ETV Bharat / state

ପ୍ରାଥମିକ ଶିକ୍ଷକଙ୍କ ଦାବିକୁ କଂଗ୍ରେସର ସମର୍ଥନ

author img

By ETV Bharat Odisha Team

Published : Sep 15, 2023, 9:25 AM IST

ସମୂହ ଛୁଟିରେ ରହି ରାଜ୍ୟର 1 ଲକ୍ଷ 30 ହଜାର ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ କରିଛି କଂଗ୍ରେସ । ଯଥାଶୀଘ୍ର ସରକାର ଶିକ୍ଷକଙ୍କ ଦାବି ପୂରଣ କରନ୍ତୁ ବୋଲି କରି କଂଗ୍ରେସ । ଅଧିକ ପଢନ୍ତୁ

state congress supports teachers demand
ପ୍ରାଥମିକ ଶିକ୍ଷକଙ୍କ ଦାବିକୁ କଂଗ୍ରେସର ସମର୍ଥନ

ପ୍ରାଥମିକ ଶିକ୍ଷକଙ୍କ ଦାବିକୁ କଂଗ୍ରେସର ସମର୍ଥନ

ଭୁବନେଶ୍ବର: ରାଜ୍ୟବ୍ୟାପୀ ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକଙ୍କୁ କଂଗ୍ରେସ ସମର୍ଥନ କରିଛି । ରାଜ୍ୟ କଂଗ୍ରେସ ଧାରଣା ଦେଇଥିବା ସମସ୍ତ ଶିକ୍ଷକଙ୍କ ଦାବିକକୁ ସମର୍ଥନ କରିଛି । ପିସିସି ସଭାପତି ଶରତ ପଟ୍ଟନାୟକ ରାଜ୍ୟର ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକମାନଙ୍କ ଦାବି ପ୍ରତି ସମର୍ଥନ କରିଛନ୍ତି । ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଦୃଷ୍ଟିରୁ ସହାନୁଭୁତିର ସହ ସେଗୁଡ଼ିକ ବିଚାର କରି ତୁରନ୍ତ ସମାଧାନ କରିବାକୁ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଏହା ସହିତ ଶିକ୍ଷକଙ୍କ ଦାବି ଯଥାର୍ଥ ତୁରନ୍ତ ସରକାର ତାଙ୍କ ଦାବି ପୂରଣ କରନ୍ତୁ ବୋଲି କହିଛନ୍ତି କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ବର ବେହେରା ।

ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ କରି, କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ବର ବେହରା କହିଛନ୍ତି, ''ରାଜ୍ୟ ସରକାରଙ୍କ ପ୍ରାଥମିକ ଶିକ୍ଷା ତଥା ଶିକ୍ଷକମାନଙ୍କ ପ୍ରତି ଉଦାସୀନ ମନୋଭାବ ହେତୁ ଆଜି ୫୦ ହଜାର ସ୍କୁଲରେ ତାଲା ପଡ଼ିଛି । ସମୁଦାୟ ୧.୩୦ ଲକ୍ଷ ଶିକ୍ଷକ ଶିକ୍ଷୟତ୍ରୀ ରାସ୍ତାକୁ ଓହ୍ଲାଇଛନ୍ତି । ପାଠପଢା ପ୍ରଭାବିତ ହୋଇଛି । ୪୦ଲକ୍ଷ ଛାତ୍ରଛାତ୍ରୀ ସ୍କୁଲ ଶିକ୍ଷାରୁ ହୋଇଛନ୍ତି । ଏହା ଯେତିକି ଦୁଃଖ ଦାୟକ ସେତିକି ଚିନ୍ତାଜନକ । ଶିକ୍ଷକ ବନ୍ଧୁମାନଙ୍କର ସମସ୍ୟା ଗୁଡିକୁ ତୁରନ୍ତ ପୂରଣ କରନ୍ତୁ ସରକାର।''

ଏହା ବି ପଢନ୍ତୁ...ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ; ଖୋର୍ଦ୍ଧାରେ ପାଠପଢ଼ା ଠପ

ଏକ ପ୍ରେସ ବିବୃତି ଜାରି କରି କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ଆହୁରି କହିଛନ୍ତି, ''ଶିକ୍ଷକମାନଙ୍କ ଦାବି ଯଥା କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା, ଗଣ ଶିକ୍ଷକଙ୍କୁ ଲାଗୁ ହୋଇଥିବା ଏକ୍ସ କାଡର ବ୍ୟବସ୍ଥା ହଟାଇବା, ନୂଆ ପେନସନ ପରିବର୍ତ୍ତେ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ସଂପୂର୍ଣ୍ଣ ଯୁକ୍ତିଯୁକ୍ତ । ମୁଖ୍ୟମନ୍ତ୍ରୀ ଅକ୍ଟୋବର ୨୦୨୨ ଓ ଏପ୍ରିଲ ୨୦୨୩ରେ ଠିକା ନିଯୁକ୍ତି ଶିକ୍ଷକ ନିଯୁକ୍ତି ଉଚ୍ଛେଦ ହେବାର ଘୋଷଣା କରି ଏବେ ୨୦ ହଜାର ଠିକା ଶିକ୍ଷକ ନିଯୁକ୍ତି ଦେବାର ବିଜ୍ଞାପନ ଜାରି କରିବା ଦୁର୍ଭାଗ୍ୟଜନକ । କଂଗ୍ରେସ ଏହି ଠିକା ଶିକ୍ଷକ ନିଯୁକ୍ତିର ଅବସାନ ଘଟାଇବା ପାଇଁ ଦାବି କରୁଛି । ଓଡ଼ିଶା ଉଚ୍ଚ ନ୍ୟାୟଳୟ ମଇ ୨୦୨୧ରେ ଦେଇଥିବା ଟିପ୍ପଣୀ ଅନୁସାରେ ଶିକ୍ଷକମାନଙ୍କର ବର୍ଗୀକରଣର ପୂର୍ଣ୍ଣଚ୍ଛେଦ ମଧ୍ୟ ଜରୁରୀ । ଶୀଘ୍ର ସ୍କୁଲ ଖୋଲି ପିଲାମାନଙ୍କୁ ପାଠ ପଢ଼ିବାର ସୁଯୋଗ ଦେବା ସରକାରଙ୍କ ପ୍ରଧାନ କର୍ତ୍ତବ୍ୟ । ଦାବିଗୁଡ଼ିକର ଯଥାର୍ଥତା ଉପଲବଧି କରି ପୂରଣ ନିମିତ ଅବିଳମ୍ବେ ପଦକ୍ଷେପ ଗ୍ରହଣ କରିବାକୁ କଂଗ୍ରେସ ଦାବି କରୁଛି ।''

ପ୍ରକାଶ ଥାଉ କି, ଏକାଧିକ ଦାବି ପୂରଣ ପାଇଁ ଗତ ସେପ୍ଟେମ୍ବର 13 ତାରିଖରୁ ସମୂହ ଛୁଟିରେ ଅଛନ୍ତି ରାଜ୍ୟର 1 ଲକ୍ଷ 30 ହଜାର ପ୍ରାଥମିକ ଶିକ୍ଷକ । ବିଭିନ୍ନ ଦାବି ପୂରଣ ନେଇ ଆଜି ବିଇଓ ଅଫିସ ଆଗରେ ଧାରଣା ଦେଇଛନ୍ତି ଶିକ୍ଷକ । ଫଳରେ ପାଠପଢା ଠପ ହୋଇଛି । ସ୍କୁଲରେ ତାଲା ପଡିଛି ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.