ETV Bharat / state

ଆଜିଠୁ ୩ ଦିନଆ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ - ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ

ଆଜି ଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ୩ ଦିନିଆ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ । ଏନେଇ ସୂଚନା ଦେଇଛନ୍ତି ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ । ଅଧିକ ପଢ଼ନ୍ତୁ

ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ

author img

By

Published : Apr 2, 2023, 7:30 AM IST

ରବିବାର ଠାରୁ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ

ଭୁବନେଶ୍ବର: ବିଲୁପ୍ତ ପ୍ରାୟ ଲୋକନୃତ୍ୟ ଓ ଲୋକ ସଙ୍ଗୀତର ପୁନରୁଦ୍ଧାର ଓ ପ୍ରଚାର ପ୍ରସାର ନିମନ୍ତେ ସରକାରଙ୍କ ପଦକ୍ଷେପ । ଆଜି (ଏପ୍ରିଲ ୨)ରୁ ୪ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଆୟୋଜିତ ହେବ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ । ଉତ୍କଳ ମଣ୍ଡପରେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏନେଇ ସୂଚନା ଦେଇଛନ୍ତି ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ।

ଭୁବନେଶ୍ୱର ପାନ୍ଥ ନିବାସ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କହିଛନ୍ତି, "ଆମ ରାଜ୍ୟର ବହୁବିଧ ଲୋକକଳା ଆମ ଜାତୀୟ ଜୀବନର ସମୃଦ୍ଧି ଓ ପ୍ରାଣବନ୍ତତାକୁ ବୁଝାଇଥାଏ । ଏହି ଲୋକକଳା ଗୁଡିକ ଆମର ବୈଶିଷ୍ଟ୍ୟ ଓ ପରିଚୟ । ଓଡିଆ ପ୍ରାଣରେ ତାର ପ୍ରାଚୀନ ପରମ୍ପରା ଓ ସଂସ୍କୃତି ପ୍ରତି ନିଷ୍ଠା ଓ ଆଗ୍ରହ ମଧ୍ୟ ରହିଛି । ତାହା ଓଡିଶାର ଲୋକକଳାକୁ ବଞ୍ଚାଇ ରଖିଛି । ମାତ୍ର ଆଧୁନିକ ସଭ୍ୟତାର ବିଶୃଙ୍ଖଳିତ ଧାରା ଓ ପାଶ୍ଚାତ୍ୟ ସଭ୍ୟତାର ଅବାଞ୍ଛିତ ପ୍ରବେଶ ଆମର ନିଜସ୍ୱ କଳା ଓ ସଂସ୍କୃତିକୁ ବିକୃତ କରୁଛି । ଶହ ଶହ ବର୍ଷର ଏହି ଲୋକକଳା ଧିରେ ଧିରେ ପତନାଭିମୁଖୀ ହେଉଛି ।" ତେଣୁ ଏହାକୁ ଦୃଷ୍ଟିରେ ରଖି ପାରମ୍ପରିକ ନୃତ୍ୟଗୀତ ଓ ଲୋକକଳାର ପୁନରୁଦ୍ଧାର, ବିକାଶ, ପ୍ରଚାର ଓ ପ୍ରସାର ତଥା କଳାକାରମାନଙ୍କ ଉନ୍ନତି ପାଇଁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୦୧୧ ମସିହାରୁ ଏହି ଯୋଜନାର ଶୁଭାରମ୍ଭ ହୋଇଛି ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ।

ପରବର୍ତ୍ତୀ ସମୟରେ ଲୁପ୍ତପ୍ରାୟ ପାରମ୍ପରିକ ଲୋକନୃତ୍ୟ ଓ ଲୋକସଙ୍ଗୀତର ପୁନରୁଦ୍ଧାର, ସଂରକ୍ଷଣ ଓ ପ୍ରସାର ନିମନ୍ତେ ବିଭାଗ ପକ୍ଷରୁ ରାଜ୍ୟ ତଥା ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ମାତ୍ର କୋରୋନା ମହାମାରୀ ସମୟରେ ସାମୟିକ ଭାବେ ଏହା ବନ୍ଦ ରହିଥିଲା । ତେବେ ଚଳିତ ବର୍ଷରୁ ପୁଣିଥରେ ରାଜ୍ୟସ୍ତରୀୟ ମହୋତ୍ସବ ଆୟୋଜନ କରାଯାଉଛି । ଏହା ଆଜି ଅର୍ଥାତ ଏପ୍ରିଲ ୨ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଉତ୍କଳ ମଣ୍ତପରେ ପ୍ରତିଦିନ ସନ୍ଧ୍ୟା ସାଢେ ୬ଟାରୁ ଆରମ୍ଭ ହେବ ।

ପ୍ରତ୍ୟେକ ଜିଲ୍ଲାରୁ ଗୋଟିଏ ଅର୍ଥାତ ବଛା ବଛା ୩୦ଟି ସାଂସ୍କୃତିକ ଦଳମାନଙ୍କୁ ନେଇ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ପ୍ରାୟ ୩୦୦ କଳାକାର ଯୋଗଦେବେ । ଆସନ୍ତା ୨ ତାରିଖ ଅପରାହ୍ନ ସାଢେ ୨ଟା ସମୟରେ ରାମମନ୍ଦିରରୁ ଉତ୍କଳ ମଣ୍ତପ ପର୍ଯ୍ୟନ୍ତ ସବୁ ଜିଲ୍ଲାର ସାଂସ୍କୃତିକ ଦଳମାନଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଛି । ଉକ୍ତ ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.