ETV Bharat / state

ରାଜ୍ୟସ୍ତରୀୟ ୯ମ ଜାତୀୟ ହସ୍ତତନ୍ତ ଦିବସ ପାଳନ, ବୁଣାକାରଙ୍କୁ ସମ୍ମାନିତ କରାଗଲା

author img

By

Published : Aug 7, 2023, 10:04 PM IST

ଭୁବନେଶ୍ବର ସ୍ଥିତ ଜୟଦେବ ଭବନ ଠାରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ୯ମ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି । ଆୟୋଜିତ ସମାରୋହକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ, ମନ୍ତ୍ରୀ ରିତା ସାହୁ ଉଦଘାଟନ କରିଛନ୍ତି । ଅଧିକ ପଢ଼ନ୍ତୁ

national handloom day
ଜାତୀୟ ହସ୍ତତନ୍ତ ଦିବସ

ଜାତୀୟ ହସ୍ତତନ୍ତ ଦିବସ

ଭୁବନେଶ୍ବର: ସାରା ଦେଶ ପାଳୁଛି ଜାତୀୟ ହସ୍ତତନ୍ତ ଦିବସ । ଏହି ଅବସରରେ ଜୟଦେବ ଭବନ ଠାରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ୯ମ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି । ଐତିହ୍ୟ ସମ୍ପନ୍ନ ଓ ବହୁ ପୁରାତନ ପାରମ୍ପରିକ ହସ୍ତତନ୍ତ କଳାପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ସଂସ୍କୃତି ଓ କଳା ସହିତ ବଂଶାନୁକ୍ରମେ ଜଡିତ ବୁଣାକାରଙ୍କ ସମ୍ମାନ ପାଇଁ ଏହି ଦିବସକୁ ପାଳନ କରାଯାଉଛି । ଆୟୋଜିତ ସମାରୋହକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ, ମନ୍ତ୍ରୀ ରିତା ସାହୁ ଉଦଘାଟନ କରିଛନ୍ତି । ଅଗଣିତ ବୁଣାକାରଙ୍କ ମନରେ "ସ୍ୱାଭିମାନ" ଜାଗ୍ରତ କରିବା ସଙ୍ଗେସଙ୍ଗେ ସେମାନଙ୍କ ଦ୍ୱାରା ଉତ୍ପାଦିତ ବସ୍ତ୍ରକୁ ସୁଦୂର ପ୍ରସାର କରାଇ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ।

ଦେଶରେ ଓଡ଼ିଶାର ଋଦ୍ଧିମନ୍ତ ହସ୍ତତନ୍ତ ବସ୍ତ୍ର ବିଶେଷତଃ ବାନ୍ଧବସ୍ତ୍ରର ଏକ ସ୍ୱତନ୍ତ୍ର ସ୍ଥାନ ରହିଅଛି । ସର୍ବୋପରି ହସ୍ତତନ୍ତ କ୍ଷେତ୍ର ଲକ୍ଷଲକ୍ଷ ଗ୍ରାମୀଣ ବୁଣାକାରଙ୍କୁ ଜୀବିକା ଯୋଗାଇବାରେ ସମର୍ଥ ହୋଇପାରିଛି । ଏହି ଦିବସ ଅବସରରେ ୭ ଦିନ ଧରି ହସ୍ତତନ୍ତ ସପ୍ତାହ ରାଜ୍ୟବ୍ୟାପୀ ପାଳନ କରାଯିବ । ଏହି ୭ ଦିନର କାର୍ଯ୍ୟକ୍ରମରେ ବୁଣାକାର ମାନଙ୍କୁ ମାର୍କେଟିଂ ଉପରେ ସଚେତନତା କରାଯାଇଥିବା ବେଳେ ବିଭାଗ ତରଫରୁ ଦିଆଯାଇଥିବା ସୁବିଧା ସୁଯୋଗ ଉପରେ ଆଲୋଚନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ନିରବଚ୍ଛିନ୍ନ ଭାବେ ବର୍ଷବର୍ଷ ଧରି ରାଜ୍ୟରେ ହସ୍ତତନ୍ତର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଥିବା ବୁଣାକାରଙ୍କୁ ସମ୍ମାନ ଦିଆଯାଇଛି ।

ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିକ୍ରିୟାରେ ମନ୍ତ୍ରୀ ରିତା ସାହୁ କହିଛନ୍ତି ଯେ, "ଆଜିର ଦିନ ଅବସରରେ ବୁଣାକାର ଭାଇଭଉଣୀ ମାନଙ୍କୁ ସମ୍ମାନିତ କରାଯାଇଛି । ଏହା ସେମାନଙ୍କୁ ଆହୁରି ଆଗକୁ ଯିବାକୁ ପ୍ରତ୍ସାହିତ କରିବ । ବିଭାଗର ବହୁତ ଯୋଜନା ଦ୍ୱାରା ବୁଣାକାର ଭାଇଭଉଣୀ ମାନେ ସ୍ୱାବଲମ୍ବୀ ହୋଇପାରୁଛନ୍ତି ।
ବିଶେଷ ଭାବେ ବଳିଆ ଯୋଜନାରେ ରାଜ୍ୟ ସରକାରଙ୍କ ତରଫରୁ ୫୦ ହଜାର ଟଙ୍କାର ସହାୟତା ଦିଆଯାଉଛି । ଏହାଦ୍ୱାରା କେବଳ ପୁରୁଷ ନୁହନ୍ତି ମହିଳାମାନେ ବି ଘରେ ବସି
ସ୍ୱାବଲମ୍ବୀ ହେଉଛନ୍ତି । ତେଣୁ ସେମାନଙ୍କୁ ଆହୁରି ଆଗକୁ ଯିବାକୁ ପ୍ରତ୍ସାହିତ କରିବା ସହ ସେମାନଙ୍କ ବସ୍ତ୍ରର ପ୍ରଚାର ପ୍ରସାର ପାଇଁ ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା କରିଛନ୍ତି ।" ବିଭାଗର ବହୁତ ଯୋଜନା ଦ୍ୱାରା ବୁଣାକାର ମାନେ ସ୍ୱାବଲମ୍ବୀ ହୋଇପାରୁଛନ୍ତି ବୋଲି କହିଛନ୍ତି ରିତା ସାହୁ ।

ଏହା ମଧ୍ୟ ପଢ଼ନ୍ତୁ: National Handloom Day: ସାରା ବିଶ୍ବରେ ଚମକୁଛି ଓଡ଼ିଶାର ହସ୍ତତନ୍ତ

ବର୍ଷକୁ ବୁଣାକାରମାଙ୍କ କଳାକୃତିର ପାରଦର୍ଶିତା ଓ ପରିଶ୍ରମକୁ ନେଇ ଭଲ ବ୍ୟବସାୟ କରୁଥିବା ବେଳେ ଚଳିତ ବର୍ଷ ଅଢେଇ କୋଟିରୁ ୩ କୋଟି ବ୍ୟବସାୟର ଲକ୍ଷ୍ୟ ରଖାଯାଇଥିବା ବୟନିକା ସଭାପତି କହିଛନ୍ତି । ଏହାସହ ଆଗକୁ ଆହୁରି ୫୦୦ ବୁଣାକାରଣଙ୍କୁ ବଳିଆ ଯୋଜନାରେ ସାମିଲ ପାଇଁ ଯୋଜନା କରାଯାଉଛି ବୋଲି ସେ କହିଛନ୍ତି । ଏବେବି କାରିଗର ଏବଂ ତାର ହାତବୁଣା ବସ୍ତ୍ର ବିକ୍ରି କରିବା ପାଇଁ ସଠିକ ବଜାର କି ସେତିକି ପ୍ରୋତ୍ସାହନ ମିଳୁନାହିଁ । ବୁଣାକାରଙ୍କୁ ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ କଳାକୃତି ମାଧ୍ୟମରେ ଦର୍ଶା ଯାଉଥିବା ବେଳେ ଯଦି ସରକାରଙ୍କ ଅଧିକ ପ୍ରୋତ୍ସାହନ ମିଳିପାରିବ ତେବେ ହସ୍ତତନ୍ତ କ୍ଷେତ୍ରରେ ବିକାଶ ହୋଇପାରିବ ବୋଲି ବୁଣାକାର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.