ETV Bharat / state

ମାଷ୍ଟର ଟ୍ରେନରଙ୍କୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ତାଲିମ

author img

By

Published : Jul 25, 2023, 7:33 AM IST

ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ବରିଷ୍ଠ ଓ ଦକ୍ଷ ପ୍ରଶାସନିକ ଅଧିକାରୀଙ୍କୁ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର୍‌ ଭାବେ ଚୟନ କରାଯାଇଛି । ଚୟନ ହୋଇଥିବା ଏହି ଅଧିକାରୀମାନେ ଅନଲାଇନ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟ ତାଲିମ ଓ ଦିଲ୍ଲୀ ଯାଇ ସେଠାରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ତାଲିମ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ

ମାଷ୍ଟର ଟ୍ରେନରଙ୍କୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ତାଲିମ
ମାଷ୍ଟର ଟ୍ରେନରଙ୍କୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ତାଲିମ

ଭୁବନେଶ୍ବର: ଆଗକୁ ରହିଛି ସାଧାରଣ ନିର୍ବାଚନ-2024 । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ରାଜ୍ୟର 85 ଜଣ ବରିଷ୍ଠ ଓ ଦକ୍ଷ ପ୍ରଶାସନିକ ଅଧିକାରୀଙ୍କୁ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର୍‌ ଭାବେ ଚୟନ କରାଯାଇଛି । ଆଜି ଗୋପବନ୍ଧୁ ପ୍ରଶାସନିକ ପ୍ରତିଷ୍ଠାନରେ ସେମାନଙ୍କୁ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଦୁଇଦିନିଆ ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ନିଷ୍ଠାର ସହ ତାଲିମ ଗ୍ରହଣ କଲେ ନିର୍ବାଚନ ପରିଚାଳନା କାର୍ଯ୍ୟ ସୁଗମ ଓ ସରଳ ହୋଇପାରିବ ବୋଲି ଉପସ୍ଥିତ ଥିବା ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନରଙ୍କ ଉଦ୍ଦେଶ୍ୟରେ ସେ ତାଙ୍କ ସଂକ୍ଷିପ୍ତ ଅଭିଭାଷଣରେ କହିଛନ୍ତି ।

ଚୟନ ହୋଇଥିବା ଏହି ଅଧିକାରୀମାନେ ଅନଲାଇନ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟ ତାଲିମ ଓ ଦିଲ୍ଲୀ ଯାଇ ସେଠାରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ତାଲିମ ଗ୍ରହଣ କରିଛନ୍ତି । ଏଠାରୁ ତୃତୀୟ ପର୍ଯ୍ୟାୟ ତାଲିମ ଗ୍ରହଣ ପରେ ସେମାନେ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରିବେ । ବିଷୟଭିତ୍ତିକ ଏହି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନାମାଙ୍କନ ପତ୍ର ଦାଖଲ, ନାମାଙ୍କନ ପତ୍ର ଯାଞ୍ଚ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାର, ଜିଲ୍ଲା ନିର୍ବାଚନ ପରିଚାଳନା ଯୋଜନା, ପୁଲିଂ ଦଳ ଓ ଭୋଟ ଗ୍ରହଣ ପାଇଁ ବ୍ୟବସ୍ଥା, ମତଦାନ କେନ୍ଦ୍ର, ଆଦର୍ଶ ଆଚରଣବିଧି, ନିର୍ବାଚନ ଖର୍ଚ୍ଚ ତଦାରଖ, ଗଣମାଧ୍ୟମ ଅଭିଯୋଗ, ଏମସିଏମସି, ପେଡ୍‌ ନ୍ୟୁଜ, ଭୋଟର ତାଲିକା, ସୁଇପ କାର୍ଯ୍ୟକ୍ରମ, ଇଭିଏମ, ଭିଭିପ୍ୟାଟ, ନିର୍ବାଚନ ସାମଗ୍ରୀ, ପୋଷ୍ଟାଲ ବାଲାଟ, ଭୋଟ ଗଣତି ଓ ନିର୍ବାଚନ ଫଳାଫଳ ଘୋଷଣା ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଭାବରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।

ଜାତୀୟ ସ୍ତରୀୟ ମାଷ୍ଟର ଟ୍ରେନର ଭାବେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣର ମୁଖ୍ୟ ପ୍ରବନ୍ଧକ ସବ୍ୟସାଚି ହୋତା, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଘମିତ୍ରା ଶତପଥୀ, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ସେହିପରି ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟର 37606 ଜଣ ବୁଥସ୍ତରୀୟ ଅଧିକାରୀ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଜୁଲାଇ 21ରୁ ଅଗଷ୍ଟ 21 ତାରିଖ ପର୍ଯ୍ୟନ୍ତ ଘରକୁ ଘର ବୁଲି ନିର୍ଭୁଲ ତଥ୍ୟ ସଂଗ୍ରହ କରିବେ । ରାଜ୍ୟର 30ଟି ଜିଲ୍ଲାରେ ଥିବା 147ଟି ବିଧାନସଭା ନିର୍ବାଚନମଣ୍ଡଳୀର ବୁଥ୍‌ ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ସବୁଦୃଷ୍ଟିରୁ ତ୍ରୁଟିଶୂନ୍ୟ ଭୋଟର ତାଲିକ ପ୍ରସ୍ତୁତି ନିମନ୍ତେ ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.