ETV Bharat / state

ଚର୍ମବିଣ୍ଡି ରୋଗର ନିରାକରଣ ପାଇଁ ବ୍ୟାପକ ପଦକ୍ଷେପ, ସୀମାନ୍ତ ଜିଲ୍ଲା ଉପରେ ତୀକ୍ଷ୍ନ ନଜର

ଚର୍ମବିଣ୍ଡି ରୋଗ (Lumpy Skin Disease)ର ନିରାକାରଣ ପାଇଁ ରାଜ୍ୟ ସରକାର ପକ୍ଷରୁ ଗ୍ରହଣ କରାଯାଉଛି ବ୍ୟାପକ ପଦକ୍ଷେପ । ଅଧିକ ପଢନ୍ତୁ

author img

By

Published : Dec 16, 2022, 9:06 AM IST

ରାଜ୍ୟରେ ଚର୍ମବିଣ୍ଡି ରୋଗର ନିରାକାରଣ ପାଇଁ ବ୍ୟାପକ ପଦକ୍ଷେପ

ଭୁବନେଶ୍ବର: ଚର୍ମବିଣ୍ଡି ରୋଗ (Lumpy Skin Disease)ର ନିରାକରଣ ପାଇଁ ରାଜ୍ୟ ସରକାର ପକ୍ଷରୁ ଗ୍ରହଣ କରାଯାଉଛି ବ୍ୟାପକ ପଦକ୍ଷେପ । ରାଜ୍ୟ ସରକାର ଚର୍ମବିଣ୍ଡି ରୋଗର ଟୀକାକରଣ ପାଇଁ ବ୍ୟବହାରିକ ଦେୟମୁକ୍ତ କରିଛନ୍ତି । ଏହି ଟିକା ସମ୍ପୂର୍ଣ୍ଣ ଭାବରେ ଦେୟମୁକ୍ତ ଭାବରେ ଗୋପାଳକଙ୍କୁ ମିଳିବା ସହିତ ରାଜ୍ୟରେ ଆଉ 27ହଜାର ଟିକା ଆସି ପହଞ୍ଚିଥିବା ସୂଚନା ମିଳିଛି । ଏନେଇ ରାଜ୍ୟରେ 541 ପ୍ରାଣୀ ଚିକିତ୍ସାଳୟ, 3239 ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ର ଓ 314 ଭ୍ରାମ୍ୟମାନ ପ୍ରାଣୀ ଚିକିତ୍ସା ୟୁନିଟ ମାଧ୍ୟମରେ ଆକ୍ରାନ୍ତ ଗାଈ ଗୋରୁଙ୍କ କରାଯାଉଛି ଚିକିତ୍ସା । ଏହା ପରେ ଗାଈଗୋରୁ ମାନେ ସୁସ୍ଥ ହେବାର ଲକ୍ଷ୍ୟ କରାଯାଇଛି ।

ଅନ୍ୟପଟେ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ goat pox vaccine ମାଧ୍ୟମରେ ଗାଈଗୋରୁଙ୍କ ଟୀକାକରଣ କରାଯାଉଛି । ଏହି ରୋଗରେ ପ୍ରାୟତଃ ଗାଈଗୋରୁଙ୍କ ମୃତ୍ୟୁ ହୁଏ ନାହିଁ । ତେବେ କୌଣସି ଗୁଜବକୁ ନ ଶୁଣି ଓ ଭୟଭୀତ ନ ହୋଇ ନିଜ ଗାଈଗୋରୁଙ୍କ ଯତ୍ନ ନେବାକୁ ଗୋପାଳକଙ୍କୁ ବିଭାଗ ପକ୍ଷରୁ ସଚେତନା କରାଯାଇଛି । ଯଦି କୌଣସି ଅଞ୍ଚଳରେ ଏଭଳି ପ୍ରକାରର ରୋଗ ଦେଖାଯାଏ ତେବେ ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଖବର ଦେବାକୁ କୁହାଯାଇଛି ।

ସେହିପରି ରାଜ୍ୟରେ 10-12-2022 ସୁଧା 10047 ଗୋରୁଗାଈଙ୍କ ଶରୀରରେ ଚର୍ମବିଣ୍ଡି ରୋଗ (Lumpy Skin Disease)ର ଲକ୍ଷଣ ଦେଖା ଦେଇଛି । ସେଥି ମଧ୍ୟରୁ 4837 ଗୋରୁଗାଇ ଚିକିସା ପରେ ଆରୋଗ୍ୟ ଲାଭ ହୋଇଛନ୍ତି । ଡିସେମ୍ବର 10 ତାରିଖ ମଧ୍ୟରେ ରାଜ୍ୟରେ ପ୍ରାୟ 632800 ଗୋରୁଗାଈଙ୍କୁ ଟୀକାକରଣ କରାଯାଇଛି ଓ ଏଥିସହ କାର୍ଯ୍ୟକ୍ରମ ଜାରି ମଧ୍ୟ ରହିଛି ।

ବିଶେଷ ଭାବରେ ଚର୍ମବିଣ୍ଡି ରୋଗ(Lumpy Skin Disease) ସଂକ୍ରମଣ ରୋକିବାକୁ ବାଲେଶ୍ଵର, ବରଗଡ, ଦେବଗଡ, ଗଜପତି ,ଗଞ୍ଜାମ, ସୁନ୍ଦରଗଡ ଝାରସୁଗୁଡା, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମାଲକାନାଗିରି, ମୟୂରଭଞ୍ଜ, ନୂଆପଡା ଓ ରାୟଗଡା ପରି ରାଜ୍ୟର ସୀମାନ୍ତ ଜିଲ୍ଲା ମାନଙ୍କରେ ଗୋରୁଗାଈଙ୍କୁ ଆନ୍ତଃ ରାଜ୍ୟ ନେବା ଆଣିବାକୁ ନିଷେଧ କରାଯାଇଛି । ରାଜ୍ୟରେ ଗୋରୁଗାଈଙ୍କ ପ୍ରଦର୍ଶନୀ ମେଳା ଓ ଗୋରୁହାଟ ବନ୍ଦ କରାଯାଇଛି ।

ଚର୍ମବିଣ୍ଡି ରୋଗ(Lumpy Skin Disease)ର ନିରାକରଣ ପାଇଁ ରାଜ୍ୟର ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଠି କରାଯାଇଛି । ପଞ୍ଜୀକୃତ 987266 ପ୍ରାଣୀପାଳକ ମାନଙ୍କୁ ଚର୍ମବିଣ୍ଡି ରୋଗ ନିରାକରଣ ପ୍ରତିଷେଧକ ଚିକିତ୍ସା ଓ ସରକାରଙ୍କ ତରଫରୁ ନିଆଯାଉଥିବା ପଦକ୍ଷେପ ସମ୍ବନ୍ଧରେ voice message ମାଧ୍ୟମରେ ସଚେତନ କରାଯାଉଛି । ଏଥିସହ ଗୋପାଳମାନଙ୍କ ପାଇଁ ଟୋଲ ଫ୍ରି ନମ୍ବର 1962 ଓ 155333 ମଧ୍ୟମରେ କଳା କରିବା ସହ ଚର୍ମବିଣ୍ଡି ରୋଗ ସମ୍ବନ୍ଧରେ ବିଶେଷଜ୍ଞମାନେ ମଧ୍ୟ ପରାମର୍ଶ ଦେଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.