ETV Bharat / state

Cyclone Hamoon: SRCଙ୍କ ବାତ୍ୟା ସତର୍କତା ! ସମ୍ଭାବ୍ୟ ବାତ୍ୟା ନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କ ସୂଚନା

ଆଜି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ ବତ୍ୟା । ଏନେଇ ସତର୍କ କଲେ ସ୍ବତନ୍ତ୍ର ରିଲିଫ କମିଶନର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 23, 2023, 4:12 PM IST

Cyclone Hamoon
Cyclone Hamoon

ଭୁବନେଶ୍ବର: ବଙ୍ଗୋପସାଗରରେ ମାଡି ଆସୁଛି ବାତ୍ୟା । ତେବେ ଏହି ବାତ୍ୟାକୁ ନେଇ ସତର୍କ କଲେ ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ । ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏହା ସହିତ ସବୁ ବିଭାଗୀୟ ମୁଖ୍ୟ, ଅଗ୍ନିଶମ ବାହିନୀ, ଏନଡିଆରଏଫ୍, ଓଡ୍ରାଫ ନିର୍ଦ୍ଦେଶଙ୍କୁ ସତର୍କ ରହିବା ପାଇଁ ଚିଠି ଦିଆଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ଅବପାତର ରୂପ ନେବାକୁ ଥିବା ବେଳେ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ସେନାପତି ।

Cyclone Hamoon
ସତର୍କ କଲେ ସ୍ବତନ୍ତ୍ର ରିଲିଫ କମିଶନର

ବାତ୍ୟା ବାଂଲାଦେଶ ଆଡ଼କୁ ମୁହାଁଇବାକୁ ଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତର ରୂପ ନେବ । ଏଥିଲାଗି ସବୁ ବିଭାଗୀୟ ମୁଖ୍ୟ, ଅଗ୍ନିଶମ ବାହିନୀ, ଏନଡିଆରଏଫ୍ ଓଡ୍ରାଫ ନିର୍ଦ୍ଦେଶଙ୍କୁ ସତର୍କ ରହିବା ପାଇଁ ଚିଠି ଦିଆଯାଇଛି। ସେହିପରି ବାତ୍ୟା ମୁକାବିଲା ପାଇଁ ସବୁ ସମୟରେ ସଜାଗ ରହିବାକୁ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳ ମାନଙ୍କୁ ସମସ୍ତ ପ୍ରକାର ପ୍ରଶାସନିକ ପ୍ରସ୍ତୁତି ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ତଳିଆ ଅଞ୍ଚଳ ଉପରେ ନଜର ରଖିବାକୁ କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।

ଏହା ବି ପଢନ୍ତୁ- ବଙ୍ଗୋପସାଗରରେ ଆସିପାରେ ବାତ୍ୟା, ଜିଲ୍ଲାପାଳଙ୍କୁ ସତର୍କ କଲେ SRC

ଜେନେରେଟର, ପାଣି ପମ୍ପ ପ୍ରସ୍ତୁତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ବସ୍ତି ଅଞ୍ଚଳ ଉପରେ ନଜର ରଖିବାକୁ କୁହାଯାଇଛି। ସୂଚନା ଥାଉ କି, ଆଗାମୀ ୬ ଘଣ୍ଟାରେ ବାତ୍ୟାର ରୂପ ନେବ ଗଭୀର ଅବପାତ । ଏହି ଅବପାତ ଉତ୍ତର ପୂର୍ବ ଦିଗରେ ପାଖାପାଖି ୧୩ କିଲୋମିଟର ବେଗରେ ଅଗ୍ରସର ହେଉଛି । ବର୍ତ୍ତମାନ ଏହା ୩୬୦ କିମି ଦୂରରେ ଦକ୍ଷିଣରେ ପାରାଦ୍ବୀପଠାରୁ ଓ ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଦିଗରେ ପଶ୍ଚିମବଙ୍ଗର ଦୀଘଠାରୁ ୫୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ବାତ୍ୟାରେ ପରିଣତ ହେବା ପରେ ବାଂଲାଦେଶରେ ୨୫ ତାରିଖ ସନ୍ଧ୍ୟା ବେଳେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।

ଏହା ବି ପଢନ୍ତୁ- ପୁଣି ଅକ୍ଟୋବରରେ ବାତ୍ୟା ! ଆଜି ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଏହାର ପ୍ରଭାବରେ ପବନର ବେଗ ବୃଦ୍ଧି ପାଇବ । ଆଜି ୪୦ରୁ ୫୦ ସର୍ବାଧିକ ୬୦ କିଲୋମିଟର ଯାଏଁ ପବନ ବହିବାର ସମ୍ଭାବନା ଥିବା ବେଳେ ଆସନ୍ତାକାଲିଠାରୁ ପବନର ବେଗ ବଢି ୭୦ କିଲୋମିଟର ପର୍ଯ୍ୟନ୍ତ ରହିବ । ସେପଟେ ବଙ୍ଗୋପସାଗରେ ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ଓଡ଼ିଶା ପାଇଁ ସେଭଳି କୌଣସି ବଡ଼ ବିପଦ ନଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ରାଜ୍ୟର କିଛି ଜିଲ୍ଲାରେ ପଶ୍ଚିମାଝଡ଼ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ, ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.