ETV Bharat / state

ରାଜଧାନୀରେ ଭୋଟର ସଚେତନତା କାର୍ଯ୍ୟକ୍ରମ, ଘରେ ବସି ଅନଲାଇନରେ ହେବ ପଞ୍ଜିକରଣ

author img

By

Published : Nov 9, 2022, 5:41 PM IST

ରାଜଧାନୀରେ ଅନୁଷ୍ଠିତ ହୋଇଛି ଭୋଟର ସଚେତନତା କାର୍ଯ୍ୟକ୍ରମ । ଏଥିରେ ଯୋଗ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ସୁଶୀଲ ଲେହାନୀ । ଅଧିକ ପଢନ୍ତୁ

ଘରେ ବସି ଅନଲାଇନରେ ହେବ ପଞ୍ଜିକରଣ
State Chief Election Commission

ଭୁବନେଶ୍ବର: ଖୁବଶୀଘ୍ର 2023 ଚିଠା ଭୋଟର ତାଲିକା ପ୍ରକାଶ ପାଇବ । ଏଥର ଭୋଟର ତାଲିକାରେ ନାମ ପଞ୍ଜୀକରଣକୁ ଟିକେ ସହଜ କରାଯାଇଛି । ଏବେ ଘରେ ବସି ଅନଲାଇନ ମାଧ୍ୟମରେ ଭୋଟର ତାଲିକାରେ ସାମିଲ ହେବା ପାଇଁ ଆରମ୍ଭ ହୋଇଛି ସଚେତନତା ଅଭିଯାନ । ଏହି ଅଭିଯାନରେ ରାଜ୍ୟରେ ଥିବା ସମସ୍ତ ଯୁବ ବର୍ଗ ତଥା ଯେଉଁମାନେ 18 ବର୍ଷରେ ପଦାର୍ପଣ କରିଛନ୍ତି ସେମାନେ ଅନଲାଇନ ଜରିଆରେ ପଞ୍ଜିକରଣ ପ୍ରକ୍ରିୟାରେ ସାମିଲ ହେବାକୁ ଅନୁରୋଧ କରଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲେହାନୀ । ରାଜଧାନୀରେ ଅନୁଷ୍ଠିତ ଭୋଟର ସଚେତନତା କାର୍ଯ୍ୟକ୍ରମରେ ଏହା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ।

State Chief Election Commission

ଭୋଟର ତାଲିକାରେ 17 ବର୍ଷରୁ ଅଧିକ ବର୍ଗର ଭୋଟର ବର୍ଗଙ୍କୁ ଯୋଡିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସଚେତନ କରାଯାଇଥିଲା। ଭୋଟର help line ଆପ ମାଧ୍ୟମରେ ନିଜ ଫଟୋ, ଆବାସିକ ପ୍ରମାଣପତ୍ର ଲୋଡ କରି ପଞ୍ଜିକରଣ କରି ପାରିବେ। ଏହା ସହ ସଂଶୋଧନ ଓ Dual ଭୋଟର କାର୍ଡ ଥିଲେ ଦୁଇଟି ସ୍ଥାନ ବଦଳରେ ଗୋଟିଏ ସ୍ଥାନରେ ଭୋଟର କାର୍ଡ ରଖିବାକୁ ସଚେତନ କରାଯାଇଥିଲା। ନୂଆ ଭୋଟର କାର୍ଡ ପାଇଁ ଅନଲାଇନ ମାଧ୍ୟମରେ ଅବଦାନ କରି ପାରିବେ । ସ୍ପିଡ଼ ପୋଷ୍ଟ ମାଧ୍ୟମରେ ଘରେ ପହଞ୍ଚିବ ନୂଆ ଭୋଟର କାର୍ଡ । ସାରା ରାଜ୍ୟରେ ଏହି ଅଭିଯାନ ମାସେ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ 17ରୁ 18 ବର୍ଷ ଵର୍ଗର ପ୍ରାୟ 16ଲକ୍ଷ ଯୁବ ବର୍ଗ ଅଛନ୍ତି । ଜଣେ ଭୋଟର ପାଖରେ ଥିବା ଏକାଧିକ ଭୋଟର କାର୍ଡ ଉପରେ ନଜର ରଖାଯାଇଛି। ଏହା ଯାଞ୍ଚ କରିବା ପାଇଁ ଆଧାର ଲିଙ୍କ ସହ ସ୍ବତନ୍ତ୍ର କମ୍ପୁଟର ସଫ୍ଟୱାରେ ଯାଞ୍ଚ ବ୍ୟବସ୍ଥା ଓ ଆଧାର ଲିଙ୍କ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ବର୍ଷର ପ୍ରଥମ ମାସରେ 18 ବର୍ଷ ହେଉଥିଲେ ସେମାନେ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିଥିଲେ । ମାତ୍ର ଏଥର ଜାନୁଆରୀ ବ୍ୟତୀତ ଏପ୍ରିଲ, ଜୁଲାଇ ଓ ଅଗଷ୍ଟର ବିଭିନ୍ନ ତାରିଖରେ 18ବର୍ଷର ହୋଇଥିବେ ସେମାନେ ଆଗୁଆ ନାମ ପଞ୍ଜିକରଣ କରିପାରିବେ ।

ଏହା ବି ପଢନ୍ତୁ...ବେଆଇନ ପଥର ଖନନ ମାମଲା, ଶ୍ରୀମନ୍ଦିର ପ୍ରଶାସନକୁ 12କୋଟି ଜୋରିମାନା

2023ରେ ପ୍ରକାଶ ପାଇବାକୁ ଯାଉଥିବା ଚିଠା ଭୋଟର ତାଲିକା ପରିପ୍ରେକ୍ଷୀରେ ମୁଖ୍ୟ ନିର୍ବାଚନଅଧିକାରୀଙ୍କ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଭୋଟର ସଚେତନତା ପଦଯାତ୍ରା ଅନୁସ୍ଥିତ ହୋଇଛି। ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଛକ ଠାରୁ ଆରମ୍ଭ ହୋଇଛି। ଏହି ସଚେତନତା ପଦଯାତ୍ରାରେ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଏନ୍‌ଏସ୍ଏସ୍, ସ୍କାଉଟ୍, ଗାଇଡ, ବରିଷ୍ଠ ପଦାଧିକାରୀମାନେ ସାମିଲ ହୋଇଛନ୍ତି । ଏହି ପଦଯାତ୍ରାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। । ଏହି ପଦଯାତ୍ରାମାଷ୍ଟର କ୍ୟାଣ୍ଟିନ ଛକରୁ ପିଏମଜି ଛକ ଦେଇ ରବୀନ୍ଦ୍ର ମଣ୍ଡପ ପାଖ ଦେଇ 120 ବାଟାଲିୟନ, ପାୱାର ହାଉସ ଛକ, ଏଡିଏମ୍ ଅଫିସ୍ ହୋଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଶେଷ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.