ETV Bharat / state

ପିଲାଙ୍କୁ କୃମି ନାଶକ ଔଷଧ ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ, ଗୁରୁବାରଠୁ ସାମୁହିକ ସେବନ କାର୍ଯ୍ୟକ୍ରମ

ଆସନ୍ତାକାଲି (ଅଗଷ୍ଟ ୧୦)ରୁ ସାମୁହିକ ଭାବରେ କୃମି ନାଶକ ଔଷଧ ସେବନ କାର୍ଯ୍ୟକ୍ରମ କରାଯିବ । ଯାହା ୧୦ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟର ୧୯ଟି ଜିଲ୍ଲାରେ ୧ ବର୍ଷରୁ ୧୯ ବର୍ଷର ବୟସର ପିଲାମାନଙ୍କୁ ଏହି ବଟିକା ଦିଆଯିବ । ଅଧିକ ପଢନ୍ତୁ

author img

By

Published : Aug 9, 2023, 10:47 AM IST

୧୦ ତାରିଖରୁ ସାମୁହିକ ଭାବରେ କୃମି ନାଶକ ଔଷଧ ସେବନ କାର୍ଯ୍ୟକ୍ରମ

ଭୁବନେଶ୍ବର: ଜାତୀୟ କୃମି ନାଶକ ଦିବସ ବର୍ଷକୁ ଦୁଇ ଥର ଫେବୃଆରୀ ଏବଂ ଅଗଷ୍ଟ ମାସରେ ପାଳନ କରାଯାଉଛି । ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ଦ୍ଵାରା ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏହି କୃମି ନାଶକ ଦିବସ ପାଳନ କରାଯାଉଛି । ଆସନ୍ତାକାଲି (ଅଗ‌ଷ୍ଟ ୧୦)ଠୁ ୧୭ ତାରିଖ ପର୍ଯ୍ୟନ୍ତ ସାମୂହିକ ଔଷଧ ସେବନ କରାଯିବ । ରାଜ୍ୟର ୧୯ଟି ଜିଲ୍ଲାରେ ୧ ବର୍ଷରୁ ୧୯ ବର୍ଷର ବୟସର ପିଲାମାନଙ୍କୁ ଏହି ବଟିକା ଦିଆଯିବ । ଏହି ଦିନମାନଙ୍କରେ ୧ ବର୍ଷ ରୁ ୧୯ ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ କୃମି ନାଶକ ଔଷଧ ମାଗଣାରେ ଖାଇବାକୁ ଦିଆଯିବ ।

ତେବେ ୧୯ଟି ଜିଲ୍ଲାରେ ଜାତୀୟ କୃମି ନାଶକ ଦିବସ ପାଳନ କରାଯାଉଛି । ସେହି ଜିଲ୍ଲା ଗୁଡ଼ିକ ହେଲା, ବଲାଙ୍ଗୀର, ଭଦ୍ରକ, ବାଲେଶ୍ଵର, କଟକ, ବୌଦ୍ଧ, ଦେଓଗଡ଼, ଗଜପତି, ଜଗତସଂହପୁର, କଳାହାଣ୍ଡି , କନ୍ଧମାଳ, ଖୋର୍ଦ୍ଧା, ନୂଆପଡ଼ା, କେନ୍ଦ୍ରାପଡ଼ା, କୋରାପୁଟ ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ପୁରୀ ଏବଂ ରାୟଗଡା ଆଦି ଜିଲ୍ଲାରେ କୃମି ନାଶକ ଔଷଧ ଖାଇବାକୁ ଦିଆଯିବ । ତେବେ ଏହି ଜିଲ୍ଲା ଗୁଡିକରେ ୧ ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାମାନଙ୍କୁ ଓ ୨୦ ବର୍ଷରୁ ୨୪ ବର୍ଷ ପର୍ଯ୍ୟନ୍ତ ପ୍ରଜନନକ୍ଷମ ମହିଳାମାନଙ୍କୁ କୃମି ନାଶକ ଔଷଧ ଖାଇବାକୁ ଦିଆଯିବ । ବାକି ରହିଥିବା ୧୧ଟି ଜିଲ୍ଲା ଯଥା, ଅନୁଗୋଳ, ବରଗଡ଼, ଢ଼େଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ସମ୍ବଲପୁର ଓ ସୁନ୍ଦରଗଡ଼ରେ ଫାଇଲେରିଆ ନିରାକରଣ ଅଭିଯାନ କାର୍ଯ୍ୟକାରୀ କରାଯିବ ।

ଚଳିତ ବର୍ଷ ଅଗଷ୍ଟ ୧୦ ତାରିଖରେ କୃମି ନାଶକ ଔଷଧ ଖାଇବାକୁ ଦିଆଯିବ । ଯେଉଁମାନେ ଅଗଷ୍ଟ ୧୦ ତାରିଖରେ କୌଣସି କାରଣରୁ ଏହି ଔଷଧ ଖାଇ ନଥିବେ ସେମାନେ ଅଗଷ୍ଟ ୨୭ ତାରିଖରେ ଏହି ଔଷଧ ଖାଇପାରିବେ । ତେବେ ଏହି କାର୍ଯ୍ୟକ୍ରମରେ ୧ କୋଟି ୭ଲକ୍ଷ ୧୬ ହଜାର ୪୦ ଜଣ ହିତାଧିକାରୀଙ୍କୁ ଏହି ଔଷଧ ଦିଆଯିବ । ଏହି ଔଷଧ ଖାଇବା ଦ୍ବାରା ପିଲାମାନଙ୍କ ଠାରେ ରକ୍ତ ହୀନତା ନିୟନ୍ତ୍ରଣ , ପୁଷ୍ଟି ହିନତାରୁ ରକ୍ଷା, ଏକାଗ୍ରତା ବଢ଼ାଇବା ସହ ଶିକ୍ଷା ଦକ୍ଷତା ବୃଦ୍ଧି ପାଇବା । ଏହାସହ ମହିଳାଙ୍କ ଠାରେ ରକ୍ତ ହୀନତା ନିୟନ୍ତ୍ରଣ ହେବ ସହ କୃମି ସଂକ୍ରମଣ ହ୍ରାସ ହେବାରେ ସହାୟକ ହେବ।

ଅଧିକ ପଢନ୍ତୁ: ବଢୁଛି ବନ୍ୟା ବିପତ୍ତି, ଜଳବାହିତ ରୋଗ ସହ ବିଷଧରଙ୍କଠାରୁ ସତର୍କ ରହିବାକୁ ସ୍ବାସ୍ଥ୍ଯ ବିଭାଗର ପରାମର୍ଶ

ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ‘‘ଏହି ଔଷଧ ଖାଇବା ଦ୍ବାରା ବିଶେଷ ଭାବରେ ପାର୍ଶ୍ଵ ପତିକ୍ରିୟା ଦେଖାଇବ ନାହିଁ । ଔଷଧ ଖାଇବା ପରେ ଯଦି ପାର୍ଶ୍ଵ ପତିକ୍ରିୟା ଦେଖାଏ ତେବେ ପେଟରେ ଦରଜ ହେବା, ବାନ୍ତି ଲାଗିବା ମୁଣ୍ଡ ବୁଲେଇହେବା ଆଦି । ତେଣୁ ଔଷଧ ଖାଇବା ପରେ କିଛି ସମୟ ଅବଜରବେଶନରେ ରଖାଯିବ ।’’

ଇଟଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.