳା ଏକାଡେମୀ, ସଙ୍ଗୀତ ମହାବିଦ୍ୟାଳୟ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଭଳି ଅନୁଷ୍ଠାନର ଅନେକ କିଛି କ୍ଷତି ଘଟିଛି । ଏହି ସବୁ ପର୍ଯ୍ୟଟନ ଭିତ୍ତିଭୂମିର କ୍ଷତିକୁ ନେଇ ସ୍ଥିତିର ସମୀକ୍ଷା କରିଛନ୍ତି ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

ଭୁବନେଶ୍ବରରୁ ଜ୍ଞାନଦର୍ଶି ସାହୁ, ଇଟିଭି ଭାରତ

Intro:Body:

BREAKING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.