ETV Bharat / state

ରାଜ୍ୟସ୍ତରୀୟ ଦେବରାଜ କର ଓପନ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ

author img

By

Published : Jan 5, 2020, 11:21 PM IST

2ୟ ବାର୍ଷିକ ରାଜ୍ୟସ୍ତରୀୟ ଦେବରାଜ କର ଓପନ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ । ଭୁବନେଶ୍ବରର ସୌମ୍ୟରଞ୍ଜନ ମିଶ୍ର ଚମ୍ପିଆନ୍ ।

state
state

ଖୋର୍ଦ୍ଧା: ବୋଲଗଡ ବ୍ଳକ ଅସରଳାସ୍ଥିତ ହରିହର ବିଦ୍ୟାପୀଠରେ 2ୟ ବାର୍ଷିକ ରାଜ୍ୟସ୍ତରୀୟ ଦେବରାଜ କର ଓପନ ଚେସ୍ ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଯାଇଛି । ଅସରଳା ୟୁନିକ ଫାଉଣ୍ଡେସନ ଏବଂ ଓଡିଶା ରାଜ୍ୟ ଚେସ ଆସୋସିଏସନ ମିଳିତ ସହଯୋଗରେ ଆୟୋଜିତ ଖେଳରେ ଭୁବନେଶ୍ବରର ସୌମ୍ୟରଞ୍ଜନ ମିଶ୍ର ଚମ୍ପିଆନ୍ ହୋଇଛନ୍ତି । ସେହିପରି ଭୁବନେଶ୍ଵରର ମାନସ ରଞ୍ଜନ ପରିଡା ରନର୍ସଅପ୍ ହୋଇଥିଲେ। ଜଟଣୀର ସୀତପୱ୍ୟା ସାହୁ ତୃତୀୟ ସ୍ଥାନରେ ରହିଛନ୍ତି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା

ସପ୍ତମ ରାଉଣ୍ଡ ଖେଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଶ୍ରେଷ୍ଠ ମହିଳା ଚେସ୍ ପ୍ରତିଯୋଗୀ ଭାବେ ବ୍ରହ୍ମପୁରର ରଶ୍ମିତା ପାତ୍ର ଓ ସର୍ବକନିଷ୍ଠ ପ୍ରତିଯୋଗୀ ଭାବେ ମନିଷା ବେହେରା ଓ ସିନିୟର ଖେଳାଳି ଭାବେ ବଂଶୀଧର ଭୋଇ ମନୋନୀତ ହୋଇଥିଲେ । ଅବସରପ୍ରାପ୍ତ ପ୍ରଶାସକ ଦେବରାଜ ସେନାପତି ମୁଖ୍ୟ ଅତିଥି ଭାବେ ଖେଳକୁ ଉଦ୍‌ଘାଟନ କରିଥିଲେ । ୨୭ ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଦ୍ୱିତୀୟ ଦେବରାଜକର ମେମୋରିଆଲ ଓପନ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ

Body:ଖୋର୍ଦ୍ଧା ଜିଲା ବୋଲଗଡ ବ୍ଳକ ଅସରଳାସ୍ଥିତ ହରିହର ବିଦ୍ୟାପୀଠ ଠାରେ ଦ୍ୱିତୀୟ ବାର୍ଷିକ ରାଜ୍ୟସ୍ତରୀୟ ଦେବରାଜ କର ଓପନ ଚେସ୍ ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଯାଇଛି ।ଅସରଳା ୟୁନିକ ଫାଉଣ୍ଡେସନ ଏବଂ ଓଡିଶା ରାଜ୍ୟ ଚେସ ଆସୋସିଏସନ ମିଳିତ ସହଯୋଗରେ ଆୟୋଜିତ ଖେଳରେ ଭୁବନେଶ୍ବରର ସୌମ୍ୟରଞ୍ଜନ ମିଶ୍ର ଚମ୍ପିଆନ୍ ହୋଇଥିବା ବେଳେ ଭୁବନେଶ୍ଵରର ମାନସ ରଂଜନ ପରିଡା ରନର୍ସଅପ୍ ହୋଇଥିଲେ। ସେହିପରି ଜଟଣୀର ସୀତପୱ୍ୟା ସାହୁ ୩ୟ ହୋଇଛନ୍ତି । ୭ ରାଉଣ୍ଡ ଖେଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଶ୍ରେଷ୍ଠ ମହିଳା ଚେସ୍ ପ୍ରତିଯୋଗୀ ଭାବେ ବ୍ରହ୍ମପୁର ର ରଶ୍ମିତା ପାତ୍ର ଓ ସର୍ବକନିଷ୍ଠ ପ୍ରତିଯୋଗୀ ଭାବେ ମନିଷା ବେହେରା ଓ ବୟସ୍କ ଖେଳାଳି ବଂଶୀଧର ଭୋଇ ମନୋନୀତ ହୋଇଥିଲେ । ଅବସରପ୍ରାପ୍ତ ପ୍ରଶାସକ ଦେବରାଜ ସେନାପତି ମୁଖ୍ୟ ଅତିଥି ଭାବେ ଖେଳକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ଶିକ୍ଷାଶିକ୍ଷାବିତ୍ ଜଗନ୍ନାଥ କର ଓ ମୁଖ୍ୟବକ୍ତାଭାବେ ସୁବଳ ଜେନା ଉପସ୍ଥିତ ଥିଲେ ।୨୭ ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.