ETV Bharat / state

ଚାଷ ପାଇଁ ସହାୟକ ନାନୋ ୟୁରିଆ, କମିବ ଦାନାଦାର ବ୍ୟବହାର - ନାନୋ ୟୁରିଆ ବ୍ୟବହାର

କୃଷି ପାଇଁ ସହାୟକ ହେବ ନାନୋ ୟୁରିଆ । ଡ୍ରୋନ ସହାୟତାରେ ଚାଷୀଙ୍କୁ ଦିଆଯିବ । ଅଧିକ ପଢନ୍ତୁ

ଚାଷ ପାଇଁ ସହାୟକ ନାନୋ ୟୁରିଆ
usages of nano urea
author img

By

Published : Jun 23, 2023, 7:26 AM IST

Updated : Jun 23, 2023, 8:42 AM IST

ଭୁବନେଶ୍ବର: ଚାଷ ପାଇଁ ସହାୟକ ହେବ ନାନୋ ୟୁରିଆ । କୃଷି କାର୍ଯ୍ୟରେ ଏହାର ବ୍ୟବହାର ପାଇଁ ଡ୍ରୋନ ସହାୟତାରେ ଚାଷୀଙ୍କୁ ଦିଆଯିବ । ନାନୋ ୟୁରିଆ ବ୍ୟବହାର ଦେଶରେ ବହୁଳ ୟୁରିଆ ବ୍ୟବହାରକୁ କମାଇବାରେ ସହାୟକ ହେବ । କୃଷି କାର୍ଯ୍ୟରେ ନାନୋ ୟୁରିଆର ବ୍ୟବହାର ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି ।

ଚାଷ ପାଇଁ ସହାୟକ ନାନୋ ୟୁରିଆ
ଚାଷ ପାଇଁ ସହାୟକ ନାନୋ ୟୁରିଆ

ଚାଷ ପାଇଁ ୟୁରିଆ ଆବଶ୍ୟକ । ପୂର୍ବରରୁ ଲୋକ ଚାଷ କ୍ଷେତ୍ରରେ ରାସାୟନିକ ସାର ଅଧିକ ବ୍ୟବହାର କରୁଥିଲେ। ମାତ୍ର ସଠିକ ଭାବରେ ଏହାର ଉପଯୋଗିତା ନ କରି ଫସଲରେ ବ୍ୟବହାର ଫଳରେ ଅମଳ ବେଳେ ଚାଷୀ ନାନାଦି କ୍ଷତି ସହୁଥିବା ନଜିର ରହିଛି । ତେବେ ଫସଲର ଉପଯୁକ୍ତ ଗଠନ ଓ ବୃଦ୍ଧି ପାଇଁ ନାନୋ ୟୁରିଆ ଫସଲକୁ ଏକ ଦରକାରୀ ପୋଷକତତ୍ତ୍ଵ ଯବକ୍ଷାରଜାନ ଯୋଗାଇଥାଏ । ଏହାକୁ କିଭଳି ଚାଷୀ ବ୍ୟବହାର କରିବେ ସେ ନେଇ ପଦକ୍ଷେପ ନିଆଯିବ । ନାନୋ ୟୁରିଆକୁ ବ୍ୟବହାର ପାଇଁ ଡ୍ରୋନର ମଧ୍ୟ ସହାୟତା ଚାଷୀଙ୍କୁ ଦିଆଯିବ ବୋଲି ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ, ଇଫକୋ ଏବଂ କୃଷି ବିଭାଗ ମିଳିତ ଆନୁକୂଲରେ ଆଯୋଜିତ କର୍ମଶାଳାରେ ବିଶ୍ବ ବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଏହା କହିଛନ୍ତି ।

ଅନ୍ୟପଟେ ନାନୋ ଡିଏପି ତରଳ ହେଉଛି ଜୈବ ସଂରକ୍ଷିତ, ପରିବେଶ ଅନୁକୂଳ ବୋଲି ଆଇସିଏଆର-ଏନଆରଆରଆଇ, କଟକର ନିର୍ଦ୍ଦେଶକ ଡକ୍ଟର ଅମରେଶ କୁମାର ନାୟକ ସୂଚନା ଦେଇଛନ୍ତି । ନାନୋ ୟୁରିଆ ବ୍ୟବହାର ଦେଶରେ ବହୁଳ ୟୁରିଆ ବ୍ୟବହାରକୁ କମାଇବାରେ ସହାୟକ ହୋଇ ପାରିଛି । ନାନୋ ୟୁରିଆର ଆକାର ଏବଂ କ୍ଷେତ୍ରଫଳ କମ ହୋଇଥିବାରୁ ଏହାକୁ ପତ୍ର ସିଞ୍ଚନ କରିବା ପାଇଁ ସୁବିଧା ହୋଇଥାଏ । ତେବେ ଚାଷୀଙ୍କ ପାଖକୁ ଏହାର ଉପଯୋଗିତା ପହଞ୍ଚାଇବା ପାଇଁ ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି । ଚାଷୀ ପୂର୍ବ ଭଳି ପ୍ରଣାଳୀରୁ କିପରି ନୂତନ ପ୍ରଥାକୁ ଆପଣେଇବେ ସେ ନେଇ ନାନାଦି ବ୍ୟବସ୍ଥା ହାତକୁ ନିଆଯାଉଛି । ବିଶ୍ଵରେ ପ୍ରଥମ ଥର ପାଇଁ ଏହି ସାରକୁ ଇଫକୋ ନାନୋ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟରଠାରେ ପ୍ରସ୍ତୁତ କରାଯାଇଛି ।

ସମଗ୍ର ଭାରତରେ ଟ୍ରାଏଲ ଦ୍ଵାରା ପ୍ରମାଣିତ ହୋଇଛି ଯେ, ନାନୋ ୟୁରିଆର ବ୍ୟବହାର ଦ୍ଵାରା ଦାନାଦାର ୟୁରିଆର ବ୍ୟବହାର 50 ପ୍ରତିଶତ କମିଥାଏ । ଏଣୁ ଏହା କିପରି ମାଟିକୁ କ୍ଷତି ନ କରି ଫସଲ ଉପରେ ସିଂଚନ କରାଯାଇପାରିବ ସେ ନେଇ ଇଫକୋ ପକ୍ଷରୁ ନାନାଦି ପଦକ୍ଷେପ ନିଆଯାଉଛି । ସେହିପରି ଭାବରେ କର୍ମଶାଳାରେ ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଡିନ ପ୍ରଫେସର ପ୍ରସନଜିତ ମିଶ୍ର ଯୋଗ ଦେଇ କହିଛନ୍ତି ଯେ, ନାନୋ ୟୁରିଆର ମାର୍କେଟିଂ ସହ ଗବେଷଣା ଜାରି ରହିଛି । ଏପରିକି ନାନୋ ଡିଏପିର ସଠିକ ଉପଯୋଗୀତା ମଧ୍ୟ ଫସଲ ଅମଳରେ ସହାୟକ ହୋଇଥାଏ । ସ୍ଵଳ୍ପ ନିବେଶରେ ଫସଲର ଅମଳ ବଢିବା ଦ୍ଵାରା ଚାଷୀର ଆୟ ବଢିପାରିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 23, 2023, 8:42 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.