ETV Bharat / state

ରାଜ୍ୟରେ ପଛୁଆ ବର୍ଗ ସର୍ଭେ ପ୍ରହସନରେ ପରିଣତ ହୋଇଛି: ବିଜେପି

author img

By

Published : May 27, 2023, 8:26 PM IST

ରାଜ୍ୟରେ ଜାରି ରହିଥିବା ପଛୁଆ ବର୍ଗ ସର୍ଭେକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି ଓବିସି ମୋର୍ଚ୍ଚା । ପଛୁଆ ବର୍ଗ ସର୍ଭେ ପ୍ରହସନରେ ପରିଣତ ହୋଇଛି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳ । ଅଧିକ ପଢ଼ନ୍ତୁ

OBC ସର୍ଭେକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

ଭୁବନେଶ୍ବର: ରାଜ୍ୟରେ ପଛୁଆ ବର୍ଗ ସର୍ଭେକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ରାଜ୍ୟରେ ପଛୁଆ ବର୍ଗ ସର୍ଭେ ପ୍ରହସନରେ ପରିଣତ ହୋଇଛି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳ । ପଛୁଆ ବର୍ଗଙ୍କ ସଂଖ୍ୟା ପ୍ରତିଶତ ଏ ସର୍ଭେର ଉଦ୍ଦେଶ୍ୟ ନୁହେଁ, ବରଂ ପଛୁଆ ବର୍ଗ ସର୍ଭେ କେମିତି କମ୍ ସଂଖ୍ୟା ଓ ପ୍ରତିଶତ ଦେଖାଯିବ, ସେଥିପାଇଁ ସରକାରୀ କଳ ନିୟୋଜିତ ହୋଇଛି ବୋଲି ଅଭିଯୋଗ କରିଛି ବିଜେପି ।

ସେ କହିଛନ୍ତି, "ପ୍ରଥମେ ଜାତି ତାଲିକା ଚୂଡ଼ାନ୍ତ କରନ୍ତୁ ତାପରେ ସର୍ଭେ କରନ୍ତୁ । ଆଗରୁ ୨୦୯ ଜାତି ଏସସିବିସି ତାଲିକାରେ ଥିଲା । ହେଲେ ନୂଆ ୨୨ଟି ଜାତିର କୋଡ ନମ୍ବର ସର୍ଭେ ତାଲିକାରେ ନାହିଁ । ଆମେ ଦାବି କରିଥିଲୁ ଘର ଘର ଯାଇ ସର୍ଭେ କରନ୍ତୁ । ପ୍ରଥମେ ଜାତି ତାଲିକା ଫାଇନାଲ କରନ୍ତୁ, ତାପରେ ସର୍ଭେ କରନ୍ତୁ । ଆଗରୁ ଅଭିଯୋଗ କରିଥିଲୁ ତାର ଉତ୍ତର ରଖିଲେ ନାହିଁ । ସରକାର ବାସ୍ତବରେ ସଂଖ୍ୟା ଓ ପ୍ରତିଶତ ନିରୂପଣ କରିବାକୁ ଚାହୁଁନାହାନ୍ତି । ନାମଲେଖା ସମୟ ଅତିକ୍ରାନ୍ତ କରି କେମିତି ସଂରକ୍ଷଣ ଦିଆଯିବ ନାହିଁ ସେଥିପାଇଁ ଲାଗିଛନ୍ତି ସରକାର । ସାରା ଦେଶରେ ପାଠ ପଢିବାକୁ ନାମ ଲେଖାରେ ସଂରକ୍ଷଣ ଦିଆଯାଉଛି, ଓଡ଼ିଶାରେ କେମିତି ନ ଦିଆଯାଇପାରିବ ତାକୁ ଏଡ଼ାଇ ଦେବା ପାଇଁ ପ୍ରହସନ କଲେ । ଏବେ ପୁଣି କହୁଛନ୍ତି ଆଉ ୬ ଦିନ ବଢାଯାଇଛି ।" କେଉଁ ଯୋଜନା ଓ ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏପରି କଲେ ବୋଲି ସେ ପଚାରିଛନ୍ତି ।

ସେ ଆହୁରି କହିଛନ୍ତି, "ପୂର୍ବ ଜନଗଣନା ଅନୁସାରେ ରାଜ୍ୟରେ ୫୪ ପ୍ରତିଶତ ପଛୁଆ ବର୍ଗ । ସଂଖ୍ୟା କେମିତି କମିଯିବ ? ୫୪ ପ୍ରତିଶତ ବା ଅଢ଼େଇ କୋଟିରୁ କମିଲା କେମିତି ? ସଂଖ୍ୟା କମିଲା ବୋଲି କିଏ ପ୍ରଚାର କରୁଛି ? ପରଦା ପଛରେ କିଏ ସେହି ଖଳନାୟକ ? ଷଡ଼ଯନ୍ତ୍ରକାରୀ କିଏ ? ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବଞ୍ଚିତ କରିବା ପାଇଁ କିଏ ଚାହୁଁଛି ? ପଛୁଆ ବର୍ଗଙ୍କୁ ନ୍ୟୁନ କରିବା ପାଇଁ କିଏ ଚାହୁଁଛି ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ଦାଦନ ଯାଇଥିବା ଲୋକଙ୍କ ସର୍ଭେ କିଏ କରିବ ? ଏଇଟା କଣ ସରକାରଙ୍କର କାଳିଆ ଯୋଜନା ଯେ ଦଳୀୟ ଭିତରେ ବାଣ୍ଟିଦେବେ । ଯେଉଁମାନେ ଏହି ଷଡଜନ୍ତ୍ର କରୁଛନ୍ତି, ଏହାର ପରିଣାମ ପାଇଁ ସରକାର ପ୍ରସ୍ତୁତ ରହିବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.