ETV Bharat / state

ଯୁଦ୍ଧକାଳୀନ ଭିତ୍ତିରେ ଫସଲ ବୀମା ପ୍ରଦାନ ପାଇଁ ଦୃଢ ଦାବି କଲେ ଯୋଗାଣ ମନ୍ତ୍ରୀ

author img

By

Published : Nov 9, 2022, 10:06 PM IST

ଫସଲ ବୀମା ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛି । ଏହା ନକରି ଯୁଦ୍ଧକାଳୀନ ଭିତ୍ତିରେ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରୁ । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ଦାବି କରିଛନ୍ତି । ନୂଆଦିଲ୍ଲୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ସାକ୍ଷାତ କରି ଦୃଢ଼ ଦାବି କରିଛନ୍ତି ଅତନୁ । ଅଧିକ ପଢନ୍ତୁ

ଯୁଦ୍ଧକାଳୀନ ଭିତ୍ତିରେ ଫସଲ ବୀମା ପ୍ରଦାନ ପାଇଁ ଦୃଢ ଦାବି କଲେ ଯୋଗାଣ ମନ୍ତ୍ରୀ
ଯୁଦ୍ଧକାଳୀନ ଭିତ୍ତିରେ ଫସଲ ବୀମା ପ୍ରଦାନ ପାଇଁ ଦୃଢ ଦାବି କଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ଫସଲ ବୀମା ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଏହା ନକରି ଯୁଦ୍ଧକାଳୀନ ଭିତ୍ତିରେ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରୁ । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ଦାବି କରିଛନ୍ତି । ନୂଆଦିଲ୍ଲୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ସାକ୍ଷାତ କରି ଦୃଢ଼ ଦାବି କରିଛନ୍ତି ଅତନୁ ।

ଯୋଗଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ଚାଷୀଙ୍କ କଲ୍ୟାଣ ପାଇଁ ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମେତ କେନ୍ଦ୍ରୀୟ କ୍ଷେତ୍ର ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରୁଛନ୍ତି । ଓଡ଼ିଶା ଏକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରାଜ୍ୟର ଚାଷୀମାନଙ୍କ ପାଇଁ ବିପଦ ହ୍ରାସ କରିବାର ଏକ ପ୍ରମୁଖ ଯୋଜନା । ଏନ୍‌ଡିଆରଏଫ/ଏସଡିଆରଏଫ ନିୟମ ଅନୁଯାୟୀ ସହାୟତା ପ୍ରଦାନ କରାଯାଉଛି । ୨୦୧୬ ମସିହାରୁ ରାଜ୍ୟ ସରକାର ଏହି ଯୋଜନାକୁ ନିଷ୍ଠାପର ଭାବେ କାର୍ଯ୍ୟକାରୀ କରୁଛନ୍ତି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ବୈଷୟିକ ହସ୍ତକ୍ଷେପ ଗ୍ରହଣ କରାଯାଉଛି । ପ୍ରିମିୟମ ସବସିଡିର କ୍ରମବର୍ଦ୍ଧିଷ୍ଣୁ ଭାର ସତ୍ତ୍ଵେ ବୀମା କମ୍ପାନୀ ଗୁଡ଼ିକୁ ପ୍ରିମିୟମ ସବସିଡି ଅର୍ଥରାଶି ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାର ସବୁବେଳେ ନିର୍ଦ୍ଧାରିତ ସମୟସୀମାକୁ ମାନି ଆସିଛନ୍ତି ।

୨୦୨୧ ଖରିଫ ଋତୁରେ ବୀମା କମ୍ପାନୀଗୁଡ଼ିକ ୨୬୩ଟି ବୀମା ୟୁନିଟରେ (ଗ୍ରାମ ପଞ୍ଚାୟତ/ସହରାଞ୍ଚଳ ସ୍ଥାନୀୟ ସଂସ୍ଥା) ଫସଲ କଟା ଉପରେ ଆପତ୍ତି ଉଠାଇଥିଲେ । ଚାଷୀଙ୍କ ବୀମା ଦାବିକୁ ଅଟକାଇ ରଖିଲେ । ରାଜ୍ୟସ୍ତରୀୟ କମିଟିର ହସ୍ତକ୍ଷେପ ପରେ କେବଳ ୩୮ଟି ବୀମା ୟୁନିଟ ପାଇଁ ବୀମା ରାଶି ମଞ୍ଜୁର ହୋଇଥିଲା । ଯଦିଓ ରାଜ୍ୟ ସରକାର ସମସ୍ତ ବୀମା ୟୁନିଟ ସମ୍ବନ୍ଧୀୟ ମାମଲାର ବିସ୍ତୃତ ବିଶ୍ଳେଷଣ କରିଥିଲେ । ଅବଶିଷ୍ଟ ୨୨୫ଟି ବୀମା ୟୁନିଟ ସମ୍ବନ୍ଧୀୟ ବୀମା ରାଶି ପ୍ରଦାନକୁ ଅଟକାଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ ବୈଷୟିକ ପରାମର୍ଶଦାତା କମିଟିକୁ ଲେଖିଥିଲେ । ଏହି ୨୨୫ଟି ମାମଲା ମଧ୍ୟରୁ ବୈଷୟିକ ପରାମର୍ଶଦାତା କମିଟି ୧୮୯ଟି ମାମଲାର ଶୁଣାଣି ନଭେମ୍ବର ୩ ତାରିଖ ଦିନ କରିଛି । ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ବୈଠକରେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ରାଜ୍ୟର ଅନେକ ଚାଷୀଙ୍କ ସମସ୍ୟାର ସମାଧାନ କରୁନାହିଁ ।

