ETV Bharat / state

NSS ସ୍ବେଚ୍ଛାସେବୀଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗ ଗର୍ବିତ, ସେବା ଆଗରେ ପୁରସ୍କାର ଏକ ଛୋଟ ପ୍ରୟାସ

author img

By ETV Bharat Odisha Team

Published : Nov 25, 2023, 1:43 PM IST

ରାଜ୍ୟରେ ଏନଏସଏସ (NSS) ପୁରସ୍କାର ବିତରଣ ଉତ୍ସବ ଆୟୋଜିତ । ବାହାନାଗା ବିପତ୍ତି ସମୟରେ ଏନଏସଏସ (NSS)ର ଯୁବକ ଯୁବତୀ ମାନଙ୍କୁ ମଣିଷ ଆମ୍ବୁଲାନ୍ସର ଆଖ୍ୟା ଦିଆଯାଇଥିଲା । ନୂଆ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଆଜିର ନୂଆ ଓଡ଼ିଶାର ରୂପାନ୍ତରିତ ଶିକ୍ଷା ବ୍ୟବସ୍ଥା ଆଗକୁ ପଢ଼ନ୍ତୁ,

NSS ପୁରସ୍କାର ବିତରଣ
NSS ପୁରସ୍କାର ବିତରଣ
NSS ପୁରସ୍କାର ବିତରଣ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ରାଜ୍ୟ ଏନଏସଏସର(NSS) ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏନଏସଏସ (NSS) ସ୍ବେଚ୍ଛାସେବୀଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗ ଗର୍ବିତ । ବାହାନଗା ବିପତ୍ତି ସମୟରେ ଏନଏସଏସ (NSS)ର ଯୁବକ ଯୁବତୀମାନଙ୍କୁ ମଣିଷ ଆମ୍ବୁଲାନ୍ସର ଆଖ୍ୟା ଦିଆଯାଇଥିଲା । ନୂଆ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଆଜିର ନୂଆ ଓଡ଼ିଶାର ରୂପାନ୍ତରିତ ଶିକ୍ଷା ବ୍ୟବସ୍ଥା ବୋଲି କାର୍ଯ୍ୟକ୍ରମରେ ଯୋଗ ଦେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

ଉଚ୍ଚଶିକ୍ଷା, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ସମାଜ ସେବା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ବର ବିକାଶ ସାଧନ କରିବା ଜାତୀୟ ସେବା ଯୋଜନା (NSS)ର ମୂଳ ଲକ୍ଷ୍ୟ ରହିଛି । ଲୋକଙ୍କ ସେବା ହିଁ ସବୁଠାରୁ ବଡ ଧର୍ମ । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରାରମ୍ଭ କରାଯାଇଥିବା ନୂଆ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ (ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ) ନୂଆ ଓଡ଼ିଶାର ରୂପାନ୍ତରିତ ଶିକ୍ଷା ବ୍ୟବସ୍ଥା ।

ଏହା ମଧ୍ୟ ପଢ଼ନ୍ତୁ...ଜାତୀୟ ଉପକନିଷ୍ଠ ବ୍ୟାଡମିଣ୍ଟନ ପ୍ରତିଯୋଗିତା: ସରିଲା 3 ଦିନିଆ ମେଗା ଇଭେଣ୍ଟ, ବାଳିକା ଏକକ ବର୍ଗରେ ଓଡିଶାକୁ ସ୍ବର୍ଣ୍ଣ

ତେବେ ଏହି ଯୁବ ଯୋଜନାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାର ବହୁବିଧ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି । ରକ୍ତଦାନ, ବୃକ୍ଷରୋପଣ, ସ୍ୱାସ୍ଥ୍ୟ ସଚେତନତା, ସାକ୍ଷରତା, ବିପର୍ଯ୍ୟୟ ପରିଚାଳନା, ସଡ଼କ ସୁରକ୍ଷା, ନିଶା ନିବାରଣ, ସ୍ବଚ୍ଛ ଭାରତ ଅଭିଯାନ ଭଳି କାର୍ଯ୍ୟକ୍ରମ କରାଯାଉଛି । ଏହି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦ ଜଣ ସ୍ବେଚ୍ଛାସେବୀ, କାର୍ଯ୍ୟକ୍ରମ ଅଧିକାରୀ, ଏନଏସଏସ ୟୁନିଟକୁ ପୁରସ୍କାର ପ୍ରଦାନ କରାଯାଇଛି । ଏଥି ସହିତ ବାହାନଗା ଟ୍ରେନ ଦୁର୍ଘଟଣାରେ ଦୃଷ୍ଟାନ୍ତମୂଳକ ସେବା ଯୋଗାଇ ଦେଇଥିବା ବାହାନଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ AIIMS ଭୁବନେଶ୍ବର ଏନଏସଏସ ବ୍ୟୁରୋକୁ ମଧ୍ୟ ସମ୍ମାନିତ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ୨୩ଟି ବିଶ୍ବବିଦ୍ୟାଳୟରୁ ପ୍ରାୟ ୩୦୦ ଜଣ ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ । ଅନ୍ୟପଟେ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାଶ ନାୟକ କହିଛନ୍ତି, "ସମାଜସେବା ଭାବନା ମନରେ ରହିବା ଆବଶ୍ୟକ । ବ୍ୟକ୍ତିଗତ ସ୍ତରରେ କିଛି କଲେ ହିଁ ତାହା ଏକ ବିରାଟ ପରିବର୍ତ୍ତନ ଆଣିପାରିବ ।'' ଅନ୍ୟପଟେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ କହିଛନ୍ତି ଯେ, ଏନଏସଏସ ସ୍ବେଚ୍ଛାସେବୀମାନଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗ ଗର୍ବିତ । ସେମାନଙ୍କ ସ୍ବେଚ୍ଛାକୃତ ସେବା ସହ ଅନ୍ୟ କୌଣସି ଜିନିଷ ସମାନ ହୋଇପାରିବ ନାହିଁ । ସେମାନଙ୍କ ସେବା ଆଗରେ ଏହି ପୁରସ୍କାର ଏକ ଛୋଟ ପ୍ରୟାସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.