ETV Bharat / state

ମୁଖ୍ୟମନ୍ତ୍ରୀ ମିଡିଆ ଆଗରେ କୁହନ୍ତୁ 'ବ୍ୟକ୍ତିଗତ ସଚିବକୁ ରାଜ୍ୟର ଟେଣ୍ଡର ଦେଲି': ମନମୋହନ ସାମଲ - ନବୀନ ପଟ୍ଟନାୟକଙ୍କର ଅଡିଓ ରେକର୍ଡ

5T ସଚିବ ଭିକେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଓ ସାମୁହିକ କାର୍ଯ୍ୟକ୍ରମ ନେଇ ରାଜନୀତି ଜୋର ଧରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା ସାମ୍ନାକୁ ଆସିଛି । ତେବେ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସି କହିବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଅଧିକ ପଢ଼ନ୍ତୁ

5T ସଚିବଙ୍କୁ ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା

author img

By

Published : Jun 27, 2023, 11:04 PM IST

5T ସଚିବଙ୍କୁ ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭିକେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଓ ସାମୁହିକ କାର୍ଯ୍ୟକ୍ରମ ନେଇ ରାଜ୍ୟ ରାଜନୀତିରେ ଜାରି ରହିଛି ତୁମ୍ବିତୋଫାନ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ବରଗଡ଼ ଜିଲ୍ଲା ଗସ୍ତରେ ଥିଲେ । ଏନେଇ ବିବାଦ ଲାଗି ରହିଥିବା ବେଳେ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଅଡିଓ ରେକର୍ଡ ସମ୍ନାକୁ ଆସିଛି । ବରଗଡ଼ର ଏକ ସଭାରେ 5T ସଚିବ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଶୁଣାଇଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ବ୍ୟକ୍ତିଗତ ସଚିବଙ୍କୁ ପଠାଇଥିବା କହିଛନ୍ତି । ଆଉ ଏହାପରେ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି ।

ଆଜି ଏହାକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, "ରାଜ୍ୟରେ ଗଣତାନ୍ତ୍ରିକ ଭାବରେ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭୋଟ ଦେଇଛନ୍ତି । ତେଣୁ ନବୀନ ବାବୁ କାହାକୁ ଟେଣ୍ଡର ଦେଇ ପାରିବେ ନାହିଁ ଯେ, ମୋ ପ୍ରାଇଭେଟ ସେକ୍ରେଟାରୀକୁ ମୁଁ ଲିଜ ଦେଲି ବା ଟେଣ୍ଡର ଦେଲି । RTIରେ ମନା କରୁଛନ୍ତି ଯେ, ମୁଁ କାହାକୁ ବୁଲିବାକୁ କହିନାହିଁ କି କାହାକୁ ଦାୟିତ୍ଵ ଦେଇନାହିଁ । କିନ୍ତୁ ଗତକାଲି ସମ୍ବଲପୁରୀ ଭାଷାରେ କ୍ୟାସେଟ ରେକର୍ଡ ଶୁଣିବାକୁ ମିଳିଲା । ତାକୁ ଟେଷ୍ଟ କରାଯାଉ ଫରେନ୍‌ସିକ୍‌ ଲାବୋରେଟୋରୀରେ ଯେ କାହାର ଏହା ଭଏସ୍ ।" ନବୀନ ପଟ୍ଟନାୟକ ସାମ୍ନାକୁ ଆସି କହିବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ମନମୋହନ ସାମଲ ।

ମନମୋହନ କହିଛନ୍ତି, "ନବୀନ ପଟ୍ଟନାୟକ ମିଡିଆ ଆଗରେ ଆସି କୁହନ୍ତୁ ଯେ, ମୁଁ ମୋ ପ୍ରାଇଭେଟ ସେକ୍ରେଟାରୀକୁ ରାଜ୍ୟର ଦାୟିତ୍ଵ ଟେଣ୍ଡର ଦେଲି । ମୁଁ ତାଙ୍କୁ ପାୱାର୍‌ ଅଫ୍‌ ଆଟନୀ ଦେଲି । 5T ବିଭାଗ କରି ଲୋକମାନଙ୍କୁ ଭୂଆଁ ବୁଲାଉଛନ୍ତି । 5T ସଚିବ ନିଜର ଲକ୍ଷ୍ମଣ ରେଖା ବୁଝିବା ଦରକାର । ତାଙ୍କୁ କେହି ମନା କରୁନାହାନ୍ତି ରାଜନୀତି କରିବାକୁ । ଚାକିରୀ ଛାଡ଼ି ରାଜନୀତି କର । ଚାକିରୀ କରି ରାଜନୀତି କରିପାରିବ ନାହିଁ । ଏହାକୁ ବିଜେପି କେବେ ବରଦାସ୍ତ କରିବ ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ଓଡିଶା କ୍ୟାଡର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲା କେନ୍ଦ୍ର

ଏହାରି ଭିତରେ ଆଜି ନିର୍ଦ୍ଦିଷ୍ଟ ସଚିବଙ୍କ ବିରୋଧରେ କେନ୍ଦ୍ରରୁ ନୋଟିସ ଆସିଛି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ । ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବ ଚିଠି କରିଛନ୍ତି । ସାଂସଦ ଅପରାଜିତାଙ୍କ ଅଭିଯୋଗ ଆଧାରରେ ଚିଠି ହୋଇଥିବା ଜଣା ଯାଇଛି । ଚିଠିରେ ଜଣେ ଆଇଏଏସ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଲ୍ଲେଖ ରହିଛି । ଆଇଏଏସ୍‌ଙ୍କ ବିରୋଧରେ ପ୍ରମାଣ ସହ ଅଭିଯୋଗ ହୋଇଥିଲା ବୋଲି କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.