ଫସଲ ବୀମା କମ୍ପାନୀର ମନମାନିକୁ କେନ୍ଦ୍ର ସରକାର ଗ୍ରହଣ କରିବା କ୍ଷୋଭର ବିଷୟ ବୋଲି ମନ୍ତ୍ରୀ ଆଲୋଚନା ସମୟରେ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଛନ୍ତି । ବୀମା ରାଶି ପାଇବାରେ ଅହେତୁକ ବିଳମ୍ବ ଚାଷୀମାନଙ୍କ ଚାଷକାର୍ଯ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । କୋଭିଡ ମହାମାରୀର ଆର୍ଥିକ ଦୁରବସ୍ଥାରୁ ମୁକୁଳିବା ପାଇଁ ପ୍ରୟାସ କରୁଥିବାବେଳେ ବୀମା କମ୍ପାନୀମାନଙ୍କ ଏତାଦୃଶ ଚାଷୀ ବିରୋଧୀ ପଦକ୍ଷେପ ଅନେକ ଜିଲ୍ଲାରେ କ୍ରମାଗତ ଭାବେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି । ୨୦୨୨ ଖରିଫ ସମୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ଚାଷୀମାନଙ୍କ ପଞ୍ଜିକରଣ ସଂଖ୍ୟାରେ ହ୍ରାସ ଘଟିଛି । ଖରିଫ ୨୦୨୧ ସମୟରେ ୧୦ ଲକ୍ଷ ୫୦ ହଜାର ହେକ୍ଟର ଚାଷ ଜମି ପାଇଁ ୧୨ ଲକ୍ଷ ୨୯ ହଜାର ଚାଷୀ ନାମ ପଞ୍ଜିକୃତ କରିଥିବାବେଳେ ୨୦୨୨ ଖରିଫ ସମୟରେ ୯ ଲକ୍ଷ ୫୮ ହଜାର ଚାଷ ଜମି ପାଇଁ ୧୧ ଲକ୍ଷ ୪୯ ହଜାର ଚାଷୀ ନାମ ପଞ୍ଜିକରଣ କରିଛନ୍ତି । ବୈଷୟିକ ପରାମର୍ଶଦାତା କମିଟି ବୈଠକରେ ଅଂଶଗ୍ରହଣ କରି ରାଜ୍ୟ ସରକାର ମହଲାନୋବିସ ଜାତୀୟ ଶସ୍ୟ ଅମଳ ପୂର୍ବାନୁମାନ କେନ୍ଦ୍ର ଦ୍ଵାରା ଗ୍ରହଣ କରାଯାଇଥିବା ଅମଳର ଆକଳନ ପଦ୍ଧତି ସମ୍ବନ୍ଧରେ ନିର୍ଦ୍ଦିଷ୍ଟ କିଛି ପ୍ରସ୍ତାବ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଦୃଷ୍ଟିକୋଣକୁ ବିଚାର କରି ରାଜ୍ୟର ଚାଷୀମାନଙ୍କ ବୀମା ରାଶି ତୁରନ୍ତ ପ୍ରଦାନ କରିବାକୁ ବୈଷୟିକ ପରାମର୍ଶଦାତା କମିଟିକୁ ନିର୍ଦ୍ଦେଶ ଦେବାକୁ ରାଜ୍ୟ ସମବାୟ ମନ୍ତ୍ରୀ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଜଣାଇଛନ୍ତି । ତୋମାରଙ୍କୁ ସାକ୍ଷାତ କରି ଦୃଢ଼ ଦାବି ସାକ୍ଷାତ ଆଲୋଚନା ସମୟରେ ରାଜ୍ୟ ସମବାୟ ମନ୍ତ୍ରୀଙ୍କ ସହ ସମବାୟ ସଚିବ ସଂଜୀବ ଚଢା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.