ETV Bharat / state

ତେଜୁଛି କାମିଆ ଜାନି ବିବାଦ , କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାକୁ ଓହ୍ଲାଇଲେ ସାମାଜିକ ସଙ୍ଗଠନ

author img

By ETV Bharat Odisha Team

Published : Dec 23, 2023, 10:42 PM IST

Sri Jagannath Sanskruti Suraksha Abhiyan demands solid action : ୟୁଟ୍ୟୁବର କାମିଆ ଜାନିଙ୍କ ବିବାଦୀୟ ଶ୍ରୀକ୍ଷେତ୍ରର ଭ୍ଲୋଗିଙ୍ଗ ଭିଡିଓକୁ ନେଇ ରାଜ୍ୟରେ ତୁମ୍ବି ତୋଫାନ । ରାଜନୈତିକ ତୁ ତୁ ମେ ମେ ମଧ୍ୟରେ କାମିଆ ଜାନି ଓ ୫ଟି ଅଧ୍ୟକ୍ଷ ଙ୍କ ବିରୋଧରେ ସାମାଜିକ ସଙ୍ଗଠନର ଗଣ ବିକ୍ଷୋଭ । ଅଧିକ ପଢନ୍ତୁ

ତେଜୁଛି କାମିଆ ଜାନି ବିବାଦ , କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାକୁ ଓହ୍ମାଇଲେ ସାମାଜିକ ସଙ୍ଗଠନ

ଭୁବନେଶ୍ବର : ୟୁଟ୍ୟୁବର କାମିଆ ଜାନିଙ୍କ ବିବାଦୀୟ ଶ୍ରୀକ୍ଷେତ୍ରର ଭ୍ଲୋଗିଙ୍ଗ ଭିଡିଓକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଥିବା ଝଡ଼ ଥମିବାର ନାଁ ନେଉନାହିଁ । ଏହାକୁ ନେଇ ବିଜେପି ଏବଂ ବିଜେଡି ମଧ୍ୟରେ ବାକ୍‌ଯୁଦ୍ଧ ଏବେବି ଜାରି ରହିଛି । ଏହି ବିବାଦ ପ୍ରସଙ୍ଗକୁ ନେଇ ମୋର୍ଚା ଖୋଲିଛି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ସଙ୍ଗଠନ । ଏ ନେଇ ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନ ଛକରେ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ସଙ୍ଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି । ଗୋ ମାଂସର ପ୍ରଚାର କରୁଥିବା ନାମୀ ବ୍ଲଗର କାମିଆ ଜାନିଙ୍କ ଦ୍ଵାରା ଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରସାଦର ପ୍ରଚାର ପ୍ରସାର ସନାତନୀ ହିନ୍ଦୁଙ୍କୁ ଦୁଃଖ ଦେଇଛି । ଫଳରେ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ଆଘାତ ହୋଇଛି ।

ତେଣୁ କାମିଆଙ୍କ ବିରୋଧରେ ମାମଲା ସହ ମନ୍ଦିର ପ୍ରବେଶ କରିଥିବା ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ବିରୋଧରେ ମଧ୍ୟ ମାମଲା ପାଇଁ ଦାବୀ କରିଛି ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ । ଏହା ସହ ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ସରକାରକୁ ପରିଚାଳିତ କରୁଥିବା କିଛି ଅଣଓଡ଼ିଆ ବ୍ୟକ୍ତି ବିଶେଷ ଏବଂ ଅନ୍ୟ କିଛି କୁଚକ୍ରୀ ମାନଙ୍କ ହୀନ ଚକ୍ରାନ୍ତ କାରଣରୁ ଜଗନ୍ନାଥ ସଂସ୍କୃତିର ମର୍ଯ୍ୟାଦା ହାନୀ ହେବା ସହିତ ଓଡିଆଙ୍କ ପରିଚୟ ସଙ୍କଟ ସୃଷ୍ଟି ହୋଇଛି । ସରକାରୀ କଳ ପ୍ରୟୋଜିତ ଭାବେ ଜଗନ୍ନାଥ ସଂସ୍କୃତି ବିରୋଧରେ ଯେଉଁଭଳି ଭାବେ ଗୋଟିଏ ପରେ ଗୋଟିଏ ଚକ୍ରାନ୍ତ କରୁଛନ୍ତି ଆଗାମୀ ଦିନରେ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଏହା ବିରୋଧରେ ବଡ ପଦକ୍ଷେପ ନେବ । ଏଭଳି କୁକାର୍ଯ୍ୟ ପଛରେ କୌଣସି ବୃହତ ଷଡଯନ୍ତ୍ର କାର୍ଯ୍ୟ କରୁଥିବା ଭଳି ସନ୍ଦେହ ସୃଷ୍ଟି ହୋଇଛି।

ଏହା ମଧ୍ୟ ପଢନ୍ତୁ ... କାମିଆ ଜାନି ବିବାଦ: ‘ମୂଳ ପ୍ରସଙ୍ଗରୁ ନଜର ହଟାଇ ପ୍ରମାଣ ମାଗୁଛି ବିଜେଡି’

ବିଗତ କିଛି ଦିନ ତଳେ ଭିନ୍ନ ସମ୍ପ୍ରଦାୟର ବିଶ୍ବାସ ରଖୁଥିବା ତାମିଲନାଡୁର ଜଣେ ରାଜନେତା ସନାତନ ଧର୍ମ କୁ ସମାପ୍ତ କରିବା କଥା କହିଥିଲେ। ସେହିପରି ପୁରୀ ସାଂସଦ ପୁରୀକୁ ଭାଟିକାନ୍ ସିଟି ଭଳି ଗଢି ତୋଳିବାର ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ବୋଲି କହିଥିଲେ। ତେଣୁ ରାଜ୍ୟ ସରକାର ଏଭଳି ହିନ୍ଦୁ ବିରୋଧୀ ମାନସିକତାରୁ ନିବୃତ୍ତ ରୁହନ୍ତୁ । ଜଗନ୍ନାଥ ହେଉଛନ୍ତି ସମଗ୍ର ହିନ୍ଦୁ ମାନଙ୍କର ପରମ ଆରାଧ୍ୟ ଦେବତା । କୋଟି କୋଟି ଓଡିଆଙ୍କ ମାନ ଅଭିମାନ ଏବଂ ପରିଚୟ । ଓଡ଼ିଆ ସଂସ୍କୃତି ଓ ପରମ୍ପରା ତଥା ଓଡ଼ିଆ ଅସ୍ମିତା ଆଜି ଧ୍ଵଂସ ଆଡ଼କୁ ଗତି କରୁଛି ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.