ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ପଛରେ ରାଜନୈତିକ ଉଦ୍ଦେଶ୍ୟ: ଭୃଗୁ

author img

By

Published : Mar 27, 2023, 6:56 AM IST

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତକୁ ଟାର୍ଗେଟ କଲେ ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର । ମୁଖ୍ୟମନ୍ତ୍ରୀ ନିର୍ବାଚନ ଜିତିବା ପରେ ନିଜ ନିର୍ବାଚନ ମଣ୍ଡଳୀକୁ କେତେ ଥର ଯାଇଛନ୍ତି ବୋଲି ପ୍ରଶ୍ନ କରିବା ସହ ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ଅଭିଯୋଗ କରିଛନ୍ତି ବିଜେପି ଉପସଭାପତି । ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତକୁ ଟାର୍ଗେଟ କଲେ ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର

ଭୁବନେଶ୍ବର: ରବିବାର ଦିନିକିଆ ଗଞ୍ଜାମ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତକୁ ନେଇ ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ବର୍ଷିଛନ୍ତି । ମୁଖ୍ୟମନ୍ତ୍ରୀ ନିର୍ବାଚନ ଜିତିବା ପରେ ନିଜ ନିର୍ବାଚନ ମଣ୍ଡଳୀକୁ କେତେ ଥର ଯାଇଛନ୍ତି ବୋଲି ପ୍ରଶ୍ନ କରିବା ସହ ଆଗକୁ ନିର୍ବାଚନ ଆସୁଥିବାରୁ ଏହି ଗସ୍ତ କରିଥିବା କହିଛନ୍ତି ବିଜେପି ଉପସଭାପତି ।

ତେବେ ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି, "ମୁଖ୍ୟମନ୍ତ୍ରୀ ଆଜି ନିଜ ନିର୍ବାଚନୀ ମଣ୍ଡଳୀକୁ ଯାଇଛନ୍ତି । ଗତ ୫ ବର୍ଷ ଭିତରେ ନିର୍ବାଚନ ବିଜୟ ପରେ ସେ ଗଞ୍ଜାମ କେତେ ଥର ଯାଇଛନ୍ତି । ଲାଗୁଛି ନିର୍ବାଚନ ଆଗକୁ ଥିବାବେଳେ ନିଜ ଦଳ ଭିତରେ ଗୋଷ୍ଠୀକନ୍ଦଳ ଜୋର୍ । ନିଜ ନିଜ ନିର୍ବାଚନୀ ମଣ୍ଡଳୀରେ ଲୋକଙ୍କୁ ବିଜେଡି ନେତା ଓ କର୍ମୀମାନେ ହତ୍ୟା କରିବାରେ ବ୍ୟସ୍ତ । ଆଜି ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଧ୍ୟ କବିସୂର୍ଯ୍ୟନଗରରେ ହତ୍ୟା ହୋଇଛି । ଗତକାଲି ଦିଗପହଣ୍ଡିରେ ହତ୍ୟା ହୋଇଛି । ବିଜେଡିର ଗୋଷ୍ଠୀକନ୍ଦଳ ଯୋଗୁଁ ଦିଗପହଣ୍ଡିରେ ନିଜ ନିଜ ଭିତରେ ହତ୍ୟା ହୋଇଛି । ଏହା ପରେ ବି ସରକାରୀ କାମକୁ ଆଖି ଆଗରେ ରଖି ସରକାରୀ କାମରେ ଲୋନ ବାଣ୍ଟିବାକୁ ଯାଇଥିଲେ । ସରକାରୀ ବାବୁମାନେ ଗଲେ ସାଂସଦ ଓ ବିଧାୟକ ରହୁ ନାହାନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଏକ ରାଜନୈତିକ ଉଦ୍ଦେଶ୍ୟ । ନିଜ ଦଳର ଅବ୍ୟବସ୍ଥାକୁ ବ୍ୟବସ୍ଥା କରିବାର ଏକ ଚେଷ୍ଟା ।" ସାଧାରଣ ଲୋକଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର କିଛି ସମ୍ପର୍କ ନାହିଁ ବୋଲି ସିଧା ସିଧା କହିଛନ୍ତି ଭୃଗୁ ବକ୍ସିପାତ୍ର ।

ସେ ଆହୁରି କହିଛନ୍ତି, "୨୦୨୪ର ଖସଡ଼ା ବିଜେପି ପକ୍ଷରୁ ଆରମ୍ଭ ହୋଇସାରିଛି । ବିଧାନସଭା ଭିତରେ ଓ ବିଧାନସଭା ବାହାରେ, ରାଜରାସ୍ତାରେ ସରକାର ବିରୋଧରେ ଏକ ବାତାବରଣ ସାଧାରଣ ଲୋକଙ୍କ ଭିତରେ ତିଆରି ହୋଇସାରିଛି । ନବ ନିର୍ବାଚିତ ରାଜ୍ୟ ବିଜେପି ସଭାପତି କହି ସାରିଛନ୍ତି । ନିର୍ବାଚନ ସାଧାରଣ ଲୋକେ ଲଢ଼ିବେ । ସାଧାରଣ ଲୋକଙ୍କ ମତରେ ସରକାର ପରିବର୍ତ୍ତନ ହେବା ଦରକାର । ନୂଆ ସରକାରରେ ଓଡ଼ିଶାର ବିକାଶ ହେବା ଦରକାର ।" ସେପଟେ ଗଞ୍ଜାମକୁ ଦେଶର ଏକ ନମ୍ବର ଜିଲ୍ଲା କରିବାକୁ ଉଦ୍ୟମ ହେବ ବୋଲି ଗଞ୍ଜାମ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କବିସୂର୍ଯ୍ୟନଗର ସମାବେଶରେ ଆହ୍ବାନ ଦେଇଛନ୍ତି । ଏହା ସହିତ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ବିନା ସୁଧରେ ୨୮୦ କୋଟିର ଋଣ ପ୍ରଦାନ କରିଛନ୍ତି । ଭୂମିହୀନଙ୍କୁ ଘରଡିହ ପଟ୍ଟା ମଧ୍ୟ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